ରାଜ୍ୟ ସ୍ତରୀୟ ସନ୍ଧାନ, ଉଦ୍ଧାର ଓ ପ୍ରାଥମିକ ସହାୟତା ପ୍ରତିଯୋଗିତାରେ ସମ୍ବଲପୁର ଦଳ

0

ସମ୍ବଲପୁର,୨୪/୧୦(ସଂସ୍କୃତି ମିଡିଆ)ଭୁବନେଶ୍ୱର ବରମୁଣ୍ଡାରେ ଥିବା ରାଜ୍ୟ ବିପର୍ଯ୍ୟୟ ତାଲିମ କେନ୍ଦ୍ର ଠାରେ ରାଜ୍ୟ ସ୍ତରୀୟ ସନ୍ଧାନ, ଉଦ୍ଧାର ଓ ପ୍ରାଥମିକ ସହାୟତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଗତ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଏହି ପ୍ରତିଯୋଗିତା ଆଜି ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ. କମଳ ଲୋଚନ ମିଶ୍ର ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ଏକ ପ୍ରତିବଦ୍ଧତା। ଏହି ବିପର୍ଯ୍ୟୟ ପ୍ରସ୍ତୁତିର ମୂଳଦୁଆରେ ଉପକୂଳ ଓଡିଶା ଅପେକ୍ଷା ପଶ୍ଚିମ ଓଡିଶାର ଯୋଗଦାନ ଓ ପାରଦର୍ଶୀତା ଏକ ଶୁଭ ସୂଚନା କହି ଉଚ୍ଚ ପ୍ରଶଂସା କରିଥିଲେ। ସମ୍ବଲପୁର ଜିଲ୍ଲା ପକ୍ଷରୁ ଧମା ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀର ସ୍ବେଛାସେବୀ ମାନେ ଚଳିତ ବର୍ଷ ଭାଗ ନେଇଥିଲେ। ଏହି ଦଳର ସମସ୍ତ ୭ ବାଳକ ଓ ୫ ବାଳିକା ଧମା ମା’ ଝାଡ଼େଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଥିଲେ। ତାକ୍ତର ରାଜାରାମ ଷଡ଼ଙ୍ଗୀ (ପ୍ରାଥମିକ ସହାୟତା) ଓ ଧମା ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ ଡିସିଓ ଶ୍ରୀମତୀ ଗୀତାଞ୍ଜଳି ସାଙ୍କ ତତ୍ତ୍ୱାବଧାନରେ ଅଂଶଗ୍ରହଣ କରିଥିଲେ। ଆଜି ଉଦ୍‌ଯାପନୀ ସଭାରେ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହିତ ସମ୍ମାନିତ କରାଯାଇଥିଲା।


Leave a Reply

Your email address will not be published. Required fields are marked *

error: Content is protected !!