ବିକାଶ ଆବାସିକ ବିଦ୍ୟାଳୟରେ ବାଣିଜ୍ୟ ବିଭାଗର ଆଲୋଚନାଚକ୍ର
ବରଗଡ଼, ୨୬/୯(ସଂସ୍କୃତି ମିଡ଼ିଆ)- ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ଗୁରୁବାର “ପ୍ରଭାବଶାଳୀ ଯୋଗାଯୋଗରେ ପ୍ରତିବନ୍ଧକ ଏବଂ ଏହାର ପ୍ରତିକାର” ସମ୍ବନ୍ଧୀୟ ଆଲୋଚନା କରାଯାଇଛିି । ଏଥିରେ ବିକାଶ ଡ଼ିଗ୍ରୀ କଲେଜର ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରଭାବଶାଳୀ ଯୋଗାଯୋଗରେ ପ୍ରତିବନ୍ଧକ ଏବଂ ଏହାକୁ କିପରି ଦୂର କରାଯାଇପାରିବ, ଏହି ଦିଗରେ ବିସ୍ତୃତ ଆଲୋଚନା କରିଥିଲେ । ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ସିନିୟର ସେକେଣ୍ଡାରୀ ଅଧ୍ୟକ୍ଷ ଚିତରଞ୍ଜନ ପତି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ, ଅଧ୍ୟାପକ ଏସ୍ କାନ୍ତା ରାଓ, ବରିଷ୍ଠ ଅଧ୍ୟାପକ ପବିତ୍ର ମୋହନ ସାହୁ, ବାଣିଜ୍ୟ ବିଭାଗର ସଂଯୋଜକ ସୁଜିତ କୁମାର ଦୋରା, ସହଯୋଗୀ ଅଧ୍ୟାପକ ଅନିକେତ ଚୌହାନ ଏବଂ ବାଣିଜ୍ୟ ବିଭାଗର ଅନ୍ୟାନ୍ୟ ଅଧ୍ୟାପକ ଏବଂ ଅଧ୍ୟାପିକାବୃନ୍ଦ ଉପସ୍ଥିତ ଥିଲେ । ଏଥିରେ ଉଭୟ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ପ୍ରତ୍ୟୁଷ, ନବନୀତ, ଆଦର୍ଶ, ସ୍ୱସ୍ତିକ,ନିଖିଲ, ପ୍ରଂଶସିତ, ଏସ୍ ଗୋପିନାଥ, ନେହା, ନିହାରିକା, ସଞ୍ଜନା, ରିସିତା, ସ୍ନେହା, ସୋନାଲି ଆଲୋଚନା ଚକ୍ରର ବିଷୟବସ୍ତୁ ଉପରେ ନିଜର ବିସ୍ତୃତ ଧାରଣା ଉପସ୍ଥାପନା କରିଥିଲେ । ଏହି ପାଠଚକ୍ରରେ ବାଣିଜ୍ୟ ବିଭାଗରେ ଅଧ୍ୟୟନ କରୁଥିବା ଅନ୍ୟାନ୍ୟ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ବାଣିଜ୍ୟ ବିଭାଗର ସଂଯୋଜକ ଅଧ୍ୟାପକ ସୁଜିତ କୁମାର ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।

