ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ରେ ଆଇ.ଆଇ.ଏମ୍‌.ୟୁ.ଏନ୍ ୨୦୨୫ (ଦି ବରଗଡ଼ କନ୍‌ଫରେନ୍ସ୍‌) କାର୍ଯ୍ୟକ୍ରମ ଉଦଯାପିତ

0

ବରଗଡ଼,୧୮/୪(ସଂସ୍କୃତି ମିଡ଼ିଆ)-ଗତ ୧୧ ରୁ ବରଗଡ଼ ସ୍ଥିତ କ୍ରିଷ୍ଣା ବିକାଶ ଗ୍ରୁପ୍ ଅନ୍ତର୍ଗତ ବିକାଶ ଆବାସିକ ବିଦ୍ୟାଳୟ, ବରାହଗୁଡ଼ା ଅଡିଟୋରିଅମଠାରେ ଚାଲିଥିବା ଆଇ.ଆଇ.ଏମ୍‌.ୟୁ.ଏନ୍ ର ଦି ବରଗଡ଼ କନ୍‌ଫରେନ୍ସ୍ କାର୍ଯ୍ୟକ୍ରମ ୧୩ ଅପ୍ରେଲ୍ ୨୦୨୫ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କ୍ରିଷ୍ଣା ବିକାଶ ଗ୍ରୁପ୍‌ର ଚେୟାର୍‌ମେନ୍ ଶ୍ରୀ ଦାଶରୀ ମୂରଲୀ କ୍ରୀଷ୍ଣା ଯୋଗଦେଇ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ନିଜର ଅଭ୍ୟନ୍ତରୀଣ ଗୁଣାବଳୀକୁ ବିକଶିତ କରି ଦକ୍ଷତାର ବୃଦ୍ଧି, କଠିନ ପରିଶ୍ରମ ଓ ସାଧୁତା ଦ୍ୱାରା ସମାଜରେ ଏକ ପ୍ରତିଷ୍ଠିତ ନାଗରିକ ହୋଇପାରିବ ବୋଲି କହିବା ସହିତ ଦେଶଗଠନରେ ଯୁବସମାଜର ଆବଶ୍ୟକତା ରହିଛି ବୋଲି ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି, ଏହି କାର୍ଯ୍ୟକ୍ରମରେ ଚାରୋଟି ବିଦ୍ୟାଳୟ (ବରଗଡ଼ର ବିକାଶ ଆବାସିକ ବିଦ୍ୟାଳୟ, କ୍ରୀଷ୍ଣା ବିକାଶ ଫାଷ୍ଟ୍ ଷ୍ଟେପ୍‌, ସିମେଣ୍ଟ ନଗର ଇଂଲିସ୍ ମିଡିୟମ୍ ସ୍କୁଲ୍ ଓ ସମ୍ବଲପୁରର ଡିପିଏସ୍‌)ରୁ ୨୨୫ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମେଡାଲ୍ ଏବଂ ସାର୍ଟିଫିକେଟ୍ ଦେଇ ସମ୍ମାନୀତ କରାଯାଇଥିଲା । ଆଇ.ଆଇ.ଏମ୍‌.ୟୁ.ଏନ୍‌.ର କାର୍ଯ୍ୟକ୍ରମକୁ ୩ଦିନ ଧରି ସଫଳତାର ସହିତ ସମ୍ପନ୍ନ କରିଥିବାରୁ ଆଇ.ଆଇ.ଏମ୍‌.ୟୁ.ଏନ୍‌.ର ନିର୍ଦ୍ଦେଶକ ଶ୍ରୀ ମିତେଶ ଭିଂଜୁଡ଼ା କ୍ରୀଷ୍ଣା ବିକାଶ ଗ୍ରୁପ୍‌କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବିକାଶ ଗ୍ରୁପ୍‌ର ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା, ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ, ସିନିୟର୍ ସେକେଣ୍ଡାରୀ ଅଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ ଏବଂ କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନ ସମୂହ, ବରଗଡ଼ର ସମସ୍ତ ଶାଖାର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!