ସମ୍ବଲପୁରରେ ଶିକ୍ଷୟତ୍ରୀ ଫାତିମା ଶେଖ ଓ ବହୁଜନ ନାୟକ କାଂଶୀରାମଙ୍କ ପରିନିର୍ବାଣ ଦିବସ ପାଳିତ 

0

ଗୋଡଭଗା,୯/୧୦(ସଂସ୍କୃତି ମିଡିଆ)-ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ଅଧକ୍ଷ ନିହାଲ ସିଂ ଙ୍କ ଅଧକ୍ଷତା ରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଭାରତର ପ୍ରଥମ ମୁସଲିମ ଶିକ୍ଷୟିତ୍ରୀ ଫାତିମା ଶେଖଙ୍କ ୧୨୫ ତମ ଏବଂ ବହୁଜନ ନାୟକ ଦାଦା ସାହେବ କାଂଶୀରାମଙ୍କ ୧୯ ତମ ପରିନିର୍ବାଣ ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁରୀ କଣ୍ଠଶିଳ୍ପୀ ତଥା ବିଶ୍ବ ପ୍ରସିଦ୍ଧ ରଙ୍ଗବତୀ ଗୀତର ଗାୟକ ପଦ୍ମଶ୍ରୀ ଡ଼କ୍ଟର ଜିତେନ୍ଦ୍ର ହରିପାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦିବଂଗତ ଶିକ୍ଷୟତ୍ରୀ ଫାତିମା ଶେଖ ଓ ବହୁଜନ ନାୟକ କାଂଶୀରାମଙ୍କ ସମାଜ ପ୍ରତି ଥିବା ସେମାନଙ୍କ ପ୍ରତିବଦ୍ଧତା ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ରାଜ୍ୟ ଉପ-ସଭାନେତ୍ରୀ ମୋମିନା ଖାତୁନ ଓ ଅନ୍ୟତମ ଅତିଥି ବରିଷ୍ଠ ନାଗରିକ ତ୍ରିବିକ୍ରମ ସାହୁ ଯୋଗଦାନ କରି ଫାତିମା ଶେଖଙ୍କ ସ୍ମୃତିଚାରଣ ସହ ବହୁଜନ ନାୟକ କାଂଶୀରାମଙ୍କ ଗୁଣଗାନ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମହା ସଚିବ ଆକାଶବାଣୀ ଗୀତିକାର ଶିବ ଶଙ୍କର ପ୍ରଧାନ, ହରଦ ମଲ୍ଲିକ, ନୀଳାବତୀ ତାଣ୍ଡି, ଯମୁନା ଶିକା, ସୁନୀଲ କୁମାର ହଂସା, ସୁନେନା ନାଏକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!