ମୁଖ୍ୟମନ୍ତ୍ରୀ ଶିକ୍ଷକ ପୁରସ୍କାର ପ୍ରାପ୍ତ ରିତା ପ୍ରଧାନଙ୍କୁ ସମ୍ବର୍ଦ୍ଧନା
ବରଗଡ଼, ୪/୧୦(ସଂସ୍କୃତି ମିଡ଼ିଆ )-ଶୁକ୍ରବାର ବରଗଡ଼ ଜିଲା ଜମୁର୍ଡା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ମୁଖ୍ୟମନ୍ତ୍ରୀ ଶିକ୍ଷକ ପୁରସ୍କାର ୨୦୨୫ ଗ୍ରହଣ କରିଥିବା ୧୯୯୫ ମାଟ୍ରିକ ଵ୍ୟାଚର ପୂର୍ବତନ ଛାତ୍ରୀ ଶିକ୍ଷିକା ଶ୍ରୀମତୀ ରିତା ପ୍ରଧାନଙ୍କୁ ବିଦ୍ୟାଳୟର ଶିକ୍ଷକ,କର୍ମଚାରୀ, ୧୯୯୫ ମାଟ୍ରିକ ବ୍ୟାଚର ପୂର୍ବତନ ଛାତ୍ର ଛାତ୍ରୀଗଣଙ୍କ ଦ୍ଵାରା ସମ୍ବର୍ଦ୍ଧନା କରିଥିଲେ । ପ୍ରଥମେ ରିତା ପ୍ରଧାନଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ ଏବଂ ଉପକୌଢ଼ନ ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ଏକ ସଭାର ଆୟୋଜନ କରିଥିଲେ।
ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ କେଶବ ପ୍ରଧାନ ଶିକ୍ଷାଦାନର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଛାୟାକାନ୍ତ ସାହୁ ଶିକ୍ଷକଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ।ପୂର୍ବତନ ଛାତ୍ର ଛାତ୍ରୀ ସାଗରିକା ବେହେରା,ଯଜ୍ଞଶିନି ବେହେରା, ସୁରେଶ ମିର୍ଦ୍ଧା ଏବଂ ହରିହର ଭୁଏ ନିଜର ବକ୍ତବ୍ୟ ରଖିଥିଲେ । ରିତା ପ୍ରଧାନ ଶିକ୍ଷାଦାନ ପୂର୍ବରୁ ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ। ଶେଷରେ ପୂର୍ବତନ ଛାତ୍ର ନିରନ୍ ଖମାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ୧୯୯୫ ମାଟ୍ରିକ ବ୍ୟାଚର ପୂର୍ବତନ ଛାତ୍ର ଛାତ୍ରୀ ଅକ୍ଷୟ ଥପା,ସୁଶିଲ ସାହୁ,ସରୋଜ ପାତ୍ର,ମୋହନ ପାତ୍ର, ଅଞ୍ଜଳି ପ୍ରଧାନ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟର କର୍ମଚାରୀ ଭାବଗ୍ରାହୀ ପ୍ରଧାନ,ଗଙ୍ଗାଧର ବଢ଼େଇ, ଡୋଲାମନୀ ନାୟକ ସହୟୋଗ କରିଥଲେ।
