ବରଗଡ଼ରେ ଅଲ୍ ଓଡ଼ିଶା ମିଲର୍ସ ଆସୋସିଏଶନର ମହା ସମାବେଶ
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: video;hw-remosaic: false;touch: (0.36916685, 0.63125);sceneMode: 0;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 43;
ବରଗଡ଼ରେ ଅଲ୍ ଓଡ଼ିଶା ମିଲର୍ସ ଆସୋସିଏଶନର ମହା ସମାବେଶ
ସରକାରଙ୍କୁ ଏକ ପ୍ରକାର ଚେତାବନୀ, ଧାନ ସଂଗ୍ରହ ଆରମ୍ଭ ନ ହେଉଣୁ ବଢ଼ିଲା ଅଡୁଆ
ରାଇସ ମିଲଗୁଡିକର ଥିବା ସବୁ ଚାଉଳ ଖାଲି କର ନ ହେଲେ ଧାନ ଉଠାଇବେ ନାହିଁ ମିଲର୍ସ
ବରଗଡ଼, ୨୭/୧୦(ସଂସ୍କୃତି ମିଡ଼ିଆ )ବରଗଡ଼ ଜିଲାରେ ଆସନ୍ତା ନଭେମ୍ବର ମାସରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ମଧ୍ୟ ବସି ନାହିଁ। ଅନ୍ୟପକ୍ଷେ ରବିବାର ବରଗଡ଼ରେ ଅଲ୍ ଓଡ଼ିଶା ମିଲର୍ସ ଆସୋସିଏଶନର ବୈଠକ ବସିଛି। ଆସୋସିଏଶନର ଦାବି ପୂରଣ ନ ହେଲେ ଆସନ୍ତା ଧାନ ସଂଗ୍ରହ ପ୍ରକ୍ରିୟାରେ ମିଲର୍ସମାନେ ସହଯୋଗ କରିବେ ନାହିଁ ବୋଲି ବୈଠକର ନିଷ୍ପତ୍ତିରୁ ବାରି ହୋଇ ପଡୁଛି। ଏଭଳି ହେଲେ ଏଥର ଆରମ୍ଭରୁ ଧାନ କିଣାବିକା ଜଟିଳ ହେବ ବୋଲି ଏବେଠାରୁ ଆଶଙ୍କା ପ୍ରକାଶ ପାଇଛି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ରାଜ୍ୟର ପ୍ରତି ଜିଲାର ମିଲର୍ସମାନେ ବରଗଡ଼ ସହର ଉପକଣ୍ଠ ଏକ ହୋଟେଲ ସମ୍ମିଳନୀ କକ୍ଷରେ ସମବେତ ହୋଇଥିଲେ। ସେଠାରେ ପ୍ରତି ଜିଲାରେ ମିଲର୍ସଙ୍କ ସମସ୍ୟା ନେଇ ଆଲୋଚନା ହୋଇଥିଲା। ତେବେ ରାଇସ୍ ମିଲ ଗୁଡ଼ିକରୁ ଏଫସିଆଇ ଚାଉଲ ଉଠାଉ ନଥିବା ଏକ ବଡ଼ ସମସ୍ୟା ପାଲଟିଛି ବୋଲି ମିଲର୍ସମାନେ ମତ ରଖିଥିଲେ। ଚାଉଳ ଉଠାଯାଉ ନଥିବାରୁ ତାହା ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି ଏବଂ ଏଥିପାଇଁ ସେମାନଙ୍କୁ କ୍ଷତି ସହିବାକୁ ପଡୁଛି ବୋଲି ମିଲର୍ସମାନେ ମତବ୍ୟକ୍ତ କରିଥିଲେ।
ସେହିପରି ନିର୍ଦ୍ଧାରିତ ସମୟରେ ମିଲର୍ସମାନଙ୍କୁ ମିଲିଂ ବାବଦକୁ ପ୍ରାପ୍ୟରାଶି ମିଳୁ ନ ଥିବାବେଳେ ବାରମ୍ବାର ଦାବି ସତ୍ତ୍ୱେ ତାହା ବୃଦ୍ଧି କରାଯାଉ ନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ଏହି ଦୃଷ୍ଟିରୁ ସରକାର ନିଜେ ଧାନ କିଣି ରଖନ୍ତୁ ଏବଂ ଆବଶ୍ୟକ ହେଲେ ମିଲର୍ସମାନେ ଭଡ଼ାରେ ଗୋଦାମ ଯୋଗାଇ ଦେବେ ବୋଲି କହିଥିଲେ।
ସେହିପରି ସରକାର ନିର୍ଦ୍ଧାରିତ ସମୟରେ ଯେତେ ପରିମାଣର ଚାଉଲ ଉଠାଇ ପାରିବେ, ସେହି ପରିମାଣର ଧାନ ମିଲର୍ସମାନଙ୍କୁ ଦିଅନ୍ତୁ ବୋଲି ମିଲର୍ସମାନେ କହିଥିଲେ। ଅନ୍ୟଥା ମିଲର୍ସମାନେ ଅର୍ଥନୈତିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କ ଅର୍ଥନୈତିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ଗଲାଣି ବୋଲି ବୈଠକରେ ମତବ୍ୟକ୍ତ କରିଥିଲେ। ଏହି କ୍ରମରେ ଏକ ପ୍ରସ୍ତାବ ନିଆଯାଇ ସରକାରଙ୍କୁ ତୁରନ୍ତ ଜଣାଇ ଦିଆଯିବ ବୋଲି ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଅରେମା’ର ରାଜ୍ୟ ସଭାପତି ମହେଶ ବଂଶଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ଲକ୍ଷ୍ମୀନାରାୟଣ ଦୀପକ ରଞ୍ଜନ ଦାସ ମିଲର୍ସଙ୍କ ବିଭିନ୍ନ ଦାବି ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ।
