ସିଦ୍ଧାର୍ଥ ସ୍କୁଲ ପକ୍ଷରୁ. ନର୍ସିଙ୍ଗ ବିଦ୍ୟାଳୟ ଶୁଭାରମ୍ଭ

0

ସିଦ୍ଧାର୍ଥ ସ୍କୁଲ ପକ୍ଷରୁ. ନର୍ସିଙ୍ଗ ବିଦ୍ୟାଳୟ ଶୁଭାରମ୍ଭ
ଉଦଘାଟନ କଲେ ଅତାବିରା ବିଧାୟକ
ଅତାବିରା, 1/5(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ କୁମେଲସିଂହା ସ୍ଥିତ ସିଦ୍ଧାର୍ଥ ଏଜୁକେଶନ ସୋସାଇଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଗୁରୁବାର ପୂର୍ବାହ୍ନରେ ଏକ ନର୍ସିଙ୍ଗ ବିଦ୍ୟାଳୟ ସ୍ଥାପନର ଶୁଭ ଉଦଘାଟନ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ନର୍ସିଙ୍ଗ ବିଦ୍ୟାଳର ଶୁଭ ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ନିହାର ରଞ୍ଜନ ମହାନନ୍ଦ ଦୀପ ପ୍ରଜ୍ବଳନ ଓ ଫିତା କାଟି ଏହି ନୂତନ ଅନୁଷ୍ଠାନକୁ ଉଦଘାଟନ କରିଥିଲେ l ଏଥିରେ ବିଦ୍ୟାଳୟର ଚେୟାରମ୍ୟାନ ଭି. ଶ୍ରୀନିବାସ ରାଓ, ସେକ୍ରେଟାରୀ ଜି. ଶ୍ରୀନିବାସ ରାଓ, ଶୈକ୍ଷିକ ନିର୍ଦେଶକ ଅସିତ ଅମାନ୍ତ ଓ ପରିଚାଳନା ନିର୍ଦେଶକ ଭି. ରୋହିତ ଉପସ୍ଥିତ ରହିଥିଲେ l ଏହା ବ୍ୟତୀତ ଏ ଅଂଚଳର ଅନେକ ଅଭିଭାବିକା, ଅଭିଭାବକ, ସ୍ୱାସ୍ଥ୍ୟ ଅଧିକାରୀ ତଥା ଅନେକ ନିମନ୍ତ୍ରିତ ଅତିଥି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ l ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା l କ୍ରିଷ୍ଣା ଦାସ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସିମନ୍ତିନି ସାହୁ ଓ ସଂଜୀବ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ l ପରିଶେଷରେ ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!