ଦଶହରା ପାଇଁ ଅତାବିରାରେ ଗାଁଠୁ ସହର ସବୁଠି ଉତ୍ସବ ମୁଖର
ଦଶହରା ପାଇଁ ଅତାବିରାରେ ଗାଁଠୁ ସହର ସବୁଠି ଉତ୍ସବ ମୁଖର
ଅତାବିରା ରେ ତିହାର ଲୋକମହୋତ୍ସବ
ଗୋଡ଼ଭଗାରେ ରାମଲୀଳା
ଦର୍ଶକ ହେଉଛନ୍ତି ଆତ୍ମବିଭୋର
ଜଗତଜନନୀ ମାଁ ଦୁର୍ଗାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ବଢ଼ୁଛି ଆନନ୍ଦ ଉତ୍ସାହ

ଅତାବିରା, ୩୦/୯(ସଂସ୍କୃତି ମିଡ଼ିଆ)- ଦଶହରା ପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ରଙ୍ଗୀନ ଆଲୋକମାଲାରେ ଝଲସୁଛି ପୀଠ ଓ ମଣ୍ଡପ। ହୋମଯଜ୍ଞ ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା ସବୁଠିଁ ଚାଲିଛି । ଘଣ୍ଟ, ଶଙ୍ଖ, ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ଅଞ୍ଚଳ । ଏଭଳିସ୍ଥିତିରେ ଭକ୍ତ ମା’ ଜଗତଜନନୀଙ୍କ ଦର୍ଶନ ପାଇଁ ଆନନ୍ଦ ଉତ୍ସାହ ସହ ବଢ଼ୁଛି ପ୍ରବଳ ଭିଡ଼ l ମାଁଙ୍କ ଅପୂର୍ବ ଦୃଶ୍ୟ ଦେଖିବାକୁ ଭକ୍ତ ହେଉଛନ୍ତି ଆତ୍ମବିଭୋର । ଅନ୍ୟ ପଟେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି କଳାକାର ଆତ୍ମସନ୍ତୋଷ ନେଉଥିବା ବେଳେ ଦର୍ଶକ ଭରପୂର ଉପଭୋଗ କରୁଛନ୍ତି l ଯେପରି ଅପେକ୍ଷାରେ ଥିଲେ ଏହି ମୁହୂର୍ତ୍ତକୁ l ଅତାବିରା ଦୁର୍ଗାପୂଜା ଅବସରରେ ଥାନା ସମ୍ମୁଖ ନିର୍ମିତ ମଣ୍ଡପରେ ମଙ୍ଗଳବାର ମୃଣ୍ମୟୀ ମୂର୍ତ୍ତି ପୂଜା ରେ ଅଷ୍ଟମୀ ଶେଷ ନବମୀ ପ୍ରବେଶରେ ସନ୍ଧି ପୂଜାପାଠ ରୀତିନୀତି ପୂର୍ବକ କରାଯାଉଛି l ଏଥିରେ ମୁଖ୍ୟ ଆଚାର୍ଯ୍ୟ ସତ୍ୟବ୍ରତ କର ଓ କର୍ତ୍ତା ଭାବେ ଦୀନେଶ କୌଶିକ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଛନ୍ତି l ଅନ୍ୟ ପଟେ ସୋମବାର ରାତ୍ରୀ ୯ ଟାରେ ୧୫ତମ ‘ତିହାର’ ଲୋକମହୋତ୍ସବ ସାଂସ୍କୃତିକ ସାନ୍ଧ୍ୟ ଉଦଘାଟନ ହୋଇଯାଇଛି l
ପଶ୍ଚିମ ଓଡ଼ିଶା ର ଲୋକ କଳା, ଲୋକ ସଂସ୍କୃତି ଓ ପରମ୍ପରା ମହାନ୍ ହୋଇଥିବା ବେଳେ “ନିଜ ମାଟି ମା ର କଳା ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ତିହାର ଲୋକ ମହୋତ୍ସବ ର ଅବଦାନ ଅନସ୍ଵିକାର୍ଯ୍ୟ।” ବୋଲି ସୋମବାର ରାତ୍ରିରେ ୧୫ ତମ ତିହାର ଲୋକ ମହୋତ୍ସବ ଉଦଘାଟନ ଅବସରରେ ବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି । ତିହାର ଲୋକ ମହୋତ୍ସବ ସମିତି ର ସଭାପତି ତଥା ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଙ୍କ ସଭାପତିତ୍ବ ଓ ସଂଯୋଜକ ରବି ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବ ରେ ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆମ ଅଞ୍ଚଳ ର ନୃତ୍ୟ ଗୀତ ର ଏକ ଅଦ୍ଭୁତ ମହକ ରହିଛି ତଥା ସହ ଧନୁ ଓ ଧାନ ର ବରଗଡ଼ ଜିଲ୍ଲା ଏକ ସ୍ଵୟଂ ସମ୍ପୂର୍ଣ୍ଣ ଜିଲ୍ଲା ଅଟେ ବୋଲି କହିଥିଲେ ।
ମହୋତ୍ସବ ସମିତି ସଭାପତି ଶ୍ରୀ ମହାନନ୍ଦ ଅନେକ ବାଧାବିଘ୍ନ , ସୁବିଧା ଅସୁବିଧା କୁ ତାଳ ଦେଇ ଏହି ମହୋତ୍ସବ ଜନ ସାଧାରଣ ଙ୍କ ଆଶା ଓ ଆଶୀର୍ବାଦ ରୁ ଆଜି ୧୫ ବର୍ଷ ରେ ପଦାର୍ପଣ କରିପାରିଛି ଏବଂ ଏହି ଯାତ୍ରା ଆଗକୁ ଜାରି ରହିଥିବ। ଆଗାମୀ ବର୍ଷ ଏଠାରେ ଏକ ସ୍ଥାୟୀ ମଞ୍ଚ ର ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ ।
ଏହି ଅବସରରେ ପୂଜ୍ୟପୂଜା କ୍ରମରେ ଯୁବ ନାଟ୍ୟକାର , ଅଭିନେତା ଦିଲୀପ ବେହେରା ଙ୍କୁ ନାଟକ ରଚନା , ନିର୍ଦ୍ଦେଶନା ଓ ଅଭିନୟ ସକାଶେ ସ୍ବର୍ଗତ ରାଜେନ୍ଦ୍ର ସାହୁ ସ୍ମୃତି ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ ପ୍ରତିଭା ଙ୍କୁ ସମ୍ବର୍ଦ୍ଧନା କ୍ରମରେ ଢୋଲ ବଜାଉ ଥିବା ବାଦ୍ୟକାର କଷ୍ଟି ସିକା, ମହୁରିଆ ଗୋବର୍ଦ୍ଧନ ମହାନନ୍ଦ ଓ ବରିଷ୍ଠ କରମ୍ସାନି କଳାକାର କିଶୋର ଚନ୍ଦ୍ର ଭୁଏ ଙ୍କୁ
ମଧ୍ୟ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।
ଉଦଘାଟନୀ ରଜନୀରେ ପ୍ରଥମ ପର୍ଯ୍ୟାୟ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ସିଂହପାଲି ୟୁପି ସ୍କୁଲ ର ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କ୍ରମରେ ଅତାବିରା ଓ ବରଗଡ଼ ଜିଲ୍ଲା ବିଷୟରେ ଜଡ଼ିତ ବିଭିନ୍ନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ଓ କୃତି ପ୍ରତିଯୋଗୀ ଙ୍କୁ ମେଡାଲ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।
ଆଜି ସଭା ପରେ ଲୋକ ମହୋତ୍ସବ ତିହାର ଅବସରରେ କଟକ ନଟରାଜ କଳା ପରିଷଦ , ମୟୂରଭଞ୍ଜ ନିଚୁଆପଦା ର ଛଉ ନୃତ୍ୟ, ଅତାବିରା ତିହାର କଳା ପରିଷଦ, ସମ୍ବଲପୁର ଟ୍ରାଇବାଲ ଏଣ୍ଡ ଫୋକ ଆର୍ଟ ସେଣ୍ଟର ର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

