ସରଣ୍ଡା ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ବାବା ଶୈବ ପୀଠ ପରିଦର୍ଶନ କଲେ ବିଧାୟକ 

0

ସରଣ୍ଡା ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ବାବା ଶୈବ ପୀଠ ପରିଦର୍ଶନ କଲେ ବିଧାୟକ 

ନୂତନ ସୌନ୍ଦର୍ଯ୍ୟକରଣରେ ଝଲସିବ ଅଷ୍ଟଶମ୍ଭୁ ପୀଠ, ବିଧାୟକ 

ଅତାବିରା, ୧୨/୭(ସଂସ୍କୃତି ମିଡ଼ିଆ)- ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ମଧ୍ୟରେ ଅନ୍ୟତମ ବରଗଡ଼ ଜିଲା ଅତାବିରା ବ୍ଲକ ସରଣ୍ଡା ସ୍ଥିତ ବିଶ୍ୱେଶ୍ୱର ବାବାଙ୍କ ଶୈବ ପୀଠ ଶନିବାର ସନ୍ଧ୍ୟାରେ ପରିଦର୍ଶନ କରିଛନ୍ତି ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ l ମନ୍ଦିରର ପାରିପାର୍ଶ୍ଵିକ ସ୍ଥିତି ସହ ଆବଶ୍ୟକତାକୁ ଅନୁଧ୍ୟାନ କରି ନୂତନ ସୌନ୍ଦର୍ଯ୍ୟକରଣରେ ଝଲସି ଉଠିବ ଏହି ଅଷ୍ଟଶମ୍ଭୁ ପୀଠ ବୋଲି ବିଧାୟକ ଶ୍ରୀ ମହାନନ୍ଦ ପରିପ୍ରକାଶ କରିଛନ୍ତି l

(ଫଟୋ – ମନ୍ଦିର ପରିଦର୍ଶନ କରୁଛନ୍ତି ବିଧାୟକ ନିହାର ରଞ୍ଜନ ମହାନନ୍ଦ)

ଆସନ୍ତା ସୋମବାର ଶ୍ରାବଣ ମାସ ପ୍ରଥମ ସୋମବାର ସହ ୨୦୨୬ ମସିହା ଜାନୁଆରୀ ୨୨ ରୁ ୨୬ ଅଷ୍ଟଶମ୍ଭୁ ପ୍ରାଙ୍ଗଣରେ ନବ ନିର୍ମିତ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ରହିଥିବା ବେଳେ ଅଚାନକ ବିଧାୟକଙ୍କ ମନ୍ଦିର ପରିଦର୍ଶନ ଗୁରୁତ୍ୱ ବଢ଼ାଇ ଦେଇଛି l ମନ୍ଦିରକୁ ଲାଗି ନୂତନ ୫୩ ନମ୍ବର ଜାତୀୟ ରାଜପଥ ଯିବା ପରେ ଵି ବାକି ରହିଥିବା ୬ ଏକର ୪୦ ଡ଼ିସିମିଲ ପରିମିତ ଦେଉଳ କଟାର ପୁନଃରୁଦ୍ଧାର କରି ସାଢେ ୪ଏକରରୁ ଉର୍ଦ୍ଧ୍ୱ ଦେଉଳ ବନ୍ଧ (ପୋଖରୀ) ସହିତ ମିଶାଇ ଏକ ବିରାଟ ଆଦର୍ଶ ପୋଖରୀ କରିବା ପାଇଁ ପ୍ରସ୍ତାବ ଦେବାକୁ ପ୍ରତିଶୃତି ଦେଇଥିଲେ l ଏହା ସହ ମନ୍ଦିରରେ ରହିଥିବା ବିଭିନ୍ନ ଆବଶ୍ୟକତା କୁ ପୂରଣ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହିତ ଆଲୋଚନା ବେଳେ ବିଧାୟକ ମତପ୍ରକାଶ କରୁଛନ୍ତି l ଏହି ସମୟରେ ଅତାବିରା ନଗର ଭାଜପା ସଭାପତି ସତୀଶ ଚୌଧୁରୀ, ଅତାବିରା ଏନଏସି ୧ ନମ୍ବର କାଉନସିଲର ଦୀପକ ରାୟ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!