ଏଆଇ ନୁହଁ ମଣିଷ ଶିକ୍ଷକ ଶିଷ୍ୟଙ୍କ ପସନ୍ଦ 

0

ସରଣ୍ଡାରେ ଚକୁଳି ଫାର୍ମ କ୍ଲଷ୍ଟର ସ୍ତରୀୟ ସୁରଭି

ଏଆଇ ନୁହଁ ମଣିଷ ଶିକ୍ଷକ ଶିଷ୍ୟଙ୍କ ପସନ୍ଦ

– ମଞ୍ଚାସିନ ଅତିଥି ଙ୍କ ଗହଣରେ କୃତି ନୃତ୍ୟଙ୍ଗନା ଛାତ୍ରୀ

ଅତାବିରା, ୧୬/୧୦(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲା ଅତାବିରା ବ୍ଲକ ସରଣ୍ଡାରେ ଚକୁଳିଫାର୍ମ କ୍ଲଷ୍ଟର ସ୍ତରୀୟ ଶିଶୁ ପ୍ରତିଭା ଅନ୍ବେଷଣ ସୁରଭି କାର୍ଯ୍ୟକ୍ରମ ଗୁରୁବାର ସମ୍ପର୍ଣ୍ଣ ହୋଇଯାଇଛି l ଏହି ଶିଶୁ ପ୍ରତିଭା ଅନ୍ବେଷଣରେ ଏକ ବକୃତା ପ୍ରତିଯୋଗତା ଛାତ୍ରୀଛାତ୍ରମାନେ ଏଆଇ ଅପେକ୍ଷା ମଣିଷ ଶିକ୍ଷକ ଅଧିକ ପସନ୍ଦ ବୋଲି ମାତବ୍ୟକ୍ତ କରିଥିଲେ l ଏହା ସହ ଏହାର କାରଣ ଓ ମୂଲ୍ୟବୋଧ ସହିତ ବିଭିନ୍ନ ଉଦାହରଣ ଦେଇ ସମସ୍ତ ବିଚାରକ ଏବଂ ସାଥି ବିଦ୍ୟାର୍ଥୀ ଙ୍କୁ ଚମକାଇ ଦେଇଥିଲେ l

ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଗୁରୁବାର ଦିନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରଣ୍ଡା ଠାରେ ସି.ଆର୍.ସି.ସି. ବଳରାମ ମେହେର ଙ୍କ ତତ୍ତ୍ଵାବଧାନରେ ଏବଂ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ମେହେରଙ୍କ ସଭାପତିତ୍ବରେ ଚକୁଳି ଫାର୍ମ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଚକୁଳି ଗ୍ରାମ ପଞ୍ଚାୟତ ର ସରପଞ୍ଚ ତ୍ରିନାଥ ପ୍ରଧାନ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ସାହୁ,ବିଦ୍ୟାଳୟ ଏସ୍.ଏମ.ଡି.ସି. ଚେୟାରମେନ ଆନନ୍ଦ ମେହେର, ବିଦ୍ୟାଳୟ ର ଏସ୍.ଏମ.ସି. ଚେୟାରମେନ୍ ଯତୀନ କୁମାର ପ୍ରଧାନ ଏବଂ କ୍ଲଷ୍ଟର ଅଧୀନ ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମେହେର ,ମନବୋଧ ମାଝୀ ,ପ୍ରଦୀପ କୁମାର ମେହେର ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ଅଧୀନ ସମସ୍ତ ଏଗାର ଟି ବିଦ୍ୟାଳୟର ୧୫୧ ଜଣ ଛାତ୍ର ଛାତ୍ରୀ ଯୋଗଦାନ କରି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ମୋର ସ୍ୱପ୍ନର ଓଡ଼ିଶା ୨୦୩୬ ପ୍ରସଙ୍ଗ କୁ ନେଇ ତିନୋଟି ବିଭାଗରେ ହୋଇଥିବା ପ୍ରତିଯୋଗିତାରେ ଯେଉଁ ଛାତ୍ର ଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ ତାଙ୍କୁ ବ୍ଲକ ସ୍ତରୀୟ ସୁରଭି ପ୍ରତିଯୋଗିତାରେ ଯୋଗଦାନ କରିବା ପାଇଁ ମନୋନୀତ କରାଯାଇ ଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୋଟ ନଅଟି ଦଳ ଭାଗ ନେଇଥିଲେ । ଏଥିରୁ ପ୍ରଥମ ସ୍ଥାନ ସରଣ୍ଡା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧିକାର କରି ବ୍ଲକ୍ ସ୍ତରୀୟ ସୁରଭି ରେ ଭାଗ ନେବାକୁ ମନୋନୀତ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଯୋଗଦାନ କରି କୃତି ପ୍ରତିଯୋଗୀ ଙ୍କୁ ମାନପତ୍ର,ଟ୍ରଫି ପୁରସ୍କାର ପ୍ରଦାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାଜେଶ୍ୱର ପ୍ରଧାନ ପରିଚାଳନା କରିଥିଲେ । ଧନ୍ୟବାଦ୍ ଅର୍ପଣ କରିଥିଲେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମେହେର । ବ୍ଲକ ର ଅନ୍ୟ କ୍ଲଷ୍ଟର ର ସି.ଆର୍.ସି.ସି ବୃନ୍ଦ ମଧ୍ୟ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ, କମିଟିର ସଦସ୍ୟ ସଦସ୍ୟା , କ୍ଲଷ୍ଟର ର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ,ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!