ଆଭାସୀ ମାଧ୍ୟମରେ ପିଏମ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ ଦେଖିଲେ ଚାଷୀ, ରଖିଲେ ପ୍ରତିକ୍ରିୟା

0

ଅତାବିରା, ୧୧/୧୦(ସଂସ୍କୃତି ମିଡ଼ିଆ)- ଆଭାସୀ ମାଧ୍ୟମରେ ପିଏମ ଧନଧାନ୍ୟ କୃଷି ଯୋଜନା ଏବଂ ଡ଼ାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନକୁ ଶନିବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ଶୁଭାରମ୍ଭ କରିଥିଲେ l ଏହି ଆଭାସୀ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମସି )ପକ୍ଷରୁ ସମ୍ମିଳନୀ କକ୍ଷ ଠାରେ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଦେଖିବା ପରେ ଚାଷୀମାନେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି l ଅତାବିରା ଆରଏମସି ର ସମ୍ପାଦକ ଶଶାଙ୍କ ଶେଖର ସାହାଣୀ, ମଣ୍ଡି ପରିଚାଳକ ଲିଙ୍ଗରାଜ ସୁନା, ଗୋପୀନାଥ ନାୟର ପ୍ରମୁଖଙ୍କ ସମେତ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ l ଅନ୍ୟ ପଟେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ସଭାପତି ବୀରେନ୍ଦ୍ର କର, ଚକୁଳି ପଞ୍ଚାୟତ କୃଷକ ସଂଗଠନ ସଭାପତି ତ୍ରିଲୋଚନ ନାୟକଙ୍କ ସମେତ ଶତାଧିକ ଚାଷୀ ଆଭାସୀ କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବକ୍ତବ୍ୟ ଶୁଣିଥିଲେ l
ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ ଦେଶର ଚାଷୀଙ୍କ ପାଇଁ ୧୧ଶହ ପ୍ରକଳ୍ପ ମାଧ୍ୟମରେ ୪୨୦୦ କୋଟି ଟଙ୍କାର ଅନୁଦାନ ବ୍ୟୟ ବରାଦ ଶୁଭାରମ୍ଭ କରିଥିଲେ l ସେଥି ମଧ୍ୟରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ୧୦୦ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ସମନ୍ମିତ ଆକ୍ୱାପାର୍କ ଏବଂ ୫୯. ୧୩ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ପାଇକାରୀ ମାଛ ବଜାର ର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ l ଫଳରେ ସମଗ୍ର ଚାଷୀ ସମାଜ ଆତ୍ମନିର୍ଭରଶୀଳ ହୋଇ ପାରିବେ ବୋଲି ସ୍ଥାନୀୟ ଚାଷୀ ଆଶାବ୍ୟକ୍ତ କରିଥିଲେ l
” ବିଭିନ୍ନ ଯୋଜନା ଯେଉଁ ଶୁଭାରମ୍ଭ ହେଉଛି ଏବଂ ବିଭିନ୍ନ ପ୍ରକଳ୍ପ ପାଇଁ ଯେଉଁ ଯୋଜନା ଦିଆଯାଇଛି, ତାହାର ସଫଳ ରୂପାୟନ ଉପରେ କଥା ରହିଲା l ଚାଷୀଙ୍କୁ ବିଭିନ୍ନତା ମଧ୍ୟରେ ଏକତା ସୂତ୍ରରେ ବାନ୍ଧି ରଖିବାକୁ ତୈଳ ଜାତୀୟ ଦ୍ରବ୍ୟର ବଜାରୀକରଣ ଉପରେ ଧ୍ୟାନ ଦେବାକୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ଅତାବିରା ସଭାପତି ବୀରେନ୍ଦ୍ର କର ମତ ବ୍ୟକ୍ତ କରି ଦାବୀ କରିଛନ୍ତି l ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଭିଜନ ବହୁତ ଭଲ ଅଟେ, ହେଲେ ଏହାର ସଫଳ ରୂପାୟନ ସହ ଓଡ଼ିଶାରେ ରାଜ୍ୟ ସରକାର କେତେ ଦିଗରେ ତାହାର କାର୍ଯ୍ୟକ୍ଷମ କରିବେ ତାହାକୁ ଦେଖିବାକୁ ପଡିବ l ସେହିପରି ଚକୁଳି ପଞ୍ଚାୟତ କୃଷକ ସଂଗଠନ ସଭାପତି ତ୍ରିଲୋଚନ ନାୟକ କହିଛନ୍ତି ଯେ, ଯେଉଁ ଯୋଜନା ଶୁଭାରମ୍ଭ କରାଯାଇଛି ତାହା ତ ଠିକ ତେବେ ଏହାର ବଜାରୀକରଣ ସହ ଉଚିତ ମୁଲ୍ୟ ମିଳିବା କଥା l ଏବଂ କୃଷକଙ୍କୁ ଆତ୍ମନିର୍ଭରଶୀଳ ହେବ ତେବେ ଯେବେ ସେ ଉତ୍ପାଦନ କରୁଥିବା ଡ଼ାଲି ଜାତୀୟ ହେଉ ଅବା ଅନ୍ୟ ଶସ୍ୟ ତାକୁ ସଂରକ୍ଷଣ କରିବା ପାଇଁ ଶୀତଳଭଣ୍ଡାର ଯଥେଷ୍ଟ ଭାବରେ ଖୋଲା ଗଲେ l ଏଣୁ ସରକାର ଏ ଦିଗରେ ଦୃଷ୍ଟି ଦେଲେ ଚାଷୀ ଚାଷର ଉନ୍ନତି ହୋଇ ଅନ୍ନଦାତା ସ୍ୱାବଲମ୍ବୀ ହୋଇ ପାରିବ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!