ବାହାମ ଗ୍ରାମରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ 

0

ସମ୍ବଲପୁର:୧୪/୧୦(ସଂସ୍କୃତି ମିଡିଆ)ସୁସ୍ଥ ଜୀବନ ଶୈଳୀ ସୁସ୍ଥ ଜୀବନର ଆଧାର। ତେଣୁ ଶୈଶବ ଅବସ୍ଥାରୁ ହିଁ ସୁସ୍ଥ ଜୀବନ ଧାରଣ ପାଇଁ ସ୍ଵୂଚ୍ଚତା ଓ ସୁଷମ ଖାଦ୍ୟ ପ୍ରତି ଯତ୍ନଶୀଳ ରହିଲେ ସମୃଦ୍ଧ ପରିବାର ଗଠନରେ ନିଜର ଏକ ବଡ ଭୂମିକା ନିର୍ବାହ କରିପାରିବା ବୋଲି ଯୁଯୁମୁରା ବ୍ଲକ୍ ଅନ୍ତର୍ଗତ ବାହାମ ଠାରେ ଆୟୋଜିତ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ମତ ପ୍ରକାଶ ପାଇଛି। ସୋମବାର ଅପରାହ୍ନରେ ବାହାମ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ପରିସରରେ ଆୟୋଜିତ ହୋଇଥିବା ଏ ସଂପର୍କିତ କାର୍ଯ୍ୟକ୍ରମରେ ବାହାମ ସରପଞ୍ଚ ଶ୍ରୀମତୀ ସରସ୍ବତୀ ଭୁସାଗର ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଜୁଯୋମୁରା ବ୍ଲକ ସିଡିପିଓ ଶ୍ରୀମତୀ ମିନତୀ ଦାସ, ବାହାମ ଆଦିବାସୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ଲଷ୍ମୀ ଭୋଇ, ସୁପରଭାଇଜର ରେଣୁବାଳା ପ୍ରଧାନ, ସୁଷମା କୁମୁରା, ବରିଷ୍ଠ ଡାକ୍ତର ତଥା ତାଲିମଦାତା ଡା.ରାଜାରାମ ଷଡ଼ଙ୍ଗୀ, ପତଙ୍ଗର ପୋଗ୍ରାମ ମେନେଜର ରତନ ମାଛୋ ପ୍ରମୁଖ ଯୋଗଦେଇ ରକ୍ତହୀନତା, ଅପପୁଷ୍ଟି, ସ୍ଵଚ୍ଛତା ପ୍ରଭୃତି ଦିଗରେ ଆଲୋଚନା କରି ସୁଷମ ପୋଷଣ ହିଁ ସୁସ୍ଥ ଓ ସ୍ୱାସ୍ଥ୍ୟବାନ ଜୀବନ ଧାରଣ ପାଇଁ ନୀରୋଗ ରାସ୍ତା ବୋଲି ଅବିହିତ କରିଥିଲେ। ସେମାନେ କହିଥିଲେ ଯେ ପୋଷଣ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଓ ଜୀବନ ଧାରଣ ପାଇଁ ବାର୍ତ୍ତାର ସଦୁପଯୋଗ ହେଲେ ମାତୃ, ଶିଶୁ ମଙ୍ଗଳ ଦ୍ୱାରା ଦେଶ ବିକଶିତ ହୋଇପାରିବ। ଏହାକୁ ପତଙ୍ଗର ମାମୁନି ନାଏକ ସଂଯୋଜନା କରିଥିଲେ। ଏହି ଅବସରରେ ସୁଷମ ଓ ଘର ତିଆରି ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିବା ସହିତ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ବ୍ଲକ ସ୍ତରୀୟ ଅନୁଷ୍ଠିତ ସାଧାରଣ ଜ୍ଞାନ, ବକୃତା, ଗୀତ ପ୍ରଭୃତି କୃତି ପ୍ରତିଯୋଗୀଙ୍କୁ ସଭାରେ ପୁରସ୍କୃତ କରାଯାଇଥିଲା। ଏହାକୁ ବ୍ଲକ ପୋଷଣ ସଂଯୋଜକ ଜୀବନ ଜ୍ୟୋତି ପ୍ରଧାନ ଓ ସ୍ଥାନୀୟ ସମସ୍ତ ଅଙ୍ଗନୱାଡି କର୍ମୀମାନେ ପରିଚାଳନା କରିଥିଲେ। ଏଭଳି ମେଳା ସୁସ୍ଥ ଜୀବନ ଧାରଣ ପାଇଁ ଏକ ସଚେତନାତ୍ମକ ଦିଗ ବୋଲି ଅଂଶଗ୍ରହଣକାରୀଙ୍କ ମଧ୍ୟରେ ମତପ୍ରକାଶ ପାଇଥିଲା।


Leave a Reply

Your email address will not be published. Required fields are marked *

error: Content is protected !!