ଏବିଭିପିର ଅଭ୍ୟାସ ବର୍ଗ ଉଦଯାପିତ

0

ବରଗଡ଼, 14/6(ସଂସ୍କୃତି ମିଡ଼ିଆ)-ବିଶ୍ଵର ସର୍ବବୃହତ୍ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ଓଡ଼ିଶା ପଶ୍ଚିମ ଅଭ୍ୟାସ ବର୍ଗ ବରଗଡ଼ ଜିଲ୍ଲାର ର କ୍ରିଷ୍ଣା ବିକାଶ ସ୍କୁଲ ଠାରେ ଅନୁଷ୍ଠିତ ହୋଇଥିଲା ଉକ୍ତ ଅଭ୍ୟାସ ବର୍ଗ ଗତ 9 ରୁ 12 ତାରିଖ ପର୍ଯ୍ୟନ୍ତ ଚାଲିଥିଲା l ଗୁରୁବାର ଏହି ଅଭ୍ୟାସ ବର୍ଗ ଉଦଯାପିତ ହୋଇଯାଇଛି । ଏହି ବର୍ଗ ରେ ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ଗୋବିନ୍ଦ ନାୟକ,ରାଷ୍ଟ୍ରୀୟ ଜନଜାତି ପ୍ରମୁକ୍ ପ୍ରମୋଦ ରାଉତ, ପୂର୍ବ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଅପଂଶୁ ଶେଖର ସିଲ୍,ସହ ସଂଗଠନ ମନ୍ତ୍ରୀ ବୋଇଲୋଚନ ସାହୁ ପଶ୍ଚିମ ପ୍ରନ୍ତ ସଂଗଠନ ମନ୍ତ୍ରୀ ନିକୁଞ୍ଜ ବିହାରୀ ପଣ୍ଡା ରାଜ୍ୟ ସଭାପତି ସଂଜିପ ମିଶ୍ର ରାଜ୍ୟ ସମ୍ପାଦକ ସ୍ୱତାଂଶୁ ବରାଇ ଯୋଗଦାନ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣ ରେ କାର୍ଯ୍ୟ କରୁଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ନୂତନ ଦାୟିତ୍ବ ମଧ୍ୟ ଘୋଷଣା ହୋଇଥିଲା । ଏହି ନୂତନ ଦାୟିତ୍ବ ଘୋଷଣା ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତ ର ପ୍ରାନ୍ତ ବରଗଡ଼ ଜିଲ୍ଲା ର ଅତାବିରା ଖଇରପାଲି କର୍ମୀଟିକରା ର ବରଗଡ ଜିଲ୍ଲା ସହ ପ୍ରମୁଖ ହେଲେ ଅଚ୍ୟୁତ ମାଝୀ ଏବଂ ବିଦ୍ୟାର୍ଥୀ ପରିଷଦରେ ରେ ଅତାବିରା ନଗର ସମ୍ପାଦକ,ସୋନପୁର ଜିଲ୍ଲାର ର ନଗର ବିସ୍ତାରକ ସମ୍ବଲପୁର ବିଭାଗ ଜନଜାତି ପ୍ରମୁଖ,ବିଭାଗ ସଂଯୋଜକ ଦାୟିତ୍ଵ ତୁଲାଇ ସାରିଛନ୍ତି ।


Leave a Reply

Your email address will not be published. Required fields are marked *

error: Content is protected !!