ବରଗଡ ଜିଲ୍ଲା ସ୍ତରୀୟ ସ୍କୁଲ ଫୁଟବଲ ଚମ୍ପିୟାନସିପ ଉଦ୍ଘାଟିତ
ଗୋଡଭଗା:ତା.୨୪/୧୦ (ସଂସ୍କୃତି ମିଡିଆ)ବରଗଡ଼ ଜିଲ୍ଲା ବରପାଲି ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବରଗଡ ଜିଲ୍ଲା ସ୍ତରୀୟ ସ୍କୁଲ ଫୁଟବଲ ପ୍ରତିଯୋଗିତା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଚମ୍ପିଆନସିପ୍ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିଲା। ମୁଖ୍ୟଅତିଥି ଭାବରେ ଲିଟିଲ ଏଞ୍ଜଲ୍ସ ପବ୍ଳିକ ସ୍କୁଲ ନିର୍ଦ୍ଦେଶିକା ସୁନିତା ମୁଣ୍ତ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ବରଗଡ଼, ପଦ୍ମପୁର ଓ ଝାରବନ୍ଧ ବ୍ଲକ ଶିକ୍ଷାଧିକାରୀ ସୁରେନ୍ଦ୍ର ସାହୁ, ଲୋକନାଥ ଭୋଇ ଓ ଶୁଭମ ପତି ତଥା ବରଗଡ ଜର୍ଜ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ବରପାଲି ବାଳକ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସାଶ୍ବତୀ ଦାଶ, ଶାନ୍ତି ସୁନା, ସନୋଜ ସେଟ୍ଟି ଓ ନାରାୟଣ ଭୁଏ ପ୍ରମୁଖ ଯୋଗ ଦେଇଥିଲେ। ଡିପିଇଓ ଜ୍ୟୋତିଷ ପଧାନ ଓ ବରପାଲି ବିଇଓ ମୁକୁନ୍ଦ ମହରାଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ମାନ ପରିଚାଳିତ ହୋଇଥିଲା। ବରଗଡ ଜିଲ୍ଲାର ୩୮୪ ଜଣ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଛନ୍ତି। ଉଦଘାଟନି ମ୍ୟାଚ ବାଳକ ବିଭାଗରେ ପଦ୍ମପୁର ଓ ବରପାଲି ମଧ୍ୟରେ ହୋଇଥିବା ବେଳେ ବରପାଲି ଦଳ ବିଜୟୀ ହୋଇଥିଲା l ପ୍ରଧାନ ଶିକ୍ଷକ ଅଶୋକ କୁମାର ପଣ୍ଡାଙ୍କ ସଂଯୋଜନାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ପରିଶେଷରେ ସନୋଜ ସେଟ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।
