ବିଜେପୁର ଅନାସ୍ଥା ଭୋଟରେ ବିଜେପିର ବାଜିମାତ, ବିଜେଡି ଚିଟ୍ ପଟାଙ୍ଗ

ବିଜେପୁର, 20/5(ସଂସ୍କୃତି ମିଡ଼ିଆ)-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁଙ୍କ ମନମୁଖୀ କାର୍ଯ୍ୟକଳାପର ଅସନ୍ତୁଷ୍ଟ ର ବର୍ହ୍ନି ର ଆଜି ଅନ୍ତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ସମୁଦାୟ ବିଜେପୁର ବ୍ଲକ ୨୩ ଜଣ ସମିତି ସଭ୍ୟ ଏବଂ ୨୩ ଜଣ ନିର୍ବାଚିତ ସରପଞ୍ଚଙ୍କୁ ନେଇ ଅଞ୍ଚଳର ବିକାଶ ହୋଇଥାଏ।ସମୁଦାୟ ୨୩ ଜଣ ସମିତି ସଭ୍ୟଙ୍କୁ ନେଇ ଗଠିତ ବ୍ଲକ ଅଧ୍ୟକ୍ଷ ପଦବୀରେ ଶ୍ରୀ ସାହୁ କାର୍ଯ୍ୟରତ ଥିବା ସମୟରେ ଅନେକ ଅସନ୍ତୋଷ ଦେଖାଦେଇଥିଲା। ଆଜି ଏହାରି ଉପରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହ ଠାରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ରୁଣ୍ଡ ହେବା ଦେଖିବାକୁ ମିଳିଥିଲା।ଏ ପରିପ୍ରେକ୍ଷୀରେ ପିଠାସିନ ଅଧିକାରୀ ଅତିରିକ୍ତ ତହସିଲଦାର ବିଜେପୁର ଶ୍ରୀଯୁକ୍ତ ଜ୍ୟୋତି ରଂଜନ ଭୋଇଙ୍କ ତତ୍ତ୍ୱାବଧାନରେ ବ୍ଲକର ସଭାଗୃହ ଠାରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ଅନାସ୍ଥା ପ୍ରସ୍ତାବ ଆଗତ ଦିବସରେ ସମିତି ସଭ୍ୟ ୧୩ ଜଣ, ସରପଞ୍ଚ ୧୭ ଜଣ ସାମିଲ ହୋଇ ତାଙ୍କ ମତ ସାବ୍ୟସ୍ତ କରିଥିଲେ। ଏହି ମତ ସାବ୍ୟସ୍ତ ରେ ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତୀୟା,ମାନ୍ୟବର ବରଗଡ଼ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମଧ୍ୟ ସାମିଲ ହୋଇ ତାଙ୍କ ନିଜସ୍ୱ ମତ ସାବ୍ୟସ୍ତ କରିଥିଲେ।ଅନାସ୍ଥା ପ୍ରସ୍ତାବ ଆଗତ ସମୟରେ ସ୍ଥାନୀୟ ବିଡ଼ିଓ ଶ୍ରୀଯୁକ୍ତ ସରୋଜ କୁମାର ବିଶ୍ବାଳ,ଜିପିଡିଓ ଶ୍ରୀଯୁକ୍ତ ଦିପକ କୁମାର ମାରାଣ୍ଡି ,ଉପଖଣ୍ଡ ପଞ୍ଚାୟତ ଅଫିସର ପଦ୍ମପୁର ଶ୍ରୀଯୁକ୍ତ ସିଦ୍ଧାର୍ଥ କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ ସମସ୍ତ ସଭ୍ୟଙ୍କ ମତଦାନ ହୋଇଥିଲା। ଫଳାଫଳ ଅନୁଯାୟୀ ବିଜେପି ସପକ୍ଷରେ ୩୨ ଭୋଟ ପଡ଼ିଥିବା ବେଳେ ବିଜେଡ଼ି ସପକ୍ଷରେ ଗୋଟାଏ ହେଲେ ମତ ଆସିନଥିଲା। ଏଥିରୁ ବୁଝି ପଡୁଛି ଯେ, ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ସଂଗଠନ ଆଉ ନାହିଁ କହିଲେ ଚଳେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଯେଉଁ ଦିନଠାରୁ ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ଦଳର ନିର୍ବାଚନ ପ୍ରତିନିଧି ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ଉଭା ହେଲେ ଲୋକଙ୍କ ଆସ୍ଥା ଓ ବିଶ୍ବାସର ପ୍ରତୀକ ଭାବେ ବିବେଚିତ ହୋଇ ଆଗକୁ ଆଗକୁ ବିଜେପି ର ସଂଗଠନ ମଜଭୁତ ହେବାରେ ଲାଗିଛି।କେତେକ ନିର୍ବାଚିତ ପ୍ରତିନିଧିଙ୍କୁ ଆମ ପ୍ରତିନିଧି ଏ ସମ୍ପର୍କରେ ପଚାରିବାରୁ ସେମାନେ କହିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକଳାପ ଏବଂ ତାଙ୍କ ବିକାଶ ଧାରାର ପ୍ଲାଟଫର୍ମ ରେ ଆମ୍ଭେମାନେ ଅନୁପ୍ରାଣିତ ହେବା ସହ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତୀୟାଙ୍କ ଦୃଢ଼ ନେତୃତ୍ୱରେ ଆଜି ଅନାସ୍ଥା ପ୍ରସ୍ତାବ ଆଗତ କୁ ପୂର୍ଣ୍ଣମାତ୍ରାରେ ସମର୍ଥନ ଜଣାଇ ଦୁର୍ବଳ ବିଜେଡିର ସଂଗଠନ କୁ ପ୍ରତ୍ୟାଖ୍ୟାନ କରି ଆମ୍ଭ ନିଜସ୍ୱ ମତଦାନ କରିଛୁ । ଆଗକୁ ବ୍ଲକର ଉଜ୍ଜ୍ୱଳ ଭବିଷ୍ୟତ ବାରି ହୋଇ ଯାଉଛି ବୋଲି ମତ ପ୍ରଦାନ କରିଥିଲେ।