ଶିକ୍ଷକ ପଦବୀ ପୂରଣ ଦାବିରେ ବିଇଓ ଅଫିସ ଘେରାଓ କଲେ ଝିଲିମିଣ୍ଡା ବିଦ୍ୟାର୍ଥୀ

0

ଅତାବିରା, ୧୮/୧୦(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ଝିଲିମିଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଦ୍ୟାର୍ଥୀ ଙ୍କ ସହ ଅଭିଭାବକ ଓ ଗ୍ରାମବାସୀ ମାନେ ଶନିବାର ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଘେରାଓ କରି ଧାରଣାରେ ବସିଥିଲେ l ଆସନ୍ତା ବୁଧବାର ଏ ନେଇ ପଦକ୍ଷେପ ନେବାକୁ ବରଗଡ଼ ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ପ୍ରତିଶୃତି ଦେବ ସତ୍ୱେ ଗ୍ରାମବାସୀ ନାରାଜ ହୋଇ ଯେ ପର୍ଯ୍ୟନ୍ତ ଶିକ୍ଷକ ତାଙ୍କ ସ୍କୁଲକୁ ନଂ ଯିବେ ସେଯାଏଁ ଝିଲିମିଣ୍ଡା ୟୁପି ସ୍କୁଲରେ ତାଲାବନ୍ଦ ଆନ୍ଦୋଳନ ଜାରି ରହିବ କହି ଧାରଣରୁ ଓହରି ଯାଇଥିଲେ l
ପ୍ରାପ୍ତ ବିବାରାଣୀରୁ ପ୍ରକାଶ ଯେ ଝିଲିମିଣ୍ଡା ୟୁପି ସ୍କୁଲରେ ବଲବଟିକା ରୁ ଅଷ୍ଟମ ଶ୍ରେଣୀ ଯାଏଁ ୨୨୨ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି l ୯ ଟି ଶ୍ରେଣୀକୁ ଛଅ ଜଣ ଶିକ୍ଷକ ଅଛନ୍ତି ତେବେ ଇଂରାଜୀ ଶିକ୍ଷକ ନଂ ଥିବାରୁ ବିଦ୍ୟାର୍ଥୀ ଙ୍କ ପାଠ ପଢ଼ାରେ ବ୍ୟାଘାତ ହୋଇଥିଲା l ଏହାକୁ ଦୃଷ୍ଟିରେ ଦେଇ ଅଭିଭାବକ ଗତ ସେପ୍ଟେମ୍ବର ୨୩ ତାରିଖ ଦିନ ସ୍କୁଲରେ ତାଲା ମାରି ହାପ ୟର୍ଲି (ଷାଣମାସିକ ) ପରୀକ୍ଷା ବନ୍ଦ କରିଥିଲେ l ସେତେବେଳେ ଏବିଇଓ କାର୍ତ୍ତିକ ବାଗ ଓ ବିଇଓ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ସ୍କୁଲକୁ ଯାଇ ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ଆଶ୍ୱାସନା ଦେଇ ପରୀକ୍ଷା କରାଇଥିଲେ l ହେଲେ ଦୀର୍ଘ ୨୫ ଦିନ ବିତିଯାଇଥିଲେ ଵି ସ୍କୁଲକୁ ଶିକ୍ଷକ ପଦବୀ ପୂରଣ କରାଯାଇ ନ ଥିଲା l ଅନ୍ୟ ପଟେ ଦୀର୍ଘ ୬ମାସରୁ ବିଦ୍ୟାଳୟରେ ଅନୁପସ୍ଥିତ ଥିବା ଜୈନେକ ଶିକ୍ଷକଙ୍କୁ ଅଭିଭାବକଙ୍କ ବିରୋଧ ସତ୍ୱେ ବିଇଓ ଅଫିସରେ ଯୋଗଦାନ କରାଇଦେଇଥିଲେ l ଏହାକୁ ବିରୋଧ କରି ସମ୍ପୃକ୍ତ ମୁନୀ ଭୋସାଗର ନାମକ ଶିକ୍ଷକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ନେଇ ବିଦ୍ୟାର୍ଥୀ, ଅଭିଭାବକ ଓ ଗ୍ରାମବାସୀ ଶନିବାର ସକାଳ ୯ ଟାରୁ ବିଇଓ ଅଫିସ ଘେରାଓ ସହ ସାମ୍ନାରେ ଷ୍ଟେଣ୍ଟ ଗାଡ଼ି ଧାରଣାରେ ବସିଥିଲେ l ଫଳରେ ଅଫିସ ବନ୍ଦ ହୋଇ ପଡିଥିଲା l ତଥାପି ଦୀର୍ଘ ୨ ଘଣ୍ଟା ପରେ ଏବିଇଓ କାର୍ତ୍ତିକ ବାଗ ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିଥିଲେ l ଶିକ୍ଷକ ନ ଦେବା ଯାଏଁ ଆନ୍ଦୋଳନ ରୁ ଓହରିବୁ ନାହିଁ କହି ବିଭିନ୍ନ ସ୍ଲୋଗାନ ସହ ଧାରଣା ଜାରି ରହିଥିଲା l ଅପରାହ୍ନରେ ଅତାବିରା ଆଇଆଇସି ପ୍ରକାଶ କର୍ଣ୍ଣ ଧାରଣାରତ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ l ତଥାପି ସେମାନେ ନିଜ ଜିଦରେ ଅଟଳ ରହିବାରୁ ସନ୍ଧ୍ୟାରେ ବରଗଡ଼ ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଆନ୍ଦୋଳନସ୍ଥଳରେ ପହଂଚି ଦୀର୍ଘ ସମୟ ଆଲୋଚନା କରିବା ସତ୍ୱେ ଆଲୋଚନା ବିଫଳ ହୋଇଥିଲା l ଶେଷରେ ବୁଧବାର ଏ ନେଇ ପଦକ୍ଷେପ ନେବାକୁ ଜିଲା ଶିକ୍ଷା ଅଧିକାରୀ ପ୍ରତିଶୃତି ଦେବା ସତ୍ୱେ ଆନ୍ଦୋଳନକରି ଗ୍ରାମବାସୀ ବିଇଓ ଅଫିସ ଧାରଣାକୁ ସ୍ଥଗିତ ରଖିଥିଲେ ଵି ସ୍କୁଲକୁ ଶିକ୍ଷକ ନ ପହଞ୍ଚିବା ଯାଏଁ ଝିଲିମିଣ୍ଡା ୟୁପି ସ୍କୁଲରେ ତାଲା ବନ୍ଦ ଆନ୍ଦୋଳନ ଚାଲୁ ରହିବ କହି ସାନ୍ଧ୍ୟl ୬ଟାରେ ଉଠି ଚାଲିଯାଇଥିଲେ l ଗ୍ରାମରେ ପହଞ୍ଚି ସମସ୍ତ ଅଭିଭାବକ ଆଲୋଚନା କରି ରାତ୍ରୀ ୭ଟାରେ ସ୍କୁଲ ଫାଟକ ରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ତାଲା ମାରି ଦେଇଥିବା ଜଣାପଡିଛି l ଏହି ଆନ୍ଦୋଳନ ରେ ସ୍କୁଲର ସମସ୍ତ ବିଦ୍ୟାର୍ଥୀ ଙ୍କ ସହ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ରମେଶ ବଢ଼େଇ, ଓମ୍ ପ୍ରକାଶ ପ୍ରଧାନ, ଜେଠୁ ମେହେର, କଷ୍ଟ ସାହୁ, ମୋହିତ କୁମାର ରଥ, ଅଚ୍ୟୁତା ମେହେର, ଅଭିଭାବିକା ପଦ୍ମିନୀ ମିଶ୍ର, ଗୀତାଞ୍ଜଳି ସାହୁ, ରୁକ୍ମିଣୀ ସାହୁ, ଜ୍ୟୋତି ମିଶ୍ର ପ୍ରମୁଖ ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ l

ତେବେ ଏ ନେଇ ଅତାବିରା ଏବିଇଓ କାର୍ତ୍ତିକ ବାଗ କହିଛନ୍ତି ଯେ ବିଦ୍ୟାର୍ଥୀ ଓ ଶିକ୍ଷକ ଅନୁପାତ ରେ ଝିଲିମିଣ୍ଡା ସ୍କୁଲ ରେ ୭ ଜଣ ଶିକ୍ଷକ ହିଁ ଅଛନ୍ତି l ଗ୍ରାମବାସୀଙ୍କ ଦାବୀ ମୁତାବକ ଏକ ଶିକ୍ଷକ ଦିଆଯାଇଥିଲା ହେଲେ ସେମାନେ ସେହି ଶିକ୍ଷକଙ୍କୁ ଆଗ୍ରହ୍ୟ କରି ଦେଇଥିଲେ l ତଥାପି ଅନ୍ୟ ଶିକ୍ଷକ ଡେପୁଟେସନ ରେ ଦେବାକୁ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ବାଗ କହିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!