ଅମ୍ବାଭୋନା ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି, ୬୮ ଅଭିଯୋଗ ପଞ୍ଜିକୃତ

0

ଅମ୍ବାଭୋନା, ୧୫/୯(ସଂସ୍କୃତି ମିଡ଼ିଆ)-ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ସଭାଗୃହ ରେ ଆଜି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଙ୍କ ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା, ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ସିଂ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ କୁମାର ମହନ୍ତ, ବ୍ଲକ ଅଧ୍ୟକ୍ଷ କୀର୍ତ୍ତିଚନ୍ଦ୍ର ଦୁଆନ, ଅମ୍ବାଭୋନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଳିତ ବାଗ ପ୍ରମୁଖ ମଞ୍ଚାସୀନ ଥିଲେ। ଶିବିର ରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ କୁ ମିଶାଇ ମୋଟ ୬୮ ଟି ପଞ୍ଜିକୃତ ହୋଇଥିଲା ଅଭିଯୋଗ ର ଶୁଣାଣି ରେ ହିତାଧିକାରୀ ୫୪ ଟି ବ୍ୟକ୍ତିଗତ ଓ ୧୪ ଟି ଗୋଷ୍ଠୀଗତ ଆବେଦନ କରିଥିଲେ। ପାନୀୟ ଜଳ ସମସ୍ୟା, ବିଭିନ୍ନ ଗ୍ରାମରେ ଲାଗିରହିଥିବା ବିଦ୍ୟୁତ ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପକ୍କା ଘର ନିର୍ମାଣ, ଶୁଭଦ୍ରା ଯୋଜନା ରେ ବଞ୍ଚିତ ବ୍ୟକ୍ତିଗତ ସମସ୍ୟା,୮୦ ବର୍ଷ ରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଭତ୍ତା,ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ଧାନ ପଞ୍ଜିକରଣ ରେ ବାଦ ପଡ଼ିଥିବା ଚାଷୀ ଙ୍କ ସମଧାନ, ସାର କଳାବଜାରୀ, ଛତିଶଗଡ଼ ରାଜ୍ୟ ଭଳି ଧାନ ମଣ୍ଡି ର ବ୍ୟବସ୍ଥା ଆଦି ଅଭିଯୋଗ ହୋଇଥିଲା। ଅମ୍ବାଭୋନା ଅଞ୍ଚଳ ର ସମସ୍ତ ଗ୍ରାମ ମାନଙ୍କ ରେ ମୋବାଇଲ ନେଟୱର୍କ ର ଅସୁବିଧା ଅଭିଯୋଗ ହୋଇଥିଲା।


Leave a Reply

Your email address will not be published. Required fields are marked *

error: Content is protected !!