ଏମ୍‌ସ ବିଦ୍ୟାଳୟ ଛାତ୍ର ସ୍ଵୟଂ ପାଣ୍ଡେ ସମ୍ବଲପୁର ଜିଲା ଟପ୍ପର

0

ଏମ୍‌ସ ବିଦ୍ୟାଳୟ ଛାତ୍ର ସ୍ଵୟଂ ପାଣ୍ଡେ ସମ୍ବଲପୁର ଜିଲା ଟପ୍ପର

ଚଳିତ ବର୍ଷ ଓଡ଼ିଶା ଉଚ୍ଚ ମାଧ୍ୟମିକ ଯୁକ୍ତ ୨ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରି ଇତିହାସ ରଚିଲା ଏମ୍ ସ

ସମ୍ବଲପୁର, 22/5(ସଂସ୍କୃତି ମିଡ଼ିଆ)-ଚଳିତ ବର୍ଷ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ସମ୍ବଲପୁର ଏମ୍‌ସ ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟ ଛାତ୍ର ସ୍ଵୟଂ ପାଣ୍ଡେ ସମଗ୍ର ସମ୍ବଲପୁର ଜିଲାରେ ଟପର ହୋଇଛନ୍ତି। ସେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ୯୫.୮୩ ପ୍ରତିଶତ ହାରରେ ମୋଟ ୫୭୫ ନମ୍ବର ରଖି ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ତିରୁଜ୍ଞାନମ୍ ସେଠୀ ୯୪.୩୩ ପ୍ରତିଶତ ହାରରେ ୫୬୬, ଦେବଶ୍ରୀ ନାୟକ ୯୪ ପ୍ରତିଶତ ହାରରେ ୫୬୪ ନମ୍ବରରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ରାଜ୍ୟରେ ଏମ୍‌ସ୍ ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟର ନାମ ଶୀର୍ଷକୁ ନେଇଛନ୍ତି l ଖାଲି ସେତିକି ନୁହେଁ ଚଳିତ ୨୦୨୪-୨୫ ଯୁକ୍ତ ୨ ପରୀକ୍ଷାରେ ଶିକ୍ଷାନୁଷ୍ଠାନର ଶତ ପ୍ରତିଶତ ହାରରେ ସମସ୍ତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇ ଏକ ନୂତନ ଇତିହାସ ମଧ୍ଯ ରଚନା କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଜଣ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଊର୍ଦ୍ଧ୍ଵ ନମ୍ବର ରଖିଥ‌ିବା ବେଳେ ମୋଟ ୨୩୮ ଜଣ ଛାତ୍ରୀଛାତ୍ର ପ୍ରଥମ ଶ୍ରେଣୀରେ ଓ ୨୭ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି। ଏହି ସଫଳତା ପାଇଁ ଶିକ୍ଷାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଶ୍ରୀମନ୍ତ ପାତ୍ର, ସାମ୍ପାଦକ ଶ୍ରୀନିବାସ ପାତ୍ର, ସିଏଓ ଇଂ ଅବିନାଶ ମିଶ୍ର, ଅଧ୍ଯକ୍ଷ ଅଭିଜିତ ବାବୁଙ୍କ ସମେତ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକ ସମସ୍ତ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି।


Leave a Reply

Your email address will not be published. Required fields are marked *

error: Content is protected !!