ଅର୍ଡାବାହାଲରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ପରିବେଶ ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଗୋଡଭଗା:ତା.୨୩/୦୯ (ସଂସ୍କୃତି ମିଡିଆ)-ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ପିଏମଶ୍ରୀ ସରକାରୀ ମହିଳା ଯୁକ୍ତ ଦୁଇ କଲେଜ, ଅରଡାବାହାଲରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମା ଙ୍କ ନାମରେ ଗଛଟିଏ ଓ ପରିବେଶ ସଚେତନତା ସଭା ତଥା ଚାରା ରୋପଣ କାର୍ଯ୍ୟକ୍ରମ ଏହାର ସଭାପତି ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ରଞ୍ଜନ ନାଏକ ମୁଖ୍ୟ ଅତିଥି ଓ ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ତୃପ୍ତି ପଟେଲ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମକୁ କେଶାଇ ବାହାଲ ସମ୍ବାଦ ସାହିତ୍ୟ ଘରର ସଭାପତି ତୁଳସୀ ମଞ୍ଜରୀ ବହିଦାର ପରିଚାଳନା କରିଥିବା ବେଳେ ପ୍ରକୃତି ବନ୍ଧୁ ରବିନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ପରିବେଶବିତ୍ ସୁବାସ ନାୟକଙ୍କ ୬୪ ତମ ଜନ୍ମଦିନ ଉପଲକ୍ଷେ ଏହା ଅନୁଷ୍ଠିତ ହୋଇ ଥିବା ବେଳେ ବକ୍ତାଗଣଙ୍କ ବକ୍ତବ୍ୟରେ କୁଚିଣ୍ଡା ଉପଖଣ୍ଡର ପରିବେଶ ସଚେତନତା ଦିଗରେ ଶ୍ରୀ ନାୟକଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ବାଦ ସାହିତ୍ୟ ଘର , କେସା ଇବାହାଲ ଶାଖା ପକ୍ଷରୁ ଶ୍ରୀ ନାୟକଙ୍କୁ ମାନପତ୍ର ,ଉତ୍ତରୀୟ ଉପହାର ଦେଇ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଅଧ୍ୟାପକ ଗୁରୁଜନ ଖୁଣ୍ଟିଆ ସ୍ଵାଗତ ଭାଷଣ , ଅଧ୍ୟାପକ ଉଦୟ ପାଣିଗ୍ରାହି ଅତିଥି ପରିଚୟ ଓ ଅଧ୍ୟାପିକା ଶୁଭ ଲକ୍ଷ୍ମୀ ପଟ୍ଟନାୟକ ଦିବସ ର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । ସାହିତ୍ୟ ଘର ସମ୍ପାଦକ ବସନ୍ତ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ପ୍ରାୟ ୨୫୦ ଜଣ ଛାତ୍ରୀ ବିଭିନ୍ନ ସ୍ଥାନରେ ଚାରା ରୋପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!