ବରଗଡ଼ ବିଶିପଡାରେ ଚଢାଉ, ୨୧୭୧ ବୋତଲ କଫ ସିରଫ ଜବତ୍

0

 

ବରଗଡ଼, ୨୧/୭(ସଂସ୍କୃତି ମିଡ଼ିଆ)-ବରଗଡ଼ ସହର‍ରେ ଦିନକୁ ଦିନ ବିଭିନ୍ନ ନିଶାକାରବାର ବୃଦ୍ଧି ପାଉଥିବା ବେଳେ ଅଜି ବରଗଡ ଏସ.ପି. ପ୍ରହଲ୍ଲାଦ ସହାୟ ମିନା କୌଣସି ସୂତ୍ର‍ରୁ ଖବର ପାଇ  ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏସ୍.ପି.ଙ୍କ ନିର୍ଦ୍ଦେଶ କ୍ରମେ ବରଗଡ ଟାଉନ ଥାନା ଏସ.ଆଇ ରୋଜେନଥପା ବାଗ ଙ୍କ ନେତୃତ୍ବରେ ସଦାବେଳେ ଆଜି ଭୋର ରୁ ସ୍ଥାନୀୟ ବିଶିପଡାରେ ଚଢାଉ କରି ୨୧୭୧ବୋତଲ କୋରେକ୍ସ ଜବତ୍ କରିବା ରେ ସକ୍ଷମ ହୋଇଛନ୍ତି, ଯାହାର ଆନୁମାନିକ ମୂଲ୍ୟ ସତୁର ହଜାର ଟଙ୍କା ହେବ, ତାସଙ୍ଗରେ ଛଅଟି ମୋବାଇଲ ଏବଂ ନଗଦ ୭୪,୧୦୦ ଟଙ୍କା ମଧ୍ୟ ଜପତ୍ କରାଯାଇଛି ।   ବିଶି ପଡାରେ ଚଢାଉ କରି ସାତଜଣଙ୍କୁ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ପୋଲିସ ଗିରଫ କରିଛି । ସେମାନେ ହେଲେ ନିଖିଲ ପାଢୀ (୨୯) ବିଶିପଡା, ବରଗଡ, ନରେଶ ବିଶାର (୩୦) ବନ୍ଦବାହାଲ, ଝାରସୁଗୁଡା, ଖୁସୁବୁ ବିଶାର (୩୦) ବନ୍ଦବାହାଲ, ଝାରସୁଗୁଡା,ବ‍ବୁଲୁ ସୁନା (୩୦) ଅମ୍ବାଭୋନା, ଘନଶ୍ୟାମ ନାୟକ (୩୬) ଚିଖିଲି, ବିକାଶ ଥପା(୩୧) ଡେମ କଲୋନି , ବରଗଡ ଓ ବିଶାଲ ସୁନା (୩୬) ଦମ୍ପିଆ ପଦ୍ମପୁର । ସମସ୍ତଙ୍କୁ ବିଶିପଡା, ବରଗଡରେ ଗିରଫ କରାଯାଇଛି । କୋର୍ଟ ଚାଲାଣ ପରେ ଜାମିନ ନାମାଞ୍ଜୁର ହେବାରୁ ସମସ୍ତ ସାତ ଜଣଙ୍କୁ ଜେଲ ପଠାଯାଇଛି । ଏହି ସାତ ଜଣଙ୍କ ମଧ୍ୟରେ ଜଣେ ଝିଅ ମଧ୍ୟ ଅଛନ୍ତି । ଏଠାରେ ସୂଚନା ଯେ  ବର୍ତ୍ତମାନ ବରଗଡ ସହର‍ରେ ସବୁଆଡେ ନିଶା କାରବାର ବୃଦ୍ଧି ପାଇ ନାନାପ୍ରକାର ଅନୈତିକ କାରବାର ହେଉଅଛି । ଏଣୁ କିଛିଦିନ ହେବ ପୋଲିସର ତ‍ତ୍ପରତା ଦେଖାଇ ବିଭିନ୍ନ ସ୍ଥାନରେ  ପୋଲିସ ପେଟ୍ରୋଲିଙ୍ଗ କରି ବସ‌ଷ୍ଟାଣ୍ତ, ପାର୍କ ଏବଂ ଜନଗହଳୀ ପୂର୍ଣ୍ଣ ସ୍ଥାନରେ ପୋଲିସ କଡା ନଜର ରଖିଛି ଓ ଯେଉଁ ମାନଙ୍କୁ କିଛି ସନ୍ଦହ ହେଉଛି ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରୁଥିବାର ଏସ.ପି. ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!