ବରଗଡ ନାଗରିକ ମଞ୍ଚ ତରଫରୁ ନୂଆଁଖାଇ ଭେଟଘାଟ ୨୦୨୫ ପାଇଁ ପ୍ରସ୍ତୁତି ବୈଠକ
ବରଗଡ଼, ୧୨/୮(ସଂସ୍କୃତି ମିଡ଼ିଆ )-ଆଉ କିଛି ଦିନ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ହେଵ ଏହାକୁ ନେଇ ବିଭିନ୍ନ ପ୍ରକାରର ପ୍ରସ୍ତୁତି ଚାଲିଥିବା ବେଳେ ଏହାର ଆଉ ଗୋଟିଏ ମୁଖ୍ୟ ଆକର୍ଷଣ ହେଉଛି ନୂଆଁଖାଇ ଭେଟଘାଟ। ବରଗଡ଼ ନାଗରିକ ମଞ୍ଚ ତରଫରୁ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ଅଗଷ୍ଟ ୩୧ ତାରିଖ ରବିବାର ଦିନ ଏହି କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଅଛି। ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ସଭାପତି ଭୀଷ୍ମଦେବ ସରାଫ ଙ୍କ ନେତୃତ୍ୱ ରେ ପ୍ରସ୍ତୁତି ବୈଠକ ରେ ନୂଆଁଖାଇ ଭେଟଘାଟ କୁ ସୁନ୍ଦର ଭାବେ ଆୟୋଜନ କରିବା ଓ ସାଂସ୍କୃତିକ ଦଳ ଗୁଡିକ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି କରାଯାଇଛି। ନାଗରିକ ମଞ୍ଚ ର ସମ୍ପାଦକ ଭବାନୀ ସାହୁ ବୈଠକ ର ସଂଯୋଜନା କରି ଥିବା ବେଳେ ଉପଦେଷ୍ଟା ଆଇନଜୀବୀ ଶିରୀଶ ବଲ୍ଲଭ ମିଶ୍ର, ନିଧୁଭୁବନ ପଣ୍ଡା, ରମେଶ ପତି, ସାମ୍ୱାଦିକ ବାଲାଜୀ ତାରାସିଆ, ଅବସର ପ୍ରାପ୍ତ ଇଞ୍ଜିନିୟର ପୃଥ୍ୱୀରାଜ ଭୋଇ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଚ୍ଚି ପଣ୍ଡା,ଟିଂକୁ ନନ୍ଦ, ନିଖିଳ ପାଣିଗ୍ରାହୀ, ଶିବାନନ୍ଦ ମଟାରୀ,ଗୋବିନ୍ଦ ଶର୍ମା, ସୁରଥ ସାହୁ, ସୁଦାମ ସାହୁ, ଲାଲା ଦୀପ, ଲତିଫ ଖାନ,ସତ୍ୟ ମେହେର, ଜୀବନ ଲାଲ ଚୌଧୁରୀ, ସୁଦାମ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
