କୋଶଲ ଏଗ୍ରୋ ଏଜେନ୍ସିଜ୍ ପକ୍ଷରୁ ହାର୍ଭଟେର୍ସ ମେଗା ଗ୍ରାହକଙ୍କ ସମ୍ମଳନୀ

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 42;


ଜିଏସଟି ସଚେତନତା ଏବଂ ହାର୍ଭଟେର୍ସ ମେଗା ଗ୍ରାହକଙ୍କ ସମ୍ମଳନୀ 

ଉନ୍ନତ ଜ୍ଞାନକୌଶଳ ଆଣିବ ବୈପ୍ଳବିକ ପରିବର୍ତ୍ତନ

ଅତାବିରା,୧୮/୧୦(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ସ୍ଥିତ ଆନନ୍ଦ କଲ୍ୟାଣ ମଣ୍ଡପରେ ଶନିବାର ମଧ୍ୟାହ୍ନରେ କୋଶଲ ଏଗ୍ରୋ ଏଜେନ୍ସିଜ୍ ପକ୍ଷରୁ କୃଷକ, କୃଷି ଓ ଜିଏସଟି ସଚେତନତା ଏବଂ ହାର୍ଭଟେର୍ସ ଗ୍ରାହକଙ୍କ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସକ୍ଟ-କୁବୋଟା ପ୍ରଡ଼କ୍ଟ ଡ଼େଭଲମେଣ୍ଟ ଭାରତ ମୁଖ୍ୟ ଜାପାନର ୟୁ କି ଜାଚି, କମ୍ପାନୀର ଟ୍ରାକ୍ଟର-ହାର୍ଭେଷ୍ଟର୍ସର ଭାରତ ମୁଖ୍ୟ ରାଜନ ଚୌକ ଯୋଗ ଦେଇ କୃଷି କ୍ଷେତ୍ରରେ ଯନ୍ତ୍ରପତି, ଉନ୍ନତ ଜ୍ଞାନକୌଶଳର ବ୍ୟବହାର ଯୋଗୁଁ ଶସ୍ୟ ଉତ୍ପାଦନ ଦେଖା ଦେଇଥିବା ବୈପ୍ଳବିକ ପରିବର୍ତ୍ତନ ବିକାଶ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। ପଶ୍ଚିମ ଓଡ଼ିଶାର ଚାଷୀଙ୍କ କୃଷି ପ୍ରଣାଳୀ, ଯନ୍ତ୍ରପାତିର ବ୍ୟବହାର ଚାଷୀଙ୍କ ଆୟକୁ ବହୁଗୁଣିତ କରି ଆର୍ଥିକ ମାନଦଣ୍ଡ ବୃଦ୍ଧି କରିପାରିଛି ବୋଲି ମତ ପ୍ରକାଶ କରିଥିଲେ। କୋଶଲ ଏଗ୍ରୋ ଏଜେନ୍ସିଜର ମୁଖ୍ୟ ୱାଇ ରାଜା ବାବୁଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ଭାରତୀୟ ଷ୍ଟେଟ ବ୍ୟାଙ୍କର କ୍ରେଡ଼ିଟ୍ ସିଏମ୍ ଜିତେନ୍ଦ୍ର ସାହୁ, ବିଶିଷ୍ଟ ଉଦ୍ୟୋଗପତି ଡ଼ି ମୁରଳି କ୍ରିଷ୍ଣା, ସୁନ୍ଦରମ୍ ଫାଇନାନ୍ସ, ଚୋଲା ଫାଇନାନ୍ସର ଅଧିକାରୀଗଣ ଯୋଗ ଦେଇଥିଲେ। ଏହି ଅବସରରେ ଗତ ୩ ମାସରେ କିଣିଥିବା ୧୧୫ଜଣ ହାର୍ଭେଷ୍ଟର୍ କ୍ରେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ୱାଇ କ୍ରିଷ୍ଣା, ବି ସତ୍ୟନାରାୟଣ, ମନୋଜ ଦାଶ ପରିଚାଳନା କରିଥିଲେ। ମଂଚ ସଂଯୋଜିକା ଶ୍ରତିସ୍ବରୂପା ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ କୁରେଫୁଲ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଂସ୍ମୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି ଅବସରରେ କୁବୋଟାର ୪୨ ଏଚପି ଏମ୍ୟୁ ୪୨୦୧ ମୋଡ଼େଲ ଅତିଥିଗଣ ଏଠାରେ ଲୋକାର୍ପିତ କରିଥିଲେ।

###################################

ଭିଡିଓ ନିଉଜ ଦେଖନ୍ତୁ ତାଳେ ଥିବା ଲିଙ୍କକୁ କ୍ଲିକ କରି

ଜିଏସଟି ସଚେତନତା ଏବଂ ହାର୍ଭଟେର୍ସ ଗ୍ରାହକଙ୍କ ସମ୍ମଳନୀ

ଉନ୍ନତ ଜ୍ଞାନକୌଶଳ ଆଣିବ ବୈପ୍ଳବିକ ପରିବର୍ତ୍ତନ

କୋଶଲ ଏଗ୍ରୋ ଏଜେନ୍ସିଜ୍ ପକ୍ଷରୁ ହାର୍ଭଟେର୍ସ ମେଗା ଗ୍ରାହକଙ୍କ ସମ୍ମଳନୀ | SANSKRITIMEDIA NEWS☝️ Link👇👇


Leave a Reply

Your email address will not be published. Required fields are marked *

error: Content is protected !!