ବରପାଲି ମୁଖ୍ୟ ଡାକ ଘରୁ ଚୋରୀ, ପୋଲିସ ଚଳାଇଛି ତନାଘନା
ବରପାଲି,୧୯/୯(ସଂସ୍କୃତି ମିଡ଼ିଆ) ଏବେ ପାର୍ବଣ ଋତୁ ଚାଲୁଥିବା ବେଳେ ବରଗଡ ଜିଲ୍ଲା ବରପାଲି ସହରରେ ଘନ ଘନ ଚୋରୀ ତଥା ବରପାଲି ଥାନା ଅଞ୍ଚଳ ରେ ରାହାଜାନୀ, ଲୁଟ ଆଦି ଘଟଣା ବାରମ୍ବାର ଘଟୁ ଥିବା ଯୋଗୁଁ ପୋଲିସ ପ୍ରଶାସନ ଅଧିକ ସକ୍ରିୟ ହେବା ସହ ରାତ୍ର ପେଟ୍ରୋଲିଂ କୁ ଅଧିକ କଡ଼ା କଡି ଚାଲିଥିଲେ ମଧ୍ୟ ବରପାଲି ର ମୁଖ୍ୟ ଡାକ ଘରୁ ଲକର ଭାଙ୍ଗି ଗତ କାଲି ରାତି ରେ ନଗଦ ୭୨ ହଜାର ଟଙ୍କା ଚୋରୀ ହୋଇଛି ।
ବରପାଲି କଲେଜ ନିକଟରେ ଥିବା ମୁଖ୍ୟ ଡାକ ଘରୁ ପଛ ପଟ ରାସ୍ତା ଦେଇ ଦୃର୍ବୁତ୍ତ ପଶି ଲକର୍ ଭାଙ୍ଗି ନଗଦ୭୨ ହଜାର ଟଙ୍କା ଚୋରୀ ଘଟଣା ବିଷୟରେ ପୋଷ୍ଟ ମାଷ୍ଟର ଅଶୋକ ପାତ୍ର ବରପାଲି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଉପରେ ବରପାଲି ଥାନା ଅଧିକାରୀ ଜୟରସ୍ମି ସେଠୀ ଙ୍କ ତତ୍ପବଧାନରେ ତଦନ୍ତ ଆରମ୍ଭ କରିବା ସହିତ ବଲାଙ୍ଗୀର ସାଇନ୍ଟିଫିକ୍ ଦଳ ର ସହାୟତା ରେ ତଦନ୍ତ ଜାରି ରଖିଛନ୍ତି ।
