ଟେଲର ମାଷ୍ଟରଙ୍କଗଲା କାଟି ହତ୍ୟା : ଅଞ୍ଚଳରେ ଚାଞ୍ଚଲ୍ୟ

0

ଅତାବିରା, ୧୨/୧୦(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲ୍ଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ ସତୀଜୋର ନିକଟ ୫୩ ନମ୍ବର ସମ୍ବଲପୁର – ବରଗଡ଼ ଜାତୀୟ ରାଜପଥ କଡ଼ରେ ଟେଲର ମାଷ୍ଟର ଙ୍କୁ ଗଲା କାଟି ହତ୍ୟା କରାଯଇଥିବା ଅଞ୍ଚଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଙ୍କ ନାମ ମହାଦେବ ସାହୁ (୫୫) ବୋଲି ଜଣାପଡିଛି l ହତ୍ୟାର ଶିକାର ହୋଇଥିବା ସ୍ବର୍ଗତ ମହାଦେବ ଟେଲର ମାଷ୍ଟରଭାବେ ବରାହଗୋଡା ଠାରେ ଲୋକଙ୍କ କପଡା ସିଲାଇ କରି ପରିବାର ପ୍ରତିପୋଷଣ କରୁଥିଲେ l

ପ୍ରାପ୍ତ ଖବରରୁ ପ୍ରକାଶ ଯେ,ବରଗଡ଼ ଅତାବିରା ଜଘନ୍ୟ ହତ୍ୟାକାଣ୍ଡ l ରାଜ ରାସ୍ତା କଡ଼ରେ ପଡ଼ିରହିଥିଲା ବ୍ୟକ୍ତିଙ୍କ ମୃତ ଦେହ। ଗୋଡଭଗା ସତୀଜୋର୍ ପାଖରେ ବ୍ୟକ୍ତିଙ୍କ ଗଲା କାଟି ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ। ଘଟଣା ସ୍ଥଲରେ ଅତାବିରା ଓ ଗୋଡଭଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା l

ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ବରଗଡ଼ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବରାହଗୋଡା ଗ୍ରାମର ଗୌରାଙ୍ଗ ଟିକ୍ରାରେ ରହୁଥିବା 55 ବର୍ଷୀୟ ମହାଦେବ ସାହୁ ବୋଲି ଜଣାପଡିଛି l ଅତାବିରା ଥାନା ସରଣ୍ଡା ଗ୍ରାମର ମହାଦେବଙ୍କ ଶାଳକ ପ୍ରମୋଦ ଗଡ଼ତିଆ ଶବ ଚିହ୍ନଟ କରିଥିଲେ l ପରେ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଘଟଣାସ୍ଥଳରେ ଅତାବିରା ଥାନା ପୋଲିସ ସହ ସମ୍ବଲପୁର ସାଇଣ୍ଟିଫିଟ ଟିମ ପହଞ୍ଚି ଘଟଣାର ଛାନଭିନ୍ କରିଛନ୍ତି ଏଥି ସହିତ ସନ୍ଧାନି କୁକୁର ର୍ ମଧ୍ୟ ସହାୟତା ନେଇଛି ପୋଲିସ l ଘର ଲୋକଙ୍କ କହିବା ଅନୁଯାୟୀ ଗତକାଲି ସକାଳ ୯ ଟା ବେଳେ ସେ ଜଣେ ଅଜଣା ବ୍ୟକ୍ତିଙ୍କ ସହ ମୋଟର ସାଇକେଲରେ ବସି ସମ୍ବଲପୁର ଯାଇଥିଲେ ବୋଲି କହିଛନ୍ତି ଏହାପରେ ରାତିରେ ଘରକୁ ନ ଫେରିବାରୁ ତାଙ୍କୁ ଘର ଲୋକେ ଖୋଜା ଖୋଜି ଆରମ୍ଭ କରିଥିଲେ ଆଜି ସକାଳୁ ପୋଲିସ ଦ୍ଵାରା ଖବର ପାଇବା ପରେ ଘଟଣା ସ୍ଥଳକୁ ଆସି ମହାଦେବ ଙ୍କୁ ଚିହ୍ନଟ କରିଥିଲେ ତାଙ୍କ ଭାଇ ଓ ଶାଳକ । ଦୁର୍ବୃତ୍ତ ମାନଙ୍କୁ ଶୀଘ୍ର ଧରି କଠୋର ଦଣ୍ଡ ରେ ଦଣ୍ଡିତ କରିବା ପାଇଁ ପୋଲିସ ପ୍ରଶାସନ କୁ ଅନୁରୋଧ କରିଛନ୍ତି। ଅନ୍ୟ ପକ୍ଷରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଶବ୍ କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ବୋଲି ଅତାବିରା ଥାନା ଆଇଆଇସି ପ୍ରକାଶ କର୍ଣ୍ଣ କହିଛନ୍ତି l ହତ୍ୟାକାଣ୍ଡର କାରଣ ଅଶ୍ୱଷ୍ଟ ରହିଥିବା ବେଳେ କିଏ ଏହି କାଣ୍ଡ ଭିଆଇଛି ତାହା ମଧ୍ୟ ଜଣାପଡ଼ୁନାହିଁ l ତେବେ ପୋଲିସ ତଦନ୍ତ ଜାରି ରହିଛି l

ବରଗଡ଼ ଅତାବିରା ଚକୁଳିଫାର୍ମ ସତୀଜୋର ପାଖରେ ମହାଦେବଙ୍କୁ ହତ୍ୟା | ପୋଲିସ କରୁଛି ଛାନଭିନ | ନିଆଗଲା ସନ୍ଧନୀ କୁକୁର ସହାୟତା | SANSKRITIMEDIA News☝️LINK👇👇

Bargarh – Attabira ଗୁରୁତର ଅଭିଯୋଗ ଆଣିଲେ ମହାଦେବଙ୍କ ପତ୍ନୀ | ପୋଲିସର ତଦନ୍ତ କୁଆଡେ l ଗିରଫ ହେବେ ତ ଅଭିଯୁକ୍ତ | SANSKRITIMEDIA ନିଉଜ ☝️☝️☝️ link 👇👇👇👇

ଏହି ଘଟଣାକୁ ନେଇ ହତ୍ୟାର ଶିକାର ହୋଇଥିବା ମହାଦେବ ଙ୍କ ପତ୍ନୀ ଏବଂ ବାପା ଗୁରୁତର ଅଭିଯୋଗ ଆଣିଛନ୍ତି l କାହା ଉପରେ ତାଙ୍କ ସନ୍ଦେହ ହେଉଛି ତାକୁ ନେଇ ସ୍ଵଷ୍ଟ କରିଛନ୍ତି l ପୋଲିସ ସେ ଦିଗରେ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା l


Leave a Reply

Your email address will not be published. Required fields are marked *

error: Content is protected !!