ବରପାଲି କଲେଜରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ 

0

ଗୋଡଭଗା:ତା.୨୭/୧୦/(ସଂସ୍କୃତି ମିଡିଆ) ବରପାଲି ମହାବିଦ୍ୟାଳୟ ପରିସରରେ ଏନ୍‌ଏସ୍‌ଏସ୍ ଓ ଯୁବ ରେଡ୍‌କ୍ରସ୍‌ର ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଭିଜିଲାନ୍ସ ସଚେତନତା ସପ୍ତାହ-୨୦୨୫ ଏବଂ ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏନ୍‌ଏସ୍‌ଏସ୍ ପ୍ରକଳ୍ପ ଅଧିକାରୀ ଅଧ୍ୟାପକ ଭକ୍ତବନ୍ଧୁ ପ୍ରଧାନଙ୍କ ସଭାପତିତ୍ଵରେ ପରିଚାଳିତ କାର୍ଯ୍ଯକ୍ରମରେ ରେଡ୍‌କ୍ରସ୍‌ କାଉନସେଲର ଅଧ୍ୟାପକ ଅଲେଖ ମହାନନ୍ଦଙ୍କ ସହଭାଗିତାରେ କାର୍ଯ୍ୟକ୍ରମଟି ସଂଚାଳିତ ହୋଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ପ୍ରଭାରୀ ପ୍ରାଧ୍ୟାପକ ସୁଶୀଳ କୁମାର ଶତପଥି ମୁଖ୍ୟବକ୍ତା ଭାବରେ ଯୋଗଦେଇ ଲାଞ୍ଚ ଦେବା ଅବା ନେବା ଉଭୟ ଏକ ଦଣ୍ଡନୀୟ ଅପରାଧ ବୋଲି ଯୁକ୍ତିପୁର୍ଣ୍ଣ ଉକ୍ତି ଉପସ୍ଥାପନ କରିଥିଲେ। ଆଇକ୍ଯୁସି ସଂଯୋଜକ ଅଧ୍ୟାପକ ଧୀରୋଜ କୁମାର ତ୍ରିପାଠୀ ଭିନ୍ନଭିନ୍ନ ଶ୍ରେଣୀର ନିଶା ସେବନରେ ସମାଜରେ ପଡୁଥିବା କୁପ୍ରଭାବ ଏବଂ ଆଗାମୀ ପିଢିଙ୍କ ଭବିଷ୍ଯତ ଛାତ୍ର,ଛାତ୍ରୀ ଓ ଯୁବ ସମାଜର ସଚେତନତା ମୂଳକ ବିଷୟ ଉପରେ ବ୍ୟାପକ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ। ପରେ ସମୁହ ମିଳିତ ଭାବରେ ଏକ ସଂକଳ୍ପପତ୍ର ପାଠ କରାଯାଇଥିଲା। ପରିଶେଷରେ ଅଧ୍ୟାପକ ଭକ୍ତବନ୍ଧୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!