ବରଗଡ଼ ମାହେଶ୍ୱରୀ ନର୍ସିଂ କଲେଜ ବାର୍ଷିକ ଉତ୍ସବରେ ଶପଥ ନେଲେ ଛାତ୍ରଛାତ୍ରୀ

ବରଗଡ଼,୧୨/୫(ସଂସ୍କୃତି ମିଡ଼ିଆ)- ମାନବ ସେବା ହିଁ ମାଧବ ସେବା ରେ ବ୍ରତୀ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଛନ୍ତି ମାହେଶ୍ୱରୀ ନର୍ସିଂ କଲେଜ ବରଗଡ଼ର ଛାତ୍ରଛାତ୍ରୀ ମାନେ l ଆନ୍ତର୍ଜାତୀୟ ନର୍ସିଂ ଦିବସ ଅବସରରେ ମେ 12 ସୋମବାର ବରଗଡ଼ ଟାଉନ ହଲରେ ମାହେଶ୍ୱରୀ ନର୍ସିଂ କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l
ଏଥିରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ବିଦୁଭୁଷଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକତଥା ଲେଖକ ତଥା ସମ୍ବାଦ ମାର୍କେଟିଙ୍ଗ ଅଧିକାରୀ ଜୟ ପ୍ରକାଶ ଶତପଥୀ ମୁଖ୍ୟବକ୍ତା, ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ସାଧୁ ଚରଣ ଦାଶ, ଭାଜପା ଜିଲ୍ଲା ସଭାପତି ତଥା ସାଇକୃପା ନର୍ସିଂ ହୋମ ର ଡ଼. ଅରୂପାନନ୍ଦ ସାହୁ, ମୋଡେନ ପବ୍ଲିକ ସ୍କୁଲର ନିର୍ଦ୍ଦେଶକ ପାଣ୍ଡଵ କର୍ଣ୍ଣ, ଜନ କଲ୍ୟାଣ ସେବା ଟ୍ରଷ୍ଟର ଅଧ୍ୟକ୍ଷ ମୁକୁନ୍ଦ ଦାଶ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ l ବରଗଡ଼ ମାହେଶ୍ୱରୀ ନର୍ସିଂ କଲେଜର ନିର୍ଦ୍ଦେଶକ ତଥା ପ୍ରତିଷ୍ଠାତା ଫକୀର କର୍ଣ୍ଣ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦିକା ସନ୍ତୋଷିନୀ କର୍ଣ୍ଣ ଉପସ୍ଥିତ ବିଦ୍ୟାର୍ଥୀଙ୍କୁ ସମ୍ୱୋଧିତ କରିଥିଲେ l କଲେଜର ଅଧ୍ୟକ୍ଷ ପଙ୍କଜ କୁମାର ବାଗ ସଭାପତିତ୍ୱ କରିଵା ସହ ବାର୍ଷିକ ବିବରଣୀ ପାଠ କରିଥିଲେ l ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଅତିଥିମାନେ ଉତ୍ସବକୁ ଉଦଘାଟନ କରିଥିଲେ l କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସଂମ୍ମାନିତ କରାଯାଇଥିଲା l ଚଳିତ ବର୍ଷ ପ୍ରଥମ କରି ବେଷ୍ଟ ସ୍ଟୁଡେଣ୍ଟ ଅଫ ଦ ୟର ଭାବେ ସନ୍ୟାସ ଧଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଠାରୁ ନର୍ସିଂ ପାଠ୍ୟକ୍ରମ ସାରିଥିବା ସମସ୍ତ ଛାତ୍ରଛାତ୍ରୀମାନେ ଉତ୍ସର୍ଗୀକୃତ ସେବା ପାଇଁ ସଂକଳ୍ପ ନେବା ସହ ଶପଥ ପାଠ କରିଥିଲେ l ପୂର୍ବରୁ ସେମାନଙ୍କୁ ନର୍ସିଂ କେପ ଧାରଣ କରାଯାଇଥିଲା l ଶେଷରେ ଅଧ୍ୟାପକ ବିଜୟ କୁମାର ମହାରଣା ଧନ୍ୟବାଦ ଦେଇଥିଲେ l ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା 37 ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l