ଲାଦେରପାଲିରେ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

0

ଗୋଡଭଗା:.୧୨/୧୦ (ସଂସ୍କୃତି ମିଡିଆ)ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ଏନ୍‌ଏସି ଅଧିନସ୍ଥ ଲାଦେରପାଲି ସ୍ଥିତ ମାଆ ରାମଚଣ୍ଡୀ ମନ୍ଦିର ପ୍ରେକ୍ଷାଳୟରେ ଅତାବିରା ବ୍ଲକ୍ ଜନ କଲ୍ୟାଣ କୁଲିତା ସମାଜ ଏବଂ ଅତାବିରା ଆଞ୍ଚଳିକ ସାହିତ୍ୟ ପରିଷଦର ମିଳିତ ଆନୁକୂଲ୍ୟରେ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅତିଥିମାନଙ୍କ ଦ୍ବାରା ଦ୍ବୀପ ପ୍ରଜ୍ବଳନ ପରେ ସୁଶ୍ରୀ ଯୁକ୍ତା ମହାପାତ୍ର ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ, ଏବଂ ତ୍ରୀଶା ପ୍ରଧାନ ଓ ସାନଭି ମହାକୁର ମନଲୋଭା ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ ତଥା କବି କେତନ ରଣାଙ୍କ ସ୍ଵାଗତ ସଙ୍ଗୀତ ପରେ କୁଲତା ସମାଜ ସଭାପତି ସୁରେନ୍ଦ୍ର ସ୍ବାଇଁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। କିଶୋର କବି ତଥା ସଂକୀର୍ତ୍ତନ ଗାୟକ କିଶୋର ଚନ୍ଦ୍ର ପାତ୍ର ସରସ୍ଵତୀ ଜଣାଣ ଏବଂ ଗୁରୁ ଭଗବାନ ସାହୁଙ୍କ ସୀତାଚୋରି ନାଟକର ଗୀତ ଗୁରୁଙ୍କ ଶିଷ୍ୟ ଦଧିବାବନ ଶତପଥୀ ସଂଗୀତ ପରିବେଷଣ କରିଥିଲେ। ମୂଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ କବି, ଲେଖକ, ସୁନାମଧନ୍ୟ ମଞ୍ଚପରିଚାଳକ ଶିକ୍ଷକ ଧର୍ମରାଜ ପ୍ରଧାନଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ଶିକ୍ଷାବିତ ସାହିତ୍ୟିକ ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଚିରବ୍ରତ ଦତ୍ତ, ମୂଖ୍ୟବକ୍ତା ସାହିତ୍ୟିକ ବରିଷ୍ଠ ସାମ୍ବାଦିକ ନେତ୍ରାନନ୍ଦ ପ୍ରଧାନ, ସମ୍ମାନିତ ଅତିଥି ସିନେ ଅଭିନେତା ପ୍ରଦୀପ ଦେବତା, ସାହିତ୍ୟିକ ବରିଷ୍ଠ ସାମ୍ବାଦିକ ଭବାନୀଷ ଭୋଇ, ସମାଜସେବୀ ଦିବାକର ପ୍ରଧାନ ପ୍ରମୁଖ ଯୋଗଦାନ କରି ଗୋଟିଏ ଦିନରେ ନୁଆଁଖାଇ ପାଳନ ପରିକଳ୍ପନା କରି ଗୁରୁ ଭଗବାନ ସାହୁ କିଭଳି ପରିସ୍ଥିତିରୁ ସମ୍ବଲପୁରୀ ଭାଷା, ଲୋକ ସଂସ୍କୃତିର ପ୍ରଚାର କରି ଲୋକ ମହୋତ୍ସବର ସୃଷ୍ଟି କରିଥିବା ଅବିଶ୍ବସନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ। ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ (ଭାଗବତିଆ) ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଶବ୍ଦନୃତ୍ୟର ଇତିବୃତି ଉପରେ ନିଜସ୍ବ ମତାମତ ରଖିଥିଲେ। ଏହି ଅବସରରେ ବରିଷ୍ଠ ନାଟ୍ୟକାର ନିର୍ଦ୍ଦେଶକ ରୋହିତ ପଟେଲ (ଝାରସୁଗୁଡ଼ା), କବି ସନ୍ଦୀପ କୁମାର କୁଅଁର ବଲାଙ୍ଗୀର, କବି ସନ୍ତୋଷ ପଧାନ ସୁବର୍ଣ୍ଣପୁର, କବୟିତ୍ରୀ ଜୀବେଶ୍ଵରୀ ପଟେଲ ସୁନ୍ଦରଗଡ, କବୟିତ୍ରୀ ଡ଼. ଭାରତୀ ହୋତା ନୂଆପଡ଼ା, ନାଟ୍ୟକାର ରାଜକୁମାର ସାହୁ ପଦ୍ମପୁର, ବାମଣ୍ଡା ସାହିତ୍ୟ ସଂସଦ ଦେବଗଡ଼, ପଶ୍ଚିମା କୁଚିଣ୍ଡାକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଲରମ୍ଭା କଲେଜର କାର୍ଯ୍ୟରତ ଓଡ଼ିଆ ଅଧ୍ୟାପକ ଡ଼.ଅଜିତ କୁମାର ନାଥଙ୍କ ‘ଆମ ଅଞ୍ଚଳର ଲୋକ ବିଶ୍ୱାସ ଏବଂ ପରମ୍ପରା’ ପୁସ୍ତକ ଓ କାଣ୍ଡପାଲି ଗ୍ରାମର ସୁପରିଚିତ ନାଟ୍ୟକାର ମନୋଜ ଭୋଇଙ୍କ ‘ନାଟ ପସରା’ ପୁସ୍ତକ ଉନ୍ମୋଚନ ହୋଇଥିଲା। ଲୁଲୁ ରବିନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୋଟିଏ ଦିନରେ ନୁଆଁଖାଇ ଭେଟଘାଟ ଏବଂ ଗୁରୁ ଭଗବାନ ସାହୁ ଶୀର୍ଷକ କବିତା ଆସର ଅନୁଷ୍ଠିତ ହୋଇଥିଲା। କବି ପ୍ରଫୁଲ୍ଲ ମହାପାତ୍ର, ପ୍ରମୋଦ ଚନ୍ଦ୍ର ନାୟକ, ମୂରଲୀଧର ନାୟକ, ଉଦ୍ଧବ ବାରିକ, ତୁଳସୀ ଚରଣ ଦାଶ, ଜୟଶ୍ରୀ ପଣ୍ଡା, ଅହଲ୍ୟା ପ୍ରଧାନ, ଦିଲିପ ସାହୁ, ହୃଷୀକେଶ ଡାଙ୍ଗ, ସଚିଦା ଭୋଇ,ଜୀବେଶ୍ବରୀ ପଟେଲ, ସନ୍ତୋଷ ପଧାନ, ସଙ୍ଗୀତା ସାହୁ, ଶ୍ରୀକାନ୍ତ କିଶୋର ଷଡ଼ଙ୍ଗୀ, ଅତୁଲ୍ୟ କୁମାର ସାହୁ, ଲକ୍ଷ୍ମଣ ମଲ୍ଲିକ, ମୋହନ ମହାନନ୍ଦ, ଯୁଗେଶ୍ୱର ତାଣ୍ଡି, ଅଞ୍ଜନ କୁମ୍ଭାର, ଉମେଶ ପ୍ରଧାନ, ନରେନ୍ଦ୍ର ମହାନ୍ତି, ମଞ୍ଜୁଲତା ସାହୁ, ଜନତା କୁମାରୀ ସାହୁ, ଡୋଲାମଣି ପାଇକ, ଜୟ ପ୍ରଧାନ ପ୍ରମୁଖ କବି କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ କବି ଦୁର୍ଲଭ ଗଡତିଆ, ଦଖିଲ ପଧାନ, ସମ୍ପାଦକ ସୁରେନ୍ଦ୍ର କଠାର, ଶିକ୍ଷାବିତ୍ କୈଳାସ ମହାରଣା, ଅରୁଣ ପ୍ରଧାନ, ସମୀର ପ୍ରଧାନ, ସରୋଜ କୁମାର ରଥ, ସୁବାସ ପଧାନ ତଥା ଉଭୟ ଅନୁଷ୍ଠାନର ସମସ୍ତ ସଦସ୍ଯ କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରୀୟ ସହଯୋଗ କରିଥିଲେ। ପରିଶେଷରେ ଅତାବିରା ଆଞ୍ଚଳିକ ସାହିତ୍ୟ ପରିଷଦର ସଭାପତି କବି ଦଶରଥ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!