ଆସନ୍ତା ୧୬ରେ ସହୟୋଗ ର ଦ୍ୱିତୀୟ ବାର୍ଷିକ ଉତ୍ସବ

0

ପଦ୍ମପୁର, ୧୨/୭(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲ୍ଲା ତଥା ପଦ୍ମପୁର ଉପଖଣ୍ଡର ଏକ ଅଗ୍ରଣୀ ଅନୁଷ୍ଠାନ “ସହୟୋଗ” ଦ୍ୱିତୀୟ ବର୍ଷ ରେ ପାଦ ଥାପିବାକୁ ଯାଉଛି। ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ବୁଧବାର ଝାଙ୍କରପାଳି ଠାରେ ବିରାଟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିବାବେଳେ ଆସନ୍ତା ୧୬ ତାରିଖ ପଦ୍ମପୁର କଲେଜ ରୋଡ ସ୍ଥିତ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ଠାରେ ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ପାଳନ କରିବାକୁ ଯାଉଛି। ଏହି ଅବସରରେ ପଦ୍ମପୁର ହସ୍ପିଟାଲରେ ଦେଖା ଦେଉଥିବା ରକ୍ତ ଅବାଭ ସମସ୍ୟା କୁ ନେଇ ଏକ ବିରାଟ ରକ୍ତଦାନ ଶିବିର ଆୟୋଜିତ କରାଯିବ ଓ ଏହି ଶିବିର ରେ ସମସ୍ତ ରକ୍ତଦାତା ଯୋଗଦେଇ ସ୍ୱଇଚ୍ଛା ରେ ରକ୍ତଦାନ କରିବା ପାଇଁ କାର୍ଯ୍ୟାଳୟରେ ଅନୁରୋଧ କରିଛନ୍ତି ସମ୍ପାଦକ ତାପସ କୁମାର ନାୟକ। ଆଜିର ଏହି ବୈଠକରେ ସଭାପତି ମୌସମ ପାଗଡା, କୋଷାଧ୍ୟକ୍ଷ ପ୍ରଭୁ ଦତ୍ତ ପଣ୍ଡା ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।ପଦ୍ମପୁର ଅଞ୍ଚଳର ଲୋକମାନଙ୍କ ସୁଖ ଦୁଃଖରେ ସବୁବେଳେ ସାହା ହେଉଥିବା ଉକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରଗତି ପାଇଁ ଅଞ୍ଚଳବାସୀ ଶୁଭେଚ୍ଛା ପ୍ରଦାନ କରିବା ସହ ବିଭିନ୍ନ ଜାଗାରେ ତାଙ୍କୁ ସମ୍ଭର୍ଦ୍ଧିତ କରିଛନ୍ତି


Leave a Reply

Your email address will not be published. Required fields are marked *

error: Content is protected !!