ଚିକିତ୍ସାଧୀନ ଅବସ୍ଥାରେ ଧର୍ମପରାୟଣା ମହିଳାଙ୍କ ବିୟୋଗ

0

ଅତାବିରା, 24/4( ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ନିବାସୀ ସ୍ବର୍ଗତ ରୁଦ୍ରଦେବ ନାୟକ ଙ୍କ ପତ୍ନୀ ସୁଧାମୟୀ ନାୟକଙ୍କ 71 ବର୍ଷ ବୟସରେ ବୁଧବାର ରାତ୍ରିରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି l ସେ ଜଣେ ଧର୍ମପରାୟଣା ମହିଳା ଥିଲେ l ପୂଜାପାଠରେ ଅଧିକ ସମୟ ଦେଉଥିଲେ ଏବଂ ସମସ୍ତଙ୍କ ସହିତ ଅତି କମ ସମୟରେ ମିଳିମିଶି ରହୁଥିଲେ ତେଣୁ ଅଂଚଳବାସି ତାଙ୍କ ବିୟୋଗରେ ଦୁଃଖ ପ୍ରକଶ କରୁଛନ୍ତି | ଗତ କିଛି ଦିନ ହେଲା ତାଙ୍କ ଦେହ ଅସୁସ୍ଥ ଥିବାରୁ ୱାଲଟୀୟର ରୁ ଆଣି ବୁର୍ଲାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରୁଥିଲେ l ତେବେ ବୁଧବାର ତାଙ୍କୁ ଭୁବନେଶ୍ୱର ସ୍ଥିତ ଅନ୍ୟ ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲା l ତେବେ ସେଠାରେ ପହଞ୍ଚିବାର କିଛି ସମୟ ମଧ୍ୟରେ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା l ସେଠାରୁ ଫେରି ଆସି ଗୁରୁବାର ପୂର୍ବାହ୍ନରେ ତାଙ୍କ ଶବ ସତ୍କାର କରାଯାଇଥିଲା l ବଡ଼ ପୁଅ ମନୋଜ ନାୟକ ମୁଖାଗ୍ନି ଦେଇଥିବା ବେଳେ ସରୋଜ ନାୟକ, ଫିରୋଜ ନାୟକ, ଧୀରଜ ନାୟକ, ଖିରୋଜ, ପୁତ୍ରବଧୂ ଗୀତାଞ୍ଜଳି ନାୟକ, ନାତି ସୁଧାଂଶୁ ନାୟକ ବନ୍ଧୁ ବାନ୍ଧବ ପଡୋଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!