ସମ୍ବଲପୁର ଏପ୍ରାଇଜ କଲେଜ ଯୁକ୍ତ ଦୁଇ ବିଜ୍ଞାନରେ ଶତ ପ୍ରତିଶତ ସଫଳତା, ୪ ଟପରଙ୍କୁ ଲକ୍ଷେ ପୁରସ୍କାର

ସମ୍ବଲପୁର, 21/5(ସଂସ୍କୃତି ମିଡ଼ିଆ)- ବୁଧବାର ଅପରାହ୍ନରେ ପ୍ରକାଶ ପାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ରେଜଲ୍ଟ। ଏକା ସାଙ୍ଗରେ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। CHSE କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫଳାଫଳ ଘୋଷଣା କରିଛନ୍ତି।
ଏହି ପରିପ୍ରେକ୍ଷୀରେ ସମ୍ବଲପୁରରେ ଥିବା ଏପ୍ରାଇଜ୍ ବିଜ୍ଞାନ କଲେଜରେ ପଢୁଥିବା ୨୧୫ ଜଣ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଇଥିଲେ l ଶତ ପ୍ରତିଶତ ସଫଳତା ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଛାତ୍ର ଛାତ୍ରୀ ୯୦ ପ୍ରତିଶତ ରୁ ଅଧିକ ମାର୍କ ରଖି ନିଜ ଅଞ୍ଚଳ ଓ କଲେଜ ପାଇଁ ସୁନାମ ଅର୍ଜନ କରିଛନ୍ତି। ଏହି ଛାତ୍ର ଛାତ୍ରୀ ମାନେ ହେଲେ ରୋଶନ ଚନ୍ଦ୍ର ସାହୁ (92.83%), ପ୍ରିତିଶ କର୍ମୀ (92.33%), ସ୍ନେହାରାଣୀ ମହାପାତ୍ର (90.66%), ସମ୍ବିତ ବେହେରା (90.33%) l
କଲେଜ ପକ୍ଷରୁ 90 ପ୍ରତିଶତ ରୁ ଅଧିକ ମାର୍କ ଆଣିଥିବାରୁ ଏହି ଚାରି ଜଣ ବିଦ୍ୟାର୍ଥୀଙ୍କୁ ଏକ ଲକ୍ଷ ଲେଖାଏଁ ପୁରସ୍କାର ଚେକ ମାଧ୍ୟମରେ ପ୍ରଦାନ କରାଯାଇଥିଲା l
ଏଥିରେ କଲେଜର ଚେୟାରମ୍ୟାନ ଇଞ୍ଜିନିୟର ଜଗଦୀଶ ଚନ୍ଦ୍ର ବେହେରାଙ୍କ ସହିତ ସମସ୍ତ ଛାତ୍ର ଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକ ଓ କଲେଜର ଅଧ୍ୟକ୍ଷ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି କେକ୍ କଟିଙ୍ଗ କରି ଖୁସି ମନାଇଥିଲେ। ଏଥିରେ କଲେଜର ଚେୟାରମ୍ୟାନ ଇଞ୍ଜିନିୟର ଜଗଦୀଶ ଚନ୍ଦ୍ର ବେହେରା ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଅଭିନନ୍ଦନ ଜଣାଇ ଆଗକୁ ଆହୁରି ଅଗ୍ରସର କରିବାକୁ କହିଥିଲେ l