ଟେଲର ମାଷ୍ଟର ମହାଦେବ ହତ୍ୟା ଘଟଣା, ୨ଅଟକ

0

ଅତାବିରା,୧୩/୧୦(ସଂସ୍କୃତି ମିଡ଼ିଆ)- -ବରଗଡ଼ ଜିଲ୍ଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ ସତୀଜୋର ନିକଟ ୫୩ ନମ୍ବର ସମ୍ବଲପୁର – ବରଗଡ଼ ଜାତୀୟ ରାଜପଥ କଡ଼ରେ ଟେଲର ମାଷ୍ଟର ମହାଦେବଙ୍କୁ ଗଲା କାଟି ହତ୍ୟା ଘଟଣାକୁ ସୋମବାର ୪୮ ଘଣ୍ଟା ବିତିଯାଇଥିଲେ ଵି ପୋଲିସକୁ ସେତେ ସଫଳତା ମିଳିପାରିନାହିଁ l କେବଳ ସନ୍ଦେହରେ ୨ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି l
କାହିଁକି କେଉଁ ପରିସ୍ଥିତିରେ ମହାଦେବ ହତ୍ୟାର ଶିକାର ହେଲେ ଏବଂ କାରଣ କଣ ଏବେବି ଅନ୍ଧାରରେ ରହିଛି l ମୃତ ମହାଦେବଙ୍କ ପତ୍ନୀ ଏବଂ ପରିବାର ଲୋକଙ୍କ ବୟାନକୁ ଆଧାର କରି ୨ ଜଣଙ୍କୁ ଅତାବିରା ପୋଲିସ ଅଟକ ରଖିଛି l ପ୍ରଥମତଃ ବରାହଗୋଡା କଲୋନୀ ପଡ଼ାର ଜନୈକ ବ୍ୟକ୍ତି ମହାଦେବଙ୍କ ନାମରେ ଫାଇନାନ୍ସ କରି ଏକ ଗାଡ଼ି ଆଣିଥିଲେ l ସମ୍ପୃକ୍ତ ଫାଇନାନ୍ସ କମ୍ପାନୀ ଋଣ ପରିଶୋଧ କରିବା ପାଇଁ ମହାଦେବଙ୍କୁ ଚାପ ପକାଉଥିଲେ l ତେବେ ନିଜେ ଗାଡ଼ି ନ ଆଣି କିପରି ଋଣ ପରିଶୋଧ କରିବେ ବୋଲି କହିଥିଲେ l ପରେ ତାଙ୍କ ନାମରେ ଗାଡ଼ି ଆଣିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉକ୍ତ ଋଣ ପରିଶୋଧ କରିଦେବା ପାଇଁ ଅନୁରୋଧ କରିଥିଲେ l ତେବେ ସମ୍ପୃକ୍ତ ବ୍ୟକ୍ତି ଋଣ ପରିଶୋଧ କରି ନ ଥିଲେ l ମହାଦେବଙ୍କ ପତ୍ନୀ କଳ୍ପନା ସାହୁଙ୍କ ଏପରି ବୟାନକୁ ଆଧାର କରି ଅତାବିରା ପୋଲିସ ବରାହଗୋଡା କଲୋନୀ ପଡ଼ାର ସମ୍ପୃକ୍ତ ବ୍ୟକ୍ତିଙ୍କୁ ରବିବାର ରାତିରେ ଉଠାଇ ଆଣି ପଚାର ଉଚରା କରୁଛି l ଅନ୍ୟ ପଟେ ବରଗଡ ବରାହଗୋଡ଼ା ଟେଲର ମାଷ୍ଟର ଙ୍କ ହତ୍ୟା ଘଟଣାକୁ ନେଇ ଆଉ ଜଣେ ଯୁବକ ଙ୍କୁ ଅତାବିରା ପୋଲିସ ଅଟକ ରଖିଛି | ସଂପୃକ୍ତ ଦ୍ୱିତୀୟ ଅଟକ ଯୁବକ ଭେଡେନ ବ୍ଲକ ଖପ୍ସିପାଲି ଗ୍ରାମର ବୋଲି ଜଣାପଡିଛି l ବର୍ତମାନ ସେ ବରାହଗୋଡା ନିକଟସ୍ଥ ଏକ ନର୍ସରୀ ରେ କମକରୁଥିଲେ l ଅତାବିରା ପୋଲିସ ହତ୍ୟା ଘଟଣାରେ ଅଧିକ ପଚ଼ରା ଉଚ଼ରା ଜାରି ରଖିଛି। ଅନ୍ୟ ପଟେ ପୋଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ, ଫୋନ ଲୋକେସନ ଓ ବିଭିନ୍ନ ବର୍ଗ ଲୋକଙ୍କୁ ତଦନ୍ତ ପରିସର ଭୁକ୍ତ କରିଛି l ହେଲେ ପୋଲିସକୁ ଏଯାଏଁ ଠୋସ ସୁରାଗ ମିଳି ପାରି ନାହଁ l
ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଶନିବାର ବରାହଗୋଡା ନିଜ ଘରୁ ମହାଦେବ ବାହାରି ଜନୈକ ବ୍ୟକ୍ତିଙ୍କ ସହ ସମ୍ବଲପୁର ପଟେ ଯାଇ ଆଉ ଘରକୁ ଫେରୀ ନ ଥିଲେ l ରବିବାର ସକାଳେ ସ୍ଥାନୀୟ ଥାନା ଚକୁଳିଫାର୍ମ – ଗୋଡ଼ଭଗା ପାଖରେ ଥିବା ସତୀଜୋର ନିକଟ ୫୩ନମ୍ବର ଜାତୀୟ ରାଜପଥ କଡ଼ରେ ମହାଦେବଙ୍କ ଗଲା କଟା ହୋଇଥିବା ଶବ ପୋଲିସ ଜବତ କରିଥିଲା l ଏନେଇ ଅତାବିରା ଆଇଆଇସି ପ୍ରକାଶ କର୍ଣ୍ଣ ଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ଇତି ମଧ୍ୟରେ ୨ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଛି ବୋଲି କହିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!