+୨ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉତ୍ତମ ପ୍ରଦର୍ଶନ

+୨ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ର ସଫଳତା ବିଜ୍ଞାନରେ ଲିସା ପ୍ରଧାନ ୫୭୧ ମାର୍କ ସହ କଲେଜ ଟପ୍ପର୍ ବାଣିଜ୍ୟରେ ଶୁଭମ ପରିଡ଼ା ୫୬୯ମାର୍କ ସହ କଲେଜ ଟପ୍ପର୍ ୧୯ଜଣ ଛାତ୍ରଛାତ୍ରୀ ୯୦% ରୁ ଉର୍ଦ୍ଧ୍ୱରେ ଓ ୮୬ଜଣ ଛାତ୍ରଛାତ୍ରୀ ୮୦% ଉର୍ଦ୍ଧ୍ୱରେ
ବରଗଡ଼,୨୧/୫(ସଂସ୍କୃତି ମିଡ଼ିଆ):- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ୱାରା ଆୟୋଜିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳକୁ ନେଇ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଶାଖାରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଯାଇଛି । ଗତବର୍ଷ ଫଳାଫଳ ଅପେକ୍ଷା ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିବା ସହିତ ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି । ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ରଥ ଚଳିତବର୍ଷର ଫଳାଫଳର ସୂଚନା ପ୍ରଦାନ କରି କହିଛନ୍ତି ଯେ, ବିଜ୍ଞାନରେ ଲିସା ପ୍ରଧାନ ୫୭୧ ମାର୍କ (୯୫.୧୬%) ଓ ବାଣିଜ୍ୟରେ ଶୁଭମ ପରିଡ଼ା ୫୬୯ ମାର୍କ (୯୪.୮୩%) ସହ କଲେଜ ଟପ୍ପର୍ ହୋଇଛନ୍ତି । ବିଜ୍ଞାନରେ ସମୁଦାୟ ୧୭ଜଣ ଏବଂ ବାଣିଜ୍ୟରେ ସମୁଦାୟ ୨ଜଣଙ୍କ ସହ ସର୍ବମୋଟ ୧୯ ଜଣ ଛାତ୍ରଛାତ୍ରୀ ୯୦%ରୁ ଊର୍ଦ୍ଧ୍ୱ ରଖିଛନ୍ତି । ସେମାନଙ୍କ ମଧ୍ୟରେ ତୃପ୍ତୀମଞ୍ଜରୀ ସାହୁ ୫୬୬ ମାର୍କ (୯୪.୩୩%), ମନୀଷ ଅଗ୍ରୱାଲ ୫୬୫ ମାର୍କ (୯୪.୧୭%), ପ୍ରତିକ୍ଷା ପ୍ରିୟଦର୍ଶିନୀ ପାଣି ୫୬୨ ମାର୍କ (୯୩.୬୭%), ଆୟୁଷ ପଧାନ ୫୫୯ ମାର୍କ (୯୩.୧୭%), ବିବେକରାଜ ସାହୁ ୫୫୯ ମାର୍କ (୯୩.୧୭%), ପ୍ରତ୍ୟୁଷ କୁମାର ବିଶ୍ୱାସ ୫୫୯ ମାର୍କ (୯୩.୧୭%), ରିଶିକା ଛତର ୫୫୫ ମାର୍କ (୯୨.୫%), ସ୍ୱୟଂଶ୍ରୀ ଆଚାର୍ଯ୍ୟ ୫୫୪ ମାର୍କ (୯୨.୩୩%), ଲିପୁନ ସାହୁ ୫୫୧ ମାର୍କ (୯୧.୮୩%), ବବୁନ ସାହୁ ୫୪୭ ମାର୍କ (୯୧.୧୭%), କୋଶିଷ କୁମାର ବେହେରା ୫୪୭ ମାର୍କ (୯୧.୧୭%), ରାଜକୁମାର ଶାମଲ ୫୪୩ ମାର୍କ (୯୦.୫%), ସାଇସ୍ମିତା ପାଢୀ ୫୪୨ ମାର୍କ (୯୦.୩୩%), ଶୁଭଶ୍ରୀ ମେହେର ୫୪୨ ମାର୍କ (୯୦.୩୩%), ସୁବ୍ରତ ବିଶି ୫୪୨ ମାର୍କ (୯୦.୩୩%), ପ୍ରଜ୍ଞା ମେହେର ୫୪୦ ମାର୍କ (୯୦%) ଓ ଗୌରୀଶଙ୍କର ସେଠ୍ ୫୫୭ ମାର୍କ (୯୨.୮୩%) ରଖି ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି । ଚଳିତବର୍ଷ ଗଣିତରେ ତିନି ଜଣ, ମନିଷ ଅଗ୍ରୱାଲ, ନେହାରାଣୀ ଜୈନ ଏବଂ ନମ୍ରତା ନୀଲା ଓ ପ୍ରାଣୀ ବିଜ୍ଞାନ(ଜୁଲୋଜି) ରେ ତିନି ଜଣ ପ୍ରଜ୍ଞା ମେହେର, ସିଜଲ ପଣ୍ଡା ଏବଂ ନିଶିକା ସାହୁ ୧୦୦ ରୁ ୧୦୦ ନମ୍ବର ରଖିଥିବାବେଳେ ବିଜ୍ଞାନରେ ସମୁଦାୟ ଛାତ୍ରଛାତ୍ରୀର ୩୪.୪%, ୮୦%ରୁ ଉର୍ଦ୍ଧ୍ୱ ଏବଂ ୮୦% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରି ବିକାଶକୁ ପଶ୍ଚିମ ଓଡ଼ ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠିତ କରିପାରିଛି ବୋଲି ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ ସିଏଚ୍ଏସ୍ଇ ଫଳାଫଳ ବିଷୟରେ ସୂଚନା ଦେଇଛନ୍ତି । କ୍ରିଷ୍ଣା ବିକାଶ ଗ୍ରୁପ୍ର ଶ୍ରେଷ୍ଠ ଫଳାଫଳ ପାଇଁ କ୍ରିଷ୍ଣା ବିକାଶ ଗ୍ରୁପ୍ର ଚେୟାରମେନ୍ ଶ୍ରୀ ଦାଶରୀ ମୂରଲୀ କ୍ରୀଷ୍ଣା, ସଫଳ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଅଧ୍ୟାପିକାଙ୍କ ପରିଶ୍ରମକୁ ସଫଳତାର ଶ୍ରେୟ ଦେବାସହିତ ଛାତ୍ରଛାତ୍ରୀମାନଙ୍କ ନିଟ୍ ଏବଂ ଜେ.ଇ.ଇ ପ୍ରବେଶିକା ପରିକ୍ଷା ନିମନ୍ତେ ଏଠାରେ ଦିଆଯାଉଥିବା ଇଣି୍ଟଗ୍ରେଟେଡ୍ ପ୍ରୋଗ୍ରାମ୍ର ଭୂୟସୀ ପ୍ରଶଂସା କରିଛନ୍ତି । ବିକାଶ ସିନିୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିତରଞ୍ଜନ ପତି ଏହି ଇଣି୍ଟଗ୍ରେଟେଡ୍ ପ୍ରୋଗ୍ରାମ୍ ବିଷୟରେ ସୂଚନା ଦେବାକୁ ଯାଇ କହିଛନ୍ତି – ଚଳିତ ବର୍ଷ ପ୍ରକାଶିତ ଆଇଆଇଟି-ଜେଇଇ(ମେନ୍) ସେସନ୍-୨ ପ୍ରବେଶିକା ପରୀକ୍ଷାରେ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ର ଛାତ୍ର ପ୍ରତ୍ୟୁଷ କୁମାର ସାହୁ ୯୯.୩୯ ପର୍ସେଣ୍ଟାଇଲ ରଖିଥିବାବେଳ ୪ ଜଣ ଛାତ୍ରଛାତ୍ରୀ ୯୮ପର୍ସେଣ୍ଟାଇଲ ଉର୍ଦ୍ଧ୍ୱରେ, ୧୪ ଜଣ ଛାତ୍ରଛାତ୍ରୀ ୯୭ ପର୍ସେଣ୍ଟାଇଲ ଉର୍ଦ୍ଧ୍ୱରେ, ୨୧ ଜଣ ଛାତ୍ରଛାତ୍ରୀ ୯୫ ପର୍ସେଣ୍ଟାଇଲରୁ୍ ଉର୍ଦ୍ଧ୍ୱରେ ଏବଂ ୮୭ ଜଣ ଛାତ୍ରଛାତ୍ରୀ ଆଇଆଇଟି-ଜେଇଇ(ମେନ୍) ସେସନ୍-୨ରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଏନଟିଏ-ନିଟ (ୟୁଜି) ମେଡିକାଲ ପ୍ରବେଶିକା ପରୀକ୍ଷା ୨୦୨୫ ରେ ବିକାଶ ଆବାସିକ ବିଦ୍ୟାଳୟ ବରଗଡ଼ ଓ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବରଗଡ଼ର ୪୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସରକାରୀ ମେଡିକାଲ କଲେଜ୍ରେ ସିଟ ପାଇବା ପାଇଁ କଟଅଫ୍ ମାର୍କ ଉର୍ଦ୍ଧ୍ୱରେ ରଖିବେ ବୋଲି ଆଶା ପ୍ରକାଶ କରାଯାଉଛି ।
ସେହିପରି ସିୟୁଇଟି (ୟୁଜି), ସିଏ, ନେଷ୍ଟ ଏବଂ ଆଇଜର୍ ପ୍ରବେଶିକା ପରିକ୍ଷାରେ ମଧ୍ୟ ସ୍କୁଲର ଛାତ୍ରଛାତ୍ରୀ ଶ୍ରେଷ୍ଠ ଫଳାଫଳ ହାସଲ କରିବେ ବୋଲି ଆଶା କରାଯାଉଛି । ଚଳିତ ବର୍ଷର ଫଳାଫଳକୁ ନେଇ କ୍ରିଷ୍ଣା ବିକାଶ ଗ୍ରୁପ୍ର ଟ୍ରଷ୍ଟି ଶ୍ରୀମତୀ ଦାଶରୀ ରାମ ତୁଳସୀ, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିବେକ ଦାଶରୀ, ନିର୍ଦ୍ଦେଶକ ଡ. ସମରେନ୍ଦ୍ର ନାଥ ପଣ୍ଡା, ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ, ସିନିୟର୍ ସେକେଣ୍ଡାରୀ ଶାଖାର ଅଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଏସ୍.କାନ୍ତାରାଓ, କ୍ରୀଷ୍ଣା ବିକାଶ ଗ୍ରୁପ୍ର ଏଚ୍ଆର୍ ହେଡ୍ ଶ୍ରୀ ଅଶ୍ୱିନୀ ନାୟକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସମସ୍ତ କୃତି ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହିତ ତାଙ୍କର ମଙ୍ଗଳମୟ ତଥା ଉଜ୍ୱଳ ଭବିଷ୍ୟତର କାମନା କରିଥିଲେ ।