ଅତାବିରା ସାମୂହିକ ସ୍ୱାଧୀନତା ଦିବସ ପାଳିତ

0

ଅତାବିରା, ୧୬/୮(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲା ଅତାବିରାରେ ଭାରତ ସ୍ବାଧୀନ ହେବାର ଦୀର୍ଘବର୍ଷ ପରେ ଚଳିତବର୍ଷ ପ୍ରଥମଥର କରି ଏନଏସିସ୍ତରୀୟ ସ୍ବାଧୀନତା ଦିବସ ସ୍ଥାନୀୟ ଇଣ୍ଡୋର ଷ୍ଟାଡ଼ିୟମ ସାମ୍ନା ପଡ଼ିଆ ପରିସରରେ ଶୁକ୍ରବାର ପାଳିତ ହୋଇଛି। ଏଥିଲାଗି ସହରବାସୀଙ୍କ ମଧ୍ୟରେ ଖୁବ ଆନନ୍ଦ ଉଲ୍ଲାସ ସହ ଉତ୍ସାହ ଦେଖାଦେଇଛି। କୋଶଳ ଅବସରପ୍ରାପ୍ତ ସୈନିକ ସଂଘ ତତ୍ପରତା ଦେଖାଇ ଅଞ୍ଚଳର ବିକାଶ ଓ ଭାଇଚାରା ପ୍ରତିଷ୍ଠାର ଲକ୍ଷ୍ୟ ରଖି ଦଳଗତ ନିର୍ବିଶେଷରେ ସମସ୍ତଙ୍କୁ ଏକାଠି କରି ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରି ଅଞ୍ଚଳରେ ଇତିହାସ ସୃଷ୍ଟି କରିଛନ୍ତି। ଏହାକୁ ଅତାବିରା ଅଞ୍ଚଳର ପ୍ରତିଟି ଅନୁଷ୍ଠାନ ନିଜ ନିଜର ଶ୍ରେଷ୍ଠ ଯୋଗଦାନ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ସାମୂହିକ ଆବାହକତ୍ୱରେ ଅନୁଷ୍ଠିତ ଏହି ୭୯ ତମ ସ୍ବାଧୀନତା ଦିବସରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ପତାକା ଉତ୍ତୋଳନ କରି ମୁଖ୍ୟ ଅତିଥି ଶ୍ରୀ ମହାନନ୍ଦ କହିଥିଲେ ଯେ, ମିଳିତ ଭାବେ ଉଦ୍ୟମ କଲେ ଅସମ୍ଭବକୁ ସମ୍ଭବ କରିହୁଏ l ଯାହାର ଜ୍ଜଳନ୍ତ ଉଦାହରଣ ହେଉଛି ଏହି ସାମୂହିକ ସ୍ୱାଧୀନତା ଦିବସ ପାଳିନ l ଦିନ କେଇଟାରେ ଅତାବିରାର ପ୍ରତିଟି ଅନୁଷ୍ଠାନ ମିଳିତ ଭାବେ କାର୍ଯ୍ୟ କରି ଆଜିର କାର୍ଯ୍ୟକ୍ରମକୁ ଭବ୍ୟ ରୂପେ ସଫଳ କରିପାରିଛନ୍ତି l ଏକ ହୋଇ ରୁହ ନିଜକୁ ନିଜ ସମାଜ ସହ ରାଷ୍ଟ୍ରକୁ ମଜଭୁତ ରଖ ବୋଲି ବିଧାୟକ ତାଙ୍କ ଅଭିଭାଷଣରେ ବାର୍ତ୍ତା ପ୍ରଦାନ କରିଥିଲେ l
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ସ୍କାଉଟ୍‌ ଗାଇଡ୍‌ କ୍ୟାଡେଟ୍‌ ସହ ୧୨୧୪ ଜଣ ଛାତ୍ରୀଛାତ୍ରମାନେ ଯୋଗ ଦେଇ ପରେଡ୍‌ ପ୍ରଦର୍ଶନ କରିଥିବା ବେଳେ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପରେଡ୍ ର ବାଳିକା ବିଭାଗରେ ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର, ୟୁଜିୟୁପି ସ୍କୁଲ ଲାଦେରପାଲି, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଏବଂ ବାଳକ ବିଭାଗରେ ଅତାବିରା ବାଳକ ବିଦ୍ୟାଳୟ, ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବିଦ୍ୟାର୍ଥୀମାନେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଛାତ୍ରୀଛାତ୍ରକଙ୍କ ଦ୍ୱାରା ଦେଶାତ୍ମକ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ ହୋଇଥିଲା। ଏଥିରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଆଇନଜୀବୀ ବ୍ୟବସାୟୀ ଓ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନର କର୍ମଚାରୀ ସଦସ୍ୟମାନେ ଯୋଗଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଥିବା କନିଷ୍ଠ ଚିତ୍ରାଙ୍କନ ପ୍ରତିଯୋଗିତାରେ ସ୍ଵସ୍ତିକ ପ୍ରଧାନ, ଜସ୍ମିନ୍ ସ୍ୱାଇଁ, ସାୟଦ୍ ଗୌହର ଅଲ୍ଲୀ,ଗୀତ କନିଷ୍ଠ ରେ ଚିନ୍ମୟୀ ଭୁଏ, ସମୀକ୍ଷା ଦାସ,ଅପର୍ଣ୍ଣା ମହାନନ୍ଦ,ଗୀତ ବରିଷ୍ଠ ରେ ମାନସୀ ମହାନନ୍ଦ, ଜସ୍ମିନ୍ ସୁସାରି,ମନମୋହନ ମଲ୍ଲିକ, ଓଡ଼ିଆ ବତ୍କୃତା କନିଷ୍ଠ ରେ ଶ୍ରୀୟାଶ୍ରୀ ପ୍ରଧାନ, ତ୍ରିଶା ବାରିକ, ମନିଷା ସାହୁ, ବତ୍କୃତା ଓଡ଼ିଆ ବରିଷ୍ଠ ରେ ତମନ୍ନା ସାହୁ,ଚିନ୍ମୟୀ ବିଶ୍ଵାଳ, ଜସ୍ମିନ୍ ଭୋଇ, ବତ୍କୃତା ଇଂରାଜୀ କନିଷ୍ଠ ରେ ଡି. ଯୋଗାଶ୍ରୀ, ସାନଭି ପ୍ରଧାନ, ଶ୍ରେୟାଂଶି ସାନସିଟା ଜେନା, ବତ୍କୃତା ଇଂରାଜୀ ବରିଷ୍ଟ ରେ ଖୁସବୁ ବେହେରା ,ଆଲିଶା ପ୍ରଧାନ ଯଥାକ୍ରମେ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀ ଙ୍କୁ ଅତିଥିଗଣ ମାନପତ୍ର ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!