ସୁସ୍ଥ ପଞ୍ଚାୟତ ସମ୍ପର୍କୀୟ ତିନି ଦିନିଆ ତାଲିମ ଶିବିର ଉଦ୍‌ଯାପିତ 

0

ସମ୍ବଲପୁର:ତା.୧୧/୧୦ (ସଂସ୍କୃତି ମିଡିଆ)-ରକ୍ତହୀନତା, ଅପପୁଷ୍ଟି, ଯକ୍ଷ୍ମା ଓ ସ୍ଵଚ୍ଛତା ଭଳି ସମସ୍ୟା ପ୍ରଗତୀର ବାଧକ। ତେଣୁ ଏହାର ନିର୍ମୁଳ ପାଇଁ ବ୍ଲକ୍ ସ୍ତରୀୟ ଏକ ୩ ଦିନିଆ ତାଲିମ ଶିବିର ଜୁଯୋମୁରା ବ୍ଲକ ସଭାକକ୍ଷରେ ଅନୁଷ୍ଠିତ ହୋଇ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ରକ୍ତହୀନତା, ଅପପୁଷ୍ଟି ଓ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଗଠନ ଓ ଏହି ସବୁ ଜାତୀୟ ଯୋଜନାରେ ବିଭିନ୍ନ ଶ୍ରେଣୀ ଓ ଗୋଷ୍ଠିଙ୍କୁ ସମ୍ପୃକ୍ତି କରାଇ ଏକ ସୁସ୍ଥ ପଞ୍ଚାୟତ ପାଇଁ ଏହି ୩ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।ପଞ୍ଚାୟତିରାଜ, ମହିଳା ଓ ଶିଶୁ ବିକାଶ ସହିତ ସ୍ୱାସ୍ଥ୍ୟ ବିଭାଗର ମିଳିତ ସମ୍ମନ୍ୱୟ ମାଧ୍ୟ୍ୟମରେ ଏହାର ନିରାକାରଣ ପାଇଁ ବ୍ଲକର ସମସ୍ତ ସରପଞ୍ଚ, ବଛା ବଛା ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନୱାଡି କର୍ମୀ ମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଏବିଡ଼ିଓ ପ୍ରଜ୍ଞା ପାଣିଗ୍ରାହୀ ଓ ସିପି ଜଗତ ମୋହନ ପାଣିଗ୍ରାହୀ ପ୍ରତ୍ୟକ୍ଷ ଭାବେ ସଂଯୋଜନା କରିଥିବା ବେଳେ ମୁଖ୍ୟ ତାଲିମଦାତା ଭାବେ ଡା. ରାଜାରାମ ଷଡ଼ଙ୍ଗୀ ଓ ଡା. ବିଶ୍ୱଜିତ ପଣ୍ଡା ତାଲିମ ପ୍ରଦାନ କରିଥିଲେ। ସମ୍ମନ୍ୱୟ ଓ ସହଭାଗିତା ହିଁ ସମସ୍ୟାର ନିରାକରଣ ପାଇଁ ପ୍ରମୁଖ ଭୂମିକା ନିର୍ବାହ କରୁଥିବାରୁ ଏକ ସୁସ୍ଥ ପଞ୍ଚାୟତ ଗଠନ ପାଇଁ ରକ୍ତହୀନତା, ଅପପୁଷ୍ଟି ଓ ଯକ୍ଷ୍ମା ରୋଗର କାରଣ, ଲକ୍ଷଣ ଓ ନିରାକରଣ ସହିତ ଜାତୀୟ ଯୋଜନାର ପ୍ରୟୋଗ ଉପରେ ତାଲିମରେ ଗୁରୁତ୍ୱ ଦିଆଯାଇଥିଲା। ସମ୍ମନ୍ୱୟ ମାଧ୍ୟମରେ ପରସ୍ପର ବିଭାଗୀୟ କାର୍ଯ୍ୟଶୈଳୀ ଓ ଦକ୍ଷତା ହିଁ ପରିଚୟ ତୋଳି ସଫଳତାର ବାଟ ଦେଖାଇଥାଏ ବୋଲି ଅଂଶଗ୍ରହଣକାରୀ ମାନେ ଶେଷରେ ନିଜର ମତ ରଖି ରକ୍ତହୀନତା ଅପପୁଷ୍ଟି ଓ ଯକ୍ଷ୍ମା ଭଳି ମାରାତ୍ମକ ଦିଗ ପ୍ରତି ଯତ୍ନଶୀଳ ହୋଇ ସୁସ୍ଥ ପଞ୍ଚାୟତ ଗଠନରେ ନିଜର ଭାଗିଦାରୀତାକୁ ଉପଲବ୍ଧି କରିଥିବା କହିଥିଲେ। ଶେଷରେ ଏବିଡ଼ିଓ ଶ୍ରୀମତୀ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ତାଲିମ ଉଦ୍‌ଯାପିତ ଘୋଷଣା କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!