ଅତାବିରା ପଞ୍ଚାୟତ ସମିତିର ସ୍ୱତନ୍ତ୍ର ଅଧିବେଶନ / ଲୋକଙ୍କ ପାଇଁ କାମ କରିବାକୁ ବିଧାୟକଙ୍କ ଆହ୍ୱାନ

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 45;
ଅତାବିରା, ୩/୬(ସଂସ୍କୃତି ମିଡ଼ିଆ)- ବିକାଶ କରିବାକୁ ହେଲେ ଲୋକଙ୍କ କାମ କରିବାକୁ ପଡିବ l ଲୋକଙ୍କ କାମ କଲେ ଅଞ୍ଚଳର ବିକାଶ ହେବା ସହ ବିକଶିତ ଗାଁ ବିକଶିତ ଓଡ଼ିଶାର ଲକ୍ଷ୍ୟ ସାଧନା ହୋଇ ପାରିବ ବୋଲି ଅତାବିରା ବିଧାୟକ ମଙ୍ଗଳବାର ବରଗଡ଼ ଜିଲା ଅତାବିରା ପଞ୍ଚାୟତ ସମିତିର ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେଇ ମତ ପ୍ରକାଶ କରିଛନ୍ତି l ଅତାବିରା ବ୍ଲକ ସମ୍ମିଳନୀ କକ୍ଷଠାରେ ପଞ୍ଚାୟତ ସମିତି ର ସ୍ୱତନ୍ତ୍ର ଅଧିବେଶନ ଆଜି ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତାବିରା ବିଧାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ବିକଶିତ ଗାଁ ବିକଶିତ ଓଡ଼ିଶା କୁ ସାକାର କରିବା ପାଇଁ କ୍ଷେତ୍ରକୁ ଯାଇ ଲୋକଙ୍କ କାମ କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଅତାବିରା ପଞ୍ଚାୟତ ସମିତିର ବିକାଶ ପାଇଁ ୨୧୧ ପ୍ରକଳ୍ପ ମଧ୍ୟରୁ ୯୦ ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି l ଏଥିରେ ୩ କୋଟି ୮୧ ଲକ୍ଷ ୮୮ ହଜାର ୮୭୮ ଟଙ୍କାର ଅନୁଦାନ ମଞ୍ଜୁରୀ ହୋଇଥିବା କୁହାଯାଇଛି l ଅନ୍ୟ ପକ୍ଷେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୯ କୋଟି ୫୪ ଲକ୍ଷ ୭୨ ହଜାର 195 ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ସର୍ବ ସମ୍ମତି କ୍ରମେ ଅନୁମୋଦନ କରି ଜିଲ୍ଲା ପ୍ରଶାସନ ପାଖକୁ ପଠାଯାଇଛି l ଏଥିରେ ଅତାବିରା ଅଞ୍ଚଳର ଉନ୍ନତି ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି l ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଯୋଗାଣ, ଜଳସେଚନ, କୃଷିର ବିକାଶ ଏବଂ କୃଷକ ଓ ମହିଳାଙ୍କ ଆର୍ଥିକ ଉନ୍ନତି ପାଇଁ ବିଭିନ୍ନ ଯୋଜନାକୁ ଗୁରୁତ୍ୱ ଦିଆଯାଇଛି l
ଏହି ଅବସରରେ ଅତାବିରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ, ଉପାଧ୍ୟକ୍ଷ ଅନନ୍ତ ମେହେର, ବିଡ଼ିଓ ରୀପୁନାଥ ସୁନା, ଏବିଡ଼ିଓ ଗିରିନ୍ଦ୍ର ସାହୁ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଜିପିଓ ମହମ୍ମଦ ଆକବର, ପଞ୍ଚାୟତିରାଜ ସହକାରୀ ନିର୍ବାହୀ ଯନ୍ତ୍ରୀ ମୋନୀଶିବା ମହାପାତ୍ର, ଏମପି ପ୍ରତିନିଧି କୁଶ କୁମ୍ଭାର ପ୍ରମୁଖ ମଞ୍ଚାସିନ ଥିଲେ l ୨୪ଟି ଗ୍ରାମ ପଞ୍ଚାୟତର ସମସ୍ତ ସମିତି ସଭ୍ୟ ସଭ୍ୟା, ସରପଞ୍ଚ ଙ୍କ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ l ବୈଠକ ପରେ ବିଧାୟକ ନିହାର ରଞ୍ଜନ ମହାନନ୍ଦ ବ୍ଲକ କାର୍ଯ୍ୟାଳୟରେ ଅତାବିରା ବିଡିଓ ରିପୁନାଥ ସୁନାଙ୍କ ସହ ଆଗାମୀ ଦିନରେ ବିଭିନ୍ନ ପଞ୍ଚାୟତରେ ହେବାକୁ ଥିବା କାର୍ଯ୍ୟସମୂହ ବିଷୟରେ ଆଲୋଚନା କରିଥିଲେ । ତତ୍ ସହିତ ପ୍ରତ୍ୟେକ ପଞ୍ଚାୟତର ଲୋକମାନେ ଯାହା ଯାହା ସମସ୍ୟା ଦେଖୁଛନ୍ତି, ସେ ସମସ୍ୟାଗୁଡ଼ିକୁ ଯଥାଶୀଘ୍ର ସମାଧାନ ନିମନ୍ତେ ମଧ୍ୟ ଆଲୋଚନା କରିଥିଲେ l