ଝାଡୁଦାର ନିଯୁକ୍ତି ଠକେଇ ବରଗଡ଼ ଜିଲ୍ଲାରୁ ଗିରଫ ହେଲେଣି ୯
ଅତାବିରା, ୨୬/୧୦(ସଂସ୍କୃତି ମିଡ଼ିଆ) – ସମ୍ବଲପୁର ଜିଲା ବୁର୍ଲା ଥାନା ପୋଲିସ ହାତରେ ଧରାପଡିଥିବା ଝାଡୁଦାର ନିଯୁକ୍ତି ଠକେଇର ଚେର ବରଗଡ଼ ଜିଲା ଅତାବିରାକୁ ଲମ୍ବିଛି। ରବିବାର ଅତାବିରା ଥାନାରେ ଏଭଳି ଠକେଇ ଅଭିଯୋଗ ହୋଇଛି l ପୋଡିବାଡ଼ି ଗ୍ରାମର ସନ୍ତୋଷିନୀ ସୁନାଙ୍କ ସମେତ ଶହ ଶହ ମହିଳା ଏତଲା ଦେଇଛନ୍ତି।ସେମାନଙ୍କ ଏତଲାକୁ ଭିତ୍ତି କରି ସ୍ଥାନୀୟ ପୋଲିସ ଏକ ମାମଲା (ନଂ-୩୯୪/୨୫) ରୁଜୁ କରିଛି। ଏହା ସହ ୩ ଅଭିଯୁକ୍ତଙ୍କୁ ଅତାବିରା ପୋଲିସ ଗିରଫ କରିଛି l ସେମାନେ ହେଲେ ସମ୍ବଲପୁର ଜିଲା ବୁର୍ଲା ଥାନା ସାତୁପାଲି ଗ୍ରାମର ସୁରେନ୍ଦ୍ର ନାଗ (୩୬) ଏବଂ ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଖଇରପାଲି ଗ୍ରାମର ସୁମନ୍ତ କୁଅଁର (23)ଓ ନିମାଇଁ କୁଶଳ (33) ପୋଲିସ ସୂତ୍ରରୁ ବୋଲି ଜଣାପଡିଛି l ଏବେ ଵି ବହୁ ଦଲାଲ ଏଣେ ତେଣେ ଚକର ମାରୁଛନ୍ତି l କିଭଳି ତାଙ୍କ ନାମରେ ଥାନାରେ ଅଭିଯୋଗ ନ ହେବ ସେଥିପାଇଁ କେତେକ ମହିଳା ମାନଙ୍କୁ ମନାଉଛନ୍ତି l ତେବେ ଅତାବିରା ପୋଲିସ ଏ ନେଇ ସଜାଗ ରହିଛି l ପ୍ରଥମତଃ ଗତ ସେପ୍ଟେମ୍ବର ୧୨ ତାରିଖରେ ଏକ ବିଶ୍ୱସ୍ତ ସୂତ୍ରରୁ ଅତାବିରା ପୋଲିସ ଖବର ପାଇ ଭୁଲିଆଘର ଛକରେ ଥିବା ଅସ୍ଥାୟୀ ଅଫିସରେ ଚଢ଼ାଉ କରି ଜଣଙ୍କୁ (ଯିଏ କି ବର୍ତ୍ତମାନ ବୁର୍ଲା ଥାନା ଦ୍ୱାରା ଗିରଫ ହୋଇଛନ୍ତି ) ତାଙ୍କୁ ଅଟକ ରଖି ପଚାର ଉଚରା କରୁଥିଲେ l

ତେବେ ବୁର୍ଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତା ଜଣକ ଶହ ଶହ ମହିଳାଙ୍କୁ ଥାନାକୁ ନେଇ ଅଟକ ଅଭିଯୁକ୍ତଙ୍କ ସପକ୍ଷରେ ଯୁକ୍ତି ବାଢି ହଙ୍ଗାମା କରିଥିଲେ l ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି l ସେତେବେଳେ ଅତାବିରା ପୋଲିସ ମହିଳାଙ୍କ ଏପରି ପରିସ୍ଥିତି ଦେଖି ଲିଖିତ ଜାମିନାମାରେ ଅଟକ ବ୍ୟକ୍ତିଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲେ l ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ବୁର୍ଲା ପୋଲିସ ସେମାନଙ୍କୁ ଗିରଫ କରିଥିଲେ l ଅତାବିରା ପୋଲିସ ଵି ଏ ଘଟଣାରେ ତୀକ୍ଷଣ ଦୃଷ୍ଟି ରେ ଥିଲେ l ଗତ ୨୪ ତାରିଖ ଅଭିଯୋଗକାରୀ ସନ୍ତୋଷିନୀଙ୍କ ସମେତ ଅନ୍ୟ ସେହି ମହିଳାମାନେ ଅତାବିରା ଥାନାରେ ସେମାନଙ୍କ ପ୍ରତି ଠକେଇ ହୋଇଥିବା ନେଇ ଲିଖିତ ଭାବେ ଜଣାଇଥିଲେ l
ଅତାବିରା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମର ଗ୍ରାମର ଶତାଧିକ ମହିଳାଙ୍କୁ ଝାଡୁଦାର ନିଯୁକ୍ତି ଦେବା ପ୍ରତିଶ୍ରୁତି ଦେଇ ଗିରଫ ଅଭିଯୁକ୍ତ ମାନେ ଅନେକ ମହିଳାଙ୍କଠାରୁ ଜଣ ପ୍ରତି ୧୨ ହଜାର ଟଙ୍କା ଲେଖାଏ ନେଇଥିଲେ। ବରଗଡ଼ ଜିଲା ଅତାବିରା ଅଞ୍ଚଳ ସମେତ ଅନ୍ୟ ପାଖ ଜିଲା ରାସ୍ତାରେ ଝାଡୁ ମାରିବା ପାଇଁ ସ୍ଥାନ ମଧ୍ୟ ଦେଖାଇଥିଲେ । ଅବିଯୋଗକାରୀ ସନ୍ତୋଷିନୀଙ୍କ ସମେତ ଅନ୍ୟ ୧୭ଜଣ ଗ୍ରାମବାସୀ ଗିରଫ ଉପରୋକ୍ତ ଅଭିଯୁକ୍ତମାନଙ୍କ ପ୍ରରୋଚନାରେ ପଡ଼ି ୨ଲକ୍ଷ ୧୬ ହଜାର ଟଙ୍କା ଦେଇଥିଲେ l

ସେହିପରି ଭେଡେନ ଥାନା ଅଧିନସ୍ତ ଅନେକ ଗ୍ରାମର ହଜାର ହଜାର ଲୋକେ ଝାଡୁଦାର ଚାକିରୀ କରିବା ଆଶାରେ 13ହଜାର ଟଙ୍କା ସିକ୍ୟୁରିଟି ଦେଇ 10/15ଦିନ କାମ କଲାପରେ କାମ ବନ୍ଦ ହୋଇଯିବାରୁ ହଜାର ହଜାର ଲୋକେ ଠକେଇର ଶିକାର ହେଲାପରେ ଭେଡେନ ଥାନାରେ ଲୋକେ ଥାନାରେ ଅଭିଯୋଗ କଲାପରେ ଭେଡେନ ଥାନା ଅଧିକାରୀ ଶଶୀଭୁଷଣ ମିଶ୍ର ଘଟଣା କୁ ଗୁରୁତର ସହ ନେଇ ଠକେଇ ଘଟଣାରେ ସଂଶ୍ଲିଷ୍ଟ ଥିବା ଭେଡେନ ଯୁଗୀପାଲି ଗ୍ରାମର ସୁବଲୟା ଭଏନା, ମନୋରଞ୍ଜନ ଭଏନା ସହ ବୁର୍ଲା ସତୁପାଲି ଗ୍ରାମର କଷ୍ଟ ତାଣ୍ଡିକୁ କେଶ ନ 279/25 ରେ ଗିରଫ କରି କୋର୍ଟ ଚାଲାଣ କରିଛି!ବୁର୍ଲା ପୋଲିସ ଆଗରୁ ଗିରଫ କରିଥିବା ପଦ୍ମା ର ସ୍ବାମୀ କଷ୍ଟ ହୋଇଥିବାବେଳେ ଶୁବ ଲୟା ପଦ୍ମାର ଭଉଣୀ ଅଟନ୍ତି l

ରବିବାର ପୁଣି ଯୁଗୀପାଲି ଗ୍ରାମର ହରିବୋଲ ଭାଏନାଙ୍କୁ ଭେଡେନ ପୋଲିସ ଗିରଫ କରିଛି l ଏବେବି ଏହି ଘଟଣାରେ ଅଇଲାପାଲି ଗ୍ରାମର ତରଣୀ ମହାନନ୍ଦ, ଯୁଗୀପାଲିର ତରଣୀ ସୁରୁଜାଲ,, ଯୁଗୀପାଲିର କାଳିଆ ଭଏନା, ବୁର୍ଲା ମରଙ୍ଗୁଳା ର ମୁରଲୀ ତାଣ୍ଡି ନାମରେ ଅଭିଯୋଗ ବଢିଚାଲିଛି l ଆଜି ମଧ୍ୟ ରେମଣ୍ଡା ବୁଦେଲବାହାଳୀ, ଛନାପତି ଟିକ୍ରା, ଯୁଗୀପାଲି, କଣ୍ଟା ପାଲି, ଗୁରୁପାଲି, ସଂକ୍ରିଡ଼ା ନାଗପାଲି, ମାନପୁର ଆଦି ଗ୍ରାମର ଅନେକ ମହିଳା ଆସି ଥାନାରେ ଅଭିଯୋଗ କରିଛନ୍ତି l ସେହିପରି ରବିବାର ଶାଳନା, ପଥଲ୍ଲା, ରେମଣ୍ଡା, ଝରାପାଲି, ଥୁଆପାଲି, ବଇପୁର ସମେତ ଅନେକ ଗ୍ରାମର ମହିଳା ମାନେ ଥାନାକୁ ଆସି ଅଭିଯୋଗ କରିଛନ୍ତୁ l ରିପୋର୍ଟ ଲେଖାଯିବାପର୍ଯ୍ୟନ୍ତ ଭିଡ଼ ଲାଗିରହିଛି l

ଅନ୍ୟ ପଟେ ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ଗ୍ରାମର ଦୁଲଣା କୁମ୍ଭାର ସଫେଇ କର୍ମଚାରୀ ଚାକିରି କରିବା ଆଶାରେ ଠକେଇ ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ହେବାପରେ ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ସୂଚନା ମିଳିଛି।
ଅଭିଯୋଗ କାରୀଙ୍କ ଏତଲା ଅନୁଯାଇ ଭଟଲି ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମର ଶ୍ରବଣ ତାଣ୍ଡି ସଫେଇ କର୍ମଚାରୀ ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ଗତ ସେପ୍ଟେମ୍ବର ୨୫ ତାରିଖରେ ଦୁଲଣାଙ୍କ ଠାରୁ ୧୩ ହଜାର ଟଙ୍କା ନେଇଥିଲେ। ବରଗଡ଼ ଭଟଲି ରାସ୍ତାରେ କାମ କରିବା ପାଇଁ ନିୟୋଜିତ ମଧ୍ୟ କରିଥିଲେ। ଏହା ସହିତ କେଉଁ ସ୍ଥାନରେ ସଫେଇ କାର୍ଯ୍ୟ କରିବେ ତାହା ମଧ୍ୟ ସେ ଚିହ୍ନଟ କରିଦେଇଥିଲେ। ଅକ୍ଟୋବର ୨୩ ତାରିଖରେ ଏହି କାର୍ଯ୍ୟ ବନ୍ଦ ହୋଇଥିବା ଶ୍ରବଣ ସୂଚିତ କରିଥିଲେ। କାର୍ଯ୍ୟ ବନ୍ଦ ସୂଚନା ପାଇ ଦୁଲଣା ଟଙ୍କା ଫେରସ୍ତ ପାଇଁ କହିଥିଲେ କିନ୍ତୁ ଟଙ୍କା ଫେରସ୍ତ କରିବା ଦୂରର କଥା ସେ କୁଆଡେ ଫେରାର ହୋଇଥିବା ଜାଣିବାକୁ ପାଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ଭଟଲି ଥାନାର ସବ ଇନ୍ସିପେକ୍ଟର ଦୟାନିଧି ପାତ୍ର ତଦନ୍ତ ଭାର ହାତକୁ ନେଇ ଅଭିଯୁକ୍ତ ଶ୍ରବଣ ତାଣ୍ଡି ଏବଂ ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବରାହାଗୋଡା ନିବାସୀ ବିନୋଦ କୁମ୍ଭାରଙ୍କ ଘରେ ତଲାସୀ କରିବା ସହିତ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ଅଭିଯୁକ୍ତଙ୍କ ଠାରୁ ଆଧାର କାର୍ଡ, ଦୁଇ ଗୋଟି ମୋବାଇଲ୍ ଫୋନ୍, ଉପସ୍ଥାନ କାଗଜ, ନିୟୋଜିତ ସଫେଇ କର୍ମଚାରୀଙ୍କ ଦୈନିକ ମଜୁରୀ ଲିଖିତ ରେଜିଷ୍ଟ୍ରର, ଦୁଇଟି ନୋଟ୍ ଖାତା ସହିତ ଡାଏରୀ ଜବତ କରିଛି।

