ନୃସିଂହ ଚତୁର୍ଦ୍ଦଶୀରେ ଅର୍ଦ୍ଧାସିନୀ ଦେବୀଙ୍କ ମହାଭିଷେକ

0

ଭଟଲି,୧୧।୫(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲ୍ଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ଧାମରେ ପବିତ୍ର ବୈଶାଖ ମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ତିଥିରେ ଅର୍ଦ୍ଧାସିନୀ ଦେବୀଙ୍କୁ ଅମୃତ ମଣୋହି ବାଳ ନୈବେଦ୍ୟ ଛପନ ଭୋଗ ଲାଗି ହୋଇଥିଲା l ଦଧିବାମନ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ଚକ୍ର ପୁଷ୍କରିଣୀରେ କଳସ ପୂଜା କରି ପୂର୍ଣ୍ଣ ଜଳ କଳସ ଧରୀ ନୂତନ ମାଉସି ମା ମନ୍ଦିରରେ ପହଞ୍ଚିଥିଲା । ଏହାପରେ ମହାପ୍ରଭୁଙ୍କ ଆବିର୍ଭାବ ସ୍ଥଳ ପବିତ୍ର ଚକ୍ରତୀର୍ଥ ଜଳରେ ଭାରତର ବିଭିନ୍ନ ତୀର୍ଥକ୍ଷେତ୍ର ମାନଙ୍କର ସଂଗୃହିତ ଜଳକୁ ମିଶ୍ରଣ କରାଯାଇ ୧୦୮ କୁମ୍ଭ ଅଭିମନ୍ତ୍ରିତ ଜଳରେ ସମପରିମାଣରେ ଚୁଆ, ଚନ୍ଦନ, କର୍ପୁର, ଅଗୁରୁ ପକାଇ ସମୁଦ୍ର ଶାସ୍ତ୍ରୀୟ ଉପଚାର ବିଧି ଅନୁଯାୟୀ ମନ୍ଦିରରେ ମହା ଜଳାଭିଷେକ କରାଯାଇଥିଲା l ଏହାପରେ ମହାଶୃଙ୍ଗାର ବେଶ ପରେ ଷୋଡ଼ଶ ଉପଚାର ପୂଜା ପୂର୍ବକ ହୋମ, ମଙ୍ଗଳ ଆରତୀ ଏବଂ ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଥିଲା। ଏହାପରେ ମନ୍ଦିରରେ ନୂତନ ଧ୍ଵଜା ରୋହଣ ହୋଇଥିଲା। ପଣ୍ଡିତ ପଞ୍ଚମ ପୁରୋହିତ, ଗୌର ଚନ୍ଦ୍ର ରଥ, ରୋହିତ ରଥ, ସୁବାଷ ରଥ, ନିରଞ୍ଜନ ରଥ, ସଞ୍ଜୀବ କୁମାର ଷଡଙ୍ଗୀ, ଶ୍ରୀବତ୍ସ ପାଣିଗ୍ରାହୀ, ନୀଶିଥ ଦାଶ, ପ୍ରତ୍ୟୁଷ ପାଣିଗ୍ରାହୀ ସମେତ ମନ୍ଦିର ପୂଜକ ଡୋଲାମଣି ପଣ୍ଡା ସହଯୋଗ କରିଥିଲେ l ଦୀପକ ମିଶ୍ର ଏବଂ ସହଧର୍ମିଣୀ ଦୀପିକା ମିଶ୍ର କର୍ତ୍ତା କାର୍ଯ୍ୟ ତୁଲାଇଥିଲେ। ସନ୍ଧ୍ୟା ଧୂପ ପରେ ପଞ୍ଚ ମହା ଆରତୀ ସହିତ ସ୍ଵତନ୍ତ୍ର ବାଳ ନୈବେଦ୍ୟ ଛପନ ଭୋଗ ଲାଗି କରା ଯାଇଥିଲା। ଏଥିରେ ଅଞ୍ଚଳର ହଜାର ହଜାର ଭକ୍ତ ସାମିଲ ହୋଇ ଦେବୀଙ୍କୁ ଦର୍ଶନ କରିଥିଲେ। ଭୋଗ ସ୍ୱରୂପ ପଞ୍ଚାମୃତ, ଉଖୁଡ଼ା, ପାଗାଳା ଲିଆ, ଛତ, ସିର୍ଣି, ମହନଭୋଗ, କାକରା, ଫେଣୀ, ରସ ଗଜା, ବାଳୁସାହି, ଲବଙ୍ଗ ଲତା, କାଠି ଗଜା, ମାଲପୁଆ, ରସବରା, ଜିଲାପି, ବୁନ୍ଦି, ଗୁଲାପଜାମୁନ, ରସଗୋଲା, ପନିର କୁର୍ମା, ବର୍ଫି, ପେଡ଼ା, ଲିଚୁ, ସୋନ ପାପଡ଼ି, ଛେନା, ପାଚିଲା ପଣସ, ସେଓ, ଅମୃତଭଣ୍ଡା, କକୁଡ଼ି, ତରଭୁଜ, ଗଜାମୁଗ, ଗଜାଚନା, ଗଜା ମୁଗଫଳି, ଚାର, କେନ୍ଦୁ, ଛେନା ଗଜା, ଖୁଆ ମିଠା, ଛେନାପୋଡ଼, ଖୁଆ, ମୁଗଫଳି ଲଡ଼ୁ, ରାଶି ଲଡ଼ୁ, ସେଓ ଲଡ଼ୁ, ମଖାନା, ମିଶ୍ରି, କାଜୁ, କିସମିସ, ଅଖରୁତ, ପିସ୍ତା ବାଦାମ, ନଡ଼ିଆ, କଦଳୀ, ସପୁରୀ, ଖଜୁର ପେଡ଼ି, ସାନ୍ତରା, ପିଜୁଳି, ଡାଳିମ୍ବ, ଅଙ୍ଗୁର, ବଙ୍ଗଳା ଓ ଆମ୍ବ ଦେବୀଙ୍କୁ ଲାଗି କରାଯାଇଥିଲା।


Leave a Reply

Your email address will not be published. Required fields are marked *

error: Content is protected !!