ଗଣେଶ ଚତୁର୍ଥୀରେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ ଅଭିନଵ ପ୍ରୟାସ | କଣ କଲେ ଛାତ୍ର ମୟଙ୍କ ଭୁଏ ଆସନ୍ତୁ ଜାଣିବା

0

ଅତାବିରା, ୨୭/୮(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ଶିକ୍ଷା ଅଧିନସ୍ଥ ତଳିଟାମ୍ପରସରା ପ୍ରାଥମିକ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ ଛାତ୍ର ମୟଙ୍କ ଭୁଏ କରିଛନ୍ତି ଅଭିନବ ପ୍ରୟାସ । ଚଳିତ ବର୍ଷର ଗଣେଶ ପୂଜା ପାଇଁ ନିଜ ହାତରେ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି । ଏତେକମ ବୟସରୁ ଛାତ୍ରଙ୍କର କଳାକୃତିକୁ ଅଞ୍ଚଳରେ ପ୍ରଶଂସା କରାଯାଇଅଛି ।ଆଗାମୀ ଦିନରେ ଛାତ୍ରଟିର ଉଜ୍ଜଳ ଭବିଷ୍ୟତ କାମନାକରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ସେଠଙ୍କ ଅଧ୍ୟକ୍ଷତାରେ ବହୁ ଶିକ୍ଷାପ୍ରେମୀ ଯୋଗଦାନ କରି ଛାତ୍ର ମୟଙ୍କ ଙ୍କୁ ପ୍ରସଂଶା କରିଥିଲେ l ଶିକ୍ଷାପ୍ରେମୀ ରାଧେଶ୍ୟାମ ପାଣିଗ୍ରାହୀ ମୟଙ୍କ ଙ୍କୁ ପୁରସ୍କୃତ କରିଥିଲେ। ପୂଜାଉତ୍ସବକୁ ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନେ ନିଜ ହାତ ତିଆରି ଛୋଟ ଛୋଟ ଗଣେଶ ମୂର୍ତ୍ତମାନ ନେଇ ଆସିଥିଲେ l ପୂଜା ପରେ ଛାତ୍ରୀଛାତ୍ରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରିଥିଲେ।

#ଭିଡିଓ ନିଉଜ ପାଇଁ ଦେଖନ୍ତୁ#

ଗଣେଶ ଚତୁର୍ଥୀରେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ ଅଭିନଵ ପ୍ରୟାସ | କଣ କଲେ ଛାତ୍ର ମୟଙ୍କ ଭୁଏ ଆସନ୍ତୁ ଜାଣିବା |SANSKRITIMEDIA

News☝️☝️☝️ 👍♥️👌 Link 👇👇👇👇👇👇👇


Leave a Reply

Your email address will not be published. Required fields are marked *

error: Content is protected !!