ପ୍ରଶାସନିକ ଅବହେଳା ଉଜୁଡିଲାଣି ପନିପାରିବା ଚାଷ

0

ଅତାବିରା, 17/5(ସଂସ୍କୃତି ମିଡ଼ିଆ)- ଚାଷୀ କେତେ କଷ୍ଟ କରି ଫସଲ ଉତ୍ପାଦନ କରେ l ହେଲେ କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଅଦିନିଆ ଝଡବତାସ ତ ଆଉ କେତେବେଳେ ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ଫସଲ ଉଜୁଡି ଯାଏ l ଏପରି ଏକ ଘଟଣା ଶନିବାର ଦେଖିବାକୁ ମିଳିଛି ବରଗଡ଼ ଜିଲା ଅତାବିରା ବ୍ଲକ ଟୁପାପଡା ଗ୍ରାମରେ l ଟୁପାପଡା ଗ୍ରାମର ଚାଷୀ ସନୁ ଭୁଏ l ୬୧ ବର୍ଷରେ ଵି ତାଙ୍କ ଚାଷ ନିଶା ସରି ନାହିଁ l ନିଜ ୪ ଏକର ଜମି ସହିତ ୩/୪ ଏକର ଜମି ଭାଗ ସୂତ୍ରରେ ଚାଷ କରନ୍ତି l ଧାନ ଚାଷ ସହ ଅଧ ଏକରରେ ପନିପରିବା ଚାଷ ତ ଆଉ ଗୋଟିଏ ଏକର ଜମିରେ ବିଗତ 10 ବର୍ଷ ହେଲା ପୋଖରୀ ଖନନ କରି ମାଛ ଚାଷ କରୁଛନ୍ତି l

ସନୁ ଏଠାରେ ଜଣେ ମିଶ୍ରିତ ଚାଷୀ ଭାବେ ମୁଣ୍ଡ ଝାଳ ତୁଣ୍ଡେ ମାରି ପରିବାର ପ୍ରତିପୋଷଣ କରନ୍ତି l ୩ ଝିଅଙ୍କୁ ବିବାହ କରିଦେବା ପରେ ପତ୍ନୀ ସୁଦେଶୀନା ଭୁଏ ଓ ଅବିବାହିତ ୨୩ ବର୍ଷୀୟ ପୁଅ ପୀତବାସ ଭୁଏଙ୍କୁ ନେଇ ତାଙ୍କ ପରିବାର l ସବୁ ଠିକ ଠାକ ଚାଲୁଥିଲା l ତେବେ ଚଳିତ ବର୍ଷ ମାସ ମାସ ଧରି ବିଦ୍ୟୁତ ସେବାରୁ ବିଚ୍ୟୁତି ହେବାରୁ ସେ ଚାଷ ଜମି ପାଇଁ ବସାଇଥିବା ମୋଟର ପମ୍ପ ଚଳାଇ ପାରୁ ନାହାଁନ୍ତି l ଫଳରେ ଧାନ ଚାଷ ତ କଷ୍ଟେ ମଷ୍ଟେ ହୋଇ ଗଲା ହେଲେ ବର୍ତ୍ତମାନ ମୋଟର ପମ୍ପ ନ ଚାଲିବାରୁ ପନିପରିବା ଚାଷ ଜମିରେ ପାଣି ମଡ଼ାଇ ପାରୁ ନାହାଁନ୍ତି l ଯଦ୍ୱାରା ୪୦ ଡ଼ିସିମିଲର ପୋଟଳ ଓ ୧୦ ଡ଼ିସିମିଲର ଲଙ୍କା ଚାଷ ସହ ଲଳିତା ଶାଗ ଏବଂ ଅନ୍ୟାନ୍ୟ ପନିପରିବା ଚାଷ ଉଜୁଡି ଗଲାଣି l ଆଉ ଦିନେ ଦୁଇ ଦିନ ମଧ୍ୟରେ ବର୍ଷା କିମ୍ବା ବିଦ୍ୟୁତ ସଂଯୋଗ ନ ହେଲେ ମୋଟର ପମ୍ପରୁ ପାଣି ଜମିକୁ ଯାଇପାରିବ ନାହିଁ l ଆଉ ଯାହା ଵି ଫସଲ ବଞ୍ଚିଛି ତାହାବି ଉଜୁଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ସନୁ ଭୁଏ କହିଛନ୍ତି l ଏନେଇ ବାରମ୍ବାର ବିଦ୍ୟୁତ ବିଭାଗକୁ ଅନୁରୋଧ କଲେ ମଧ୍ୟ ସୁଫଳ ମିଳୁ ନାହିଁ l ତାଙ୍କ ମୋଟର ପମ୍ପ ବିଦ୍ୟୁତ ସଂଯୋଗ ଥିବା ଟ୍ରାନ୍ସଫମର ଗତ ଜାନୁଆରୀ ମାସରୁ ଅଚଳ ହୋଇ ପଡ଼ି ରହିଛି l

ସେଥିରୁ କେବଳ ଗୋଟାଏ ଫେସ୍ ବିଦ୍ୟୁତ ପାଖ ପଡ଼ାବାସୀଙ୍କ ଘରୋଇ ବ୍ୟବହାର ପାଇଁ ଦିଆଯାଇଛି l ଟ୍ରାନ୍ସଫମର ଅଚଳ ଯୋଗୁଁ ଟୁପାପଡା ଗ୍ରାମବାସୀଙ୍କୁ ଵି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ବିପିଏଲ ଟ୍ରାନ୍ସଫମର ରୁ ଖାଉଟିଙ୍କ ଆବଶ୍ୟକତା ମେଣ୍ଟାଯାଇ ପାରୁ ନାହିଁ l ଫଳରେ ଗ୍ରାମବାସୀ ମଧ୍ୟ ଅତିଷ୍ଟ ହୋଇ ପଡିଲେଣି l ଗ୍ରାମର କାଶୀ ବାବୁ କହନ୍ତି ଯେ, ଲାଇନ ଦିନକ ୪ ଥର କାଟୁଛନ ଆଜ୍ଞା l ଲାଇନ ଟା ଠିକ ନାଇଁ ରହିବାର l ଖରା ମାସେ ଏନ୍ତା ଲାଇନ କାଟବାର ଲାଗି ଆମକୁ ବହୁତ ଦୁଃଖ ଲାଗୁଛେ l ସେହିପରି ଗ୍ରାମର ରସିକ ମାଝୀ କୁହନ୍ତି ଯେ ଲାଇନ ଗଲେ ଯାଇଛେ ନ l ଖରା ଦିନେ ଏନ୍ତା ବାର ବାର ଲାଇନ ଟା କାଟିଦେଲେ କେତେ ଅସୁବିଧା ପାଉଥିମୁ ଯେ ଜାନୁନ l ବିଲ ନେଲା ବେଳେ ମାସକେ ମାସ ଆସିକରି ମାଗୁଛନ, ନାଇଁ ଦେଲେ ନାଇଁ ଚଲେ ବଳି କହୁଛନ ହେଲେ ଲାଇନ ଭଲ ଭାବେ ନାଇଁ ରହିବାର l ଏନେଇ ଅତାବିରା ବିଦ୍ୟୁତ ବିଭାଗ ଏସଡ଼ିଓ ରବିନାରାୟଣ ମହାନ୍ତି ଙ୍କୁ ପଚାରିବାରୁ, ଟୁପାପଡା ସମସ୍ୟା ନେଇ ଆମେ ଅବଗତ ଅଛୁଁ l ତାଙ୍କର ଟ୍ରାନ୍ସଫମର ହୋଇ ଯାଇଛି l ଆମ ସେକ୍ସନାଲ ଅଫିସରଙ୍କ ମାଆ ଙ୍କ ଦେହ ଭଲ ନ ଥିବାରୁ ସେ ଛୁଟିରେ ଥିଲେ, ଏବେ ଆସିଗଲେଣି l ଆଜି କାଲି ମଧ୍ୟରେ ଟ୍ରାନ୍ସଫମର ବଦଳାଇ ଦେବୁ ବୋଲି ଶ୍ରୀ ମହାନ୍ତି କହିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!