Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ଜଗନ୍ନାଥ ନଗର ସୂବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ଜଗନ୍ନାଥ ନଗର ସୂବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

0

ବରପାଲି, ୧୫/୯(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲ୍ଲା ବରପାଲି ଜଗନ୍ନାଥ ନଗର ଏବେ ପୂର୍ଣ୍ଣ ଭାବେ ମାଁ ଦୁର୍ଗାଙ୍କ ଆଗମନ ପାଇଁ ସାଜ ସଜ୍ୟାରେ ବ୍ୟସ୍ଥ ଅଞ୍ଚଳ ବାସୀ । କାରଣ ଏବେ ଏଠାରେ ପାଳିତ ହେବାକୁ ଯାଉଛି ୫୦ ତମ ସାର୍ବଜନୀନ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ । ସୋମବାର ସକାଳ ୧୦ ଟା ସମୟରେ ଜଗନ୍ନାଥ ନଗର ପୂଜା ମଣ୍ଡପ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆଗାମୀ ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦା ତା. ୨୨.୦୯.୨୫ ସୋମବାର ଠାରୁ ଆଶ୍ୱିନ ଶୁକ୍ଲପକ୍ଷ ଦଶମୀ ତା. ୦୨.୧୦.୨୫ ଗୁରୁବାର ଦିନ ପର୍ଯ୍ୟନ୍ତ ଏହା ଚାଳିବ ଓ ୦୪ ଅକ୍ଟୋବରରେ ଭସାଣି ଯାତ୍ରାରେ ଏହା ସମାପନ ହେବ ।

ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ , କାର୍ଯ୍ୟକାରୀ ସଭାପତି ରୋହିତ ବଢଳ,ଏବଂ ଭୈରବ ମେହେର, ସାଧାରଣ ସମ୍ପାଦକ ଯଦୁମଣି ତ୍ରିପାଠୀ, ସହ ସମ୍ପାଦକ ସୁଜିତ କୁମାର ଥଇତ ଏବଂ ସନ୍ତୋଷ ଗୁପ୍ତା, କୋଷାଧ୍ୟକ୍ଷ ନେତରାମ ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ ଓ ଜିତେନ୍ଦ୍ର ଅଗ୍ରୱାଲ, ଉପଦେଷ୍ଟା ମଣ୍ଡଳୀରେ ମଳୟ କୁମାର ତ୍ରୀପାଠୀ, ନରେନ୍ଦ୍ର କୁମାର ଅଗ୍ରୱାଲ, କିଶୋର କୁମାର କୁଷ୍ଟା , କିଶନ ଅଗ୍ରୱାଲ ସଭାରେ ଉପସ୍ଥିତ ଥିଲେ । ଏଥର ୫୦ ତମ ସୁବର୍ଣ୍ଣ ଜୟନ୍ତୀରେ ବହୁ ଧୁମ ଧାମରେ ବୈଦିକ ରୀତିନୀତି, ସାହିତ୍ୟ, ସଂସ୍କୃତି, ମନୋରଞ୍ଜନ, ଲୋକକଳାର ମିଶ୍ରଣରେ ଦୁର୍ଗାପୂଜାଟି ସମାପନ ହେବ ବୋଲି କମିଟୀ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ କହିଛନ୍ତି । ସାଧାରଣ ସମ୍ପାଦକ ଯଦୁମଣି ତ୍ରିପାଠୀ ପ୍ରଶାସନ ଅବହେଳା ଉପରେ ଆଲୋକପାତ କରି କହିଥିଲେ, ଆଗକୁ ମାଁ ଙ୍କ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳନ ହେବ କିନ୍ତୁ ଡ୍ରେନର ପାଣି ରାସ୍ତାରେ ଗଢୁଛି, ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଏବେ ପର୍ଯ୍ୟନ୍ତ କିଛି ସୁବିଧା କରିନାହିଁ, ରେଲୱ ଲାଇନ ରାସ୍ତା ଦେଇ ଆସିବା ସମୟରେ ବେଶି ଗାଡି ଜାମ ରହୁଛି ତେଣୁ ପ୍ରଶାସନ ତା ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

ମାଁ ଦୁର୍ଗାଙ୍କ ଖଣ୍ଡାଧୂଆ ଓ କଳସ ଶୋଭାଯାତ୍ରାରୁ ପୂଜା ଆରମ୍ଭ କରି ଦେବୀ ଆବାହନ, ମାଁଙ୍କ ନବଦୁର୍ଗା ବେଶ, ଚଣ୍ଡୀପାଠ, ଷୋଡଶପଚାର ପୂଜା ବିଧିପୂର୍ବକ ଅନୁଷ୍ଠିତ ହେବ । ଦୁର୍ଗାପୂଜା ପାଇଁ ବ୍ୟୟ ଅଟକଳ ୫୫ ଲକ୍ଷ ଟଙ୍କା ଆକଳନ କରାଯାଇଛି । ବହୁ କଳାକାର ବିଭିନ୍ନ ଜାଗାରୁ ଏଠାକୁ ଆସିବେ ଏବଂ ପ୍ରତ୍ୟେକ ଦିନ ୧ ହଜାର ଆରତିତେ ମାଁଙ୍କୁ ପୂଜା କରାଯିବ । ମନୋରଞ୍ଜନ କାର୍ଯ୍ୟକ୍ରମରେ ବୁଗି ବୁଗି ଡାନ୍ସ, ହାସ୍ୟକବି ସମ୍ମିଳନୀ, କସରତ, ମହିଲା କିରତନ, ସୁଶ୍ରୀ ପ୍ରାପ୍ତି ଆଚାର୍ଯ୍ୟ ପାରାୟଣ, ଭଜନ, ପ୍ରସିଦ୍ଧ ସମ୍ବଲପୁରୀ ସିଙ୍ଗର ଉମାକାନ୍ତ ବାରିକ, ହାସ୍ୟ ଅଭିନେତା ଯୋଗେଶ ଜୋଜୋ ଏବଂ ସାଥି କଳାକାର । ସୂବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଏକ ସ୍ମରଣୀକା ରାଜେଶ୍ନରୀ ନାମରେ ୫୦ ବର୍ଷ ଅନୁଭୂତି, ଦେବୀ ମହାତ୍ମ୍ୟ ତଥା ଓଡ଼ିଶାର ବରେଣ୍ୟ ଲେଖକ ଲେଖିକା ମାନଙ୍କ ଲେଖା ଏବଂ ମତାମତ ଗୁଡିକ ସ୍ଥାନ ପାଇଛି । ପ୍ରତ୍ୟେକ ସନ୍ଧ୍ୟାରେ ଅନ୍ନଭୋଗର ବ୍ୟବସ୍ଥା ସ୍ରଧାଳୁଙ୍କୁ ଯୋଗାଇ ଦିଆଯିବ । ସଭା ଶେଷରେ ସାମ୍ବାଦିକ ବନ୍ଧୁ ମାନେ, ଗଣମାଧ୍ୟମର ସମସ୍ତ କର୍ମକର୍ତ୍ତା ମାନେ ପୂଜା ସମୟରେ ଉପସ୍ଥିତ ରହି ବହୁଳ ଭାବରେ ପ୍ରଚାର ପ୍ରସାର କରିବାକୁ ଅନୁରୋଧ କରିଛନ୍ତି ଜଗନ୍ନାଥ ନଗର ଦୁର୍ଗାପୂଜା କମିଟି । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକାରୀ ସଭାପତି ରୋହିତ ବଢଳ ।


Leave a Reply

Your email address will not be published. Required fields are marked *

error: Content is protected !!