ଗୋଡଭଗା ଦୁର୍ଗା ପୂଜା ପାଇଁ ରାବଣ ବରନ୍ ସମ୍ପର୍ଣ୍ଣ

ଗୋଡଭଗା – ୧୪/୬(ସଂସ୍କୃତି ମିଡ଼ିଆ ) – ବରଗଡ଼ ଜିଲ୍ଲା ଗୋଡଭଗା ଦୁର୍ଗା ମଣ୍ଡପ ଠାରେ ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଶୁକ୍ରବାର କମିଟି ବୈଠକ ହେବା ସହ ରାମଲୀଳା ପାଇଁ ରାବଣ ବରନ୍ କରାଯାଇଥିଲା ।
୨୦୨୪ ମସିହା ରେ ରାବଣ ଭୂମିକାରେ ଅଭିନୟ କରିଥିବା ଶ୍ରୀମାନ ସଦାନନ୍ ସାହୁ ଙ୍କୁ ଏଥର ମଧ୍ୟ ରାବଣ ଭୂମିକାରେ ଅଭିନୟ କରିବା ପାଇଁ ଚୟନ କରାଯିବା ସହ କମିଟି ପକ୍ଷରୁ ବରନ୍ କରାଯାଇଥିଲା ।
ତାପରେ ପରେ କମିଟି ର ବୈଠକ ବସି ନିମ୍ନ ଲିଖିତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।ସରକାରଙ୍କ ପକ୍ଷରୁ ରାଜ୍ୟ ରାଜପଥ କଡ ଓ କେନାଲ ହିଡକୁ ଭଙ୍ଗାଯିବା ପାଇଁ ନୋଟିସ ହୋଇଥିବାରୁ , ବର୍ତ୍ତମାନ୍ ଦୁର୍ଗା ମଣ୍ଡପ ଟି କେନାଲ ହିଡରେ ଥିବା ଯୋଗୁଁ ଏଥର ପୂଜା ମଣ୍ଡପ କୁ ସ୍ଥାନାନ୍ତରିତ କରି କେନାଲ କଲୋନୀର ସାମନା ରେ କରାଯିବା ପାଇଁ ପ୍ରସ୍ତାବ ନିଆଗଲା । ତା ସହ ପୂଜା ପାଇଁ ବିଭିନ୍ନ କାମକୁ ତ୍ବରାନ୍ବିତ କରିବା ପାଇଁ କମିଟି ସଦସ୍ୟଙ୍କୁ ଦାୟିତ୍ଵ ଦିଆଗଲା । ବୈଠକ ରେ ସଭାପତି ରାମକୃଷ୍ଣ ଅଗ୍ରୱାଲ, ସମ୍ପାଦକ ଦେବବ୍ରତ ରଥ, ଉପ ସଭାପତି ସତିଶ ଦାଶ , ବରିଷ୍ଠ ସଦସ୍ୟ କୁଳମଣି ପ୍ରଧାନ, ମଧୁସୂଦନ ଶର୍ମା, ବୁଲୁ ଅଗ୍ରୱାଲ, ଡ. ଚିତ୍ତରଞ୍ଜନ ଜେନା, ପି. ଶ୍ରିହରି, ପ୍ରେମରାଜ ପ୍ରଧାନ, ପ୍ରଦୀପ ପ୍ରଧାନ, ଶିବାନନ୍ଦ ବହିଦାର, ପ୍ରଦୀପ କର୍ଣ୍ଣ, ଦିବାକର ପ୍ରଧାନ, ବିଜୟ ପ୍ରଧାନ, ସଚିନ ମେହେର ଆଦି ସଦସ୍ୟ ମାନେ ଉପସ୍ଥିତ ଥିଲେ ।