ତିନିଦିନିଆ ସିବିଏସ୍ଇ ଇଷ୍ଟ ଫାର୍ ଜୋନ୍ ସ୍ୱିମିଂ କ୍ଲଷ୍ଟରର ଉଦଯାପିତ

0

ବରଗଡ଼, ୨୨/୭(ସଂସ୍କୃତି ମିଡ଼ିଆ)-:-ସ୍ଥାନୀୟ ବରଗଡ଼ ଅବସ୍ଥିତ ସଂସ୍କାର ଇଣ୍ଟରନ୍ୟାସନାଲ୍ ସ୍କୁଲରେ ରବିବାର ଦିନ ତିନିଦିନିଆ ସିବିଏସ୍ଇ ଇଷ୍ଟ ଫାର୍ ଜୋନ୍ ସ୍ୱିମିଂ କ୍ଲଷ୍ଟରର ସମାପନ ଅତ୍ୟନ୍ତ ଭବ୍ୟ ଭାବରେ ଅନୁଷ୍ଠିତ ହୋଇଥିଲା। ସଂସ୍କାର ଇଣ୍ଟରନ୍ୟାସନାଲ୍ ସ୍କୁଲର ଛାତ୍ର ବିବାନ୍ ପଟ୍ଟନାୟକ ଅଣ୍ତର-୧୧ ବିଭାଗରେ ସ୍ବର୍ଣ୍ଣ ପଦକ ଜିତି ନ୍ୟାସନାଲ ସ୍ୱିମିଂ କ୍ଳଷ୍ଟର ପାଇଁ ମନୋନିତ ହୋଇଛନ୍ତି। ଏହି ନ୍ୟାସନାଲ୍ କ୍ଲଷ୍ଟର ପାନିପଥ, ହରିୟାଣାରେ ଅନୁଷ୍ଠିତ ହେବ। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ରୀ ସୁମନ ସାୱଡ଼ିଆ, ବିଦ୍ୟାଳୟର ପ୍ରବନ୍ଧନ ସମିତି, ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ, ପ୍ରତିଯୋଗୀ, ଅଭିଭାବକ ଓ ବିଦ୍ୟାର୍ଥୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆରମ୍ଭ ବିଦ୍ୟାଳୟର ଖେଳ ଏରିନାରେ ହେବା ସହ ବିଶିଷ୍ଟ ଅତିଥିମାନଙ୍କ ସ୍ୱାଗତ ଓ ଅଭିନନ୍ଦନ ସହିତ ଆୟୋଜନ କରାଯାଇଥିଲା। ପ୍ରଥମେ ମୁଖ୍ୟ ଅତିଥିଙ୍କୁ ଶାଲ ଓ ଗଛ ଦେଇ ସମ୍ମାନିତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ପୂର୍ବ ଭାରତର ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଆସାମ୍ ଓ ମଣିପୁର ର ମୋଟ ୯୫୦ ପ୍ରତିଯୋଗୀ ତାଙ୍କର ଅଭିଭାବକ ଓ ପ୍ରବନ୍ଧକଙ୍କ ସହିତ ଅଂଶଗ୍ରହଣ କରିଥିଲେ। ସମସ୍ତ ୫୫୦ ପ୍ରତିଯୋଗୀଙ୍କ ପାଇଁ ଖାଦ୍ୟ ଓ ରହିବା ବ୍ୟବସ୍ଥା ସଂସ୍କାରର “ଦିଶା ଓ ଲକ୍ଷ୍ୟ” ହଷ୍ଟେଲରେ ଉତ୍ତମ ଭାବରେ କରାଯାଇଥିଲା। ପ୍ରତିଯୋଗିତା ଦେଖିବାକୁ ଆସିଥିବା ଦର୍ଶକମାନେ ସ୍ୱିମିଂ ପୁଲ ନିକଟରେ ଥିବା “ଫୁଡ୍ କୋର୍ଟ”ରେ ନିମ୍ନ ମୂଲ୍ୟରେ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟର ଆନନ୍ଦ ଉଠାଇଥିଲେ। ପ୍ରାୟ ହଜାରେ ଦର୍ଶକଙ୍କ ସମ୍ମୁଖରେ ଏହି ସ୍ୱିମିଂ ପ୍ରତିଯୋଗିତା ଉତ୍କଣ୍ଠାର ସହ ଚାଲିଥିଲା। ପ୍ରତିଯୋଗିତାରେ ଅନେକ ପ୍ରକାରର ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା । ଯେପରି ୪୦୦ମି. ଫ୍ରି ଷ୍ଟାଇଲ୍, ୧୦୦ମି. ବ୍ୟାକ ଷ୍ଟ୍ରୋକ୍, ୨୦୦ ଇଣ୍ଡିଭିଜୁଆଲ୍ ମେଡଲେ, ୧୦୦ମି. ବଟରଫ୍ଲାଇ, ୪ X୫୦ ଫ୍ରିଷ୍ଟାଇଲ୍ ରିଲେ, ୫୦ମି. ବ୍ରେଷ୍ଟ ଷ୍ଟ୍ରୋକ୍, ୮୦୦ମି. ଫ୍ରିଷ୍ଟାଇଲ୍, ଯାହାକୁ ଚାରିଟିଏ ବର୍ଗରେ ବିଭାଜିତ କରାଯାଇଥିଲା – ବାୟ/ଗର୍ଲ୍ସ ଖଣ୍ଡର-୧୧, ଅଣ୍ଡର-୧୪, ଅଣ୍ଡର-୧୭, ଅଣ୍ଡର-୧୯ । ତିନି ଦିନରେ ମୋଟ ୧୨୦ଟି ଇଭେଣ୍ଟ ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ଏହି ତ୍ରିଦିନିଆ ପ୍ରତିଯୋଗିତାକୁ ନ୍ୟାୟପୂର୍ବକ ମୂଲ୍ୟାଙ୍କନ କରିବା ପାଇଁ ରାଞ୍ଚି, ଝାରଖଣ୍ଡରୁ ରେଫେରି କୁଣାଲ କିଶୋରଙ୍କ ନେତୃତ୍ୱରେ ୨୫ ଜଣିଆ ଟିମ୍ ଆସିଥିଲେ।

ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ବିଜେତାମାନେ ହେଲେ-
ଅଣ୍ଡର-୧୯(ବଏଜ୍): ତୀଷନ ଦାସ (ଭୁବନେଶ୍ୱର ମଡେଲ୍ ପବ୍ଲିକ୍ ସ୍କୁଲ୍)
ଅଣ୍ଡର-୧୯ (ଚର୍ଲ୍ସ): ନିଶାନ୍ତିକା ସୁର୍ (ମହାଦେବୀ ବିର୍ଲା ୱାର୍ଲ୍ଡ ଏକାଡେମି, ପଶ୍ଚିମବଙ୍ଗ)
ଅଣ୍ଡର-୧୭ (ବଏଜ୍): ଆରବ ଶର୍ମା (ମହର୍ଷି ବିଦ୍ୟା ମନ୍ଦିର, ବିଲାସପୁର, ଛତିଶଗଡ଼)
ଅଣ୍ଡର-୧୭ (ଚର୍ଲ୍ସ): ଶିବାଙ୍ଗିନୀ ପାଣ୍ଡେ (ଏସ୍ଇସିଆର ହାୟର୍ ସେକେଣ୍ଡାରୀ ସ୍କୁଲ୍ ବିଲାସପୁର)
ଅଣ୍ଡର-୧୪ (ବଏଜ୍): ଅଂଶୁମାନ ନାଗ (ଏସ୍. ମେମୋରିଆଲ୍ ଇନ୍‌ଷ୍ଟିଟ୍ୟୁଟ୍, ଡୋଲତଲା, ପଶ୍ଚିମବଙ୍ଗ)
ଅଣ୍ଡର- ୧୪ (ଗର୍ଲ୍ସ): ଅଦ୍ରିଜା ରାଣୀ ଛେତିଆ (ଦୁନ୍ ପବ୍ଲିକ୍ ସ୍କୁଲ୍, ଆସାମ୍)
ଅଣ୍ଡର-୧୧(ବଏଜ୍): ବିବାନ୍ ମୋହନ (ମନଫୋର୍ଟ ସ୍କୁଲ୍, ଗୌହାଟି, ଆସାମ୍)
ଅଣ୍ଡର-୧୧ (ଗର୍ଲ୍ସ): ନମସ୍ୟା କଲିତା (ଡିପିଏସ୍, ଗୌହାଟି, ଆସାମ୍)
ଓଭରଅଲ୍ ଚାମ୍ପିଅନ୍: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍, ଭୁବନେଶ୍ୱର
ରନର୍-ଅପ୍ ସ୍କୁଲ୍: ଏସ୍. ମେମୋରିଆଲ୍ ଇନ୍‌ଷ୍ଟିଟ୍ୟୁଟ୍, ଡୋଲତଲା, ପଶ୍ଚିମବଙ୍ଗ | ସମସ୍ତ ଅଭିଭାବକ ଓ ପ୍ରତିଯୋଗୀମାନେ ସଂସ୍କାର ସ୍କୁଲର ବ୍ୟବସ୍ଥାର ବହୁତ ପ୍ରଶଂସା କରିଥିଲେ। ସେମାନେ କହିଲେ ଯେ ସଂସ୍କାର ର ସଭ୍ୟମାନେ ଆମକୁ କୌଣସି ଅସୁବିଧା ଅନୁଭବ ହେବାକୁ ଦେଇ ନାହାନ୍ତି । ରହିବା ଖାଇବାର ବ୍ୟବସ୍ଥା ବଡ଼ ଉତ୍ତମ ଥିଲା। ବରଗଡ଼ର ଅଧିବାସୀମାନେ ମଧ୍ୟ କହିଲେ ଯେ ଏହି ଆୟୋଜନ ବରଗଡ଼ ଓ ଓଡ଼ିଶା ପାଇଁ ଗର୍ବର ବିଷୟ। ମୁଖ୍ୟ ଅତିଥି ଶ୍ରୀ ସୁମନ ସାୱଡ଼ିଆ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ କହିଲେ – “ଆପଣମାନେ ଆମ ସହ ବନ୍ଧୁତ୍ୱ ଏବଂ ଆଶୀର୍ବାଦ ଯଥାପୂର୍ବକ ରଖନ୍ତୁ, ଯାହାଦ୍ୱାରା ଆମେ ଆଗାମୀ ଦିନରେ ବିଦ୍ୟାର୍ଥୀ, ବରଗଡ଼ ଓ ଓଡ଼ିଶା ପାଇଁ ଶ୍ରେଷ୍ଠ କାର୍ଯ୍ୟ କରିପାରିବୁ ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ମୋର ଅଭିନନ୍ଦନ । ଆଶା କରୁଛୁ ସମସ୍ତେ ଏ ସ୍ଥାନରୁ ସୁନ୍ଦର ଅନୁଭବ ଓ ସ୍ମୃତି ନେଇ ଯିବେ ।” ଶିକ୍ଷୟିତ୍ରୀ ଅନ୍ୱେଷା ବିଶ୍ୱାଳଙ୍କ ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମର ଶେଷ ହେଲା।


Leave a Reply

Your email address will not be published. Required fields are marked *

error: Content is protected !!