ଲରମ୍ଭା ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ

0

ଅତାବିରା, ୧୬/୮(ସଂସ୍କୃତି ମିଡ଼ିଆ)-ଅତାବିରା ବ୍ଲକ ସ୍ଥିତ ଅଗ୍ରଣୀ ଶିକ୍ଷାକେନ୍ଦ୍ର ଲରମ୍ଭା ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଅଛି। ଏହି ଅବସରରେ ଉପ ଜିଲ୍ଲାପାଳ ବରଗଡ ତଥା ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରସନ୍ନ କୁମାର ପାଣ୍ଡେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରଗଡ଼ ବିଧାୟକ ଅଶ୍ବିନୀ କୁମାର ଷଡଙ୍ଗୀ ମୁଖ୍ୟଅତିଥି, ବିଧାୟକ ବିଧାୟକ ନିହାର ରଂଜନ ମହାନନ୍ଦ, ପ୍ରତିଷ୍ଠାତା ସ୍ବର୍ଗତ ବ୍ରଜମୋହନ ପଣ୍ଡାଙ୍କ ପୈାତ୍ର ସୁଧୀର କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦେଓଗାଁ ଉଚ୍ଚବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଲେ ଲରମ୍ଭା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ମହାନ୍ତି, ଯୁକ୍ତ ଦୁଇ ଅଧିକାରୀ ଡ.ଦିଗମ୍ବର ଚାନ୍ଦ ମଂଚାସୀନ ଥିଲେ। ପ୍ରଥମେ ପ୍ରଭୁ ଶ୍ରୀକୃଷ୍ଣ ଓ ବ୍ରଜମୋହନ ପଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ବ୍ରଜମୋହନ ପଣ୍ଡାଙ୍କ ଲରମ୍ଭା କଲେଜ ସ୍ଥାପନ ଓ ଶ୍ରୀକୃଷ୍ଣଙ୍କ ଧରାଧାମକୁ ଆଗମନର ସଂଯୋଗ ସେତୁ ସହ ପଲ୍ଲୀଅଞ୍ଚଳରେ ଶିକ୍ଷାର ବିକାଶ ନିମନ୍ତେ ବ୍ରଜମୋହନ ପଣ୍ଡାଙ୍କ ଅବଦାନକୁ ବକ୍ତାମାନେ ଆଲୋଚନା କରିଥିଲେ । ଶେଷରେ ମହାବିଦ୍ୟାଳୟର ଇଂରାଜୀ ବିଭାଗୀୟ ମୁଖ୍ୟ ଶ୍ରୀ ଟଙ୍କଧର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!