ଶୀତଳ ଷଷ୍ଠୀ ସ୍ମାରକୀ ତୋରଣ ଭିତ୍ତପ୍ରସ୍ତର ସ୍ଥାପନ

0

ଗୋଡଭଗା,୨୯/୧୦(ସଂସ୍କୃତି ମିଡିଆ)ବରପାଲିରୁ ବରଗଡ ଯାଇଥିବା ୨୬ନମ୍ବର ଜାତୀୟ ରାଜପଥ ଉପରେ ବରପାଲି ଶୀତଳଷଷ୍ଠି ଯାତ୍ରାର ଶତବାଷିକୀ ସ୍ମାରକୀ ଭାବରେ ଭବ୍ୟତୋରଣ ନିର୍ମାଣ ସକାଶେ ଭୁମିପୁଜନ ସହ ଭିତ୍ତିପ୍ରସ୍ତର ସ୍ଥାପନ ପର୍ବ ସମ୍ପନ୍ନ ହୋଇଯାଇଛି। ଆଜି ବୁଧବାର ପୂର୍ବାହ୍ନରେ ବିଜେପୁର ବିଧାୟକ ସନତ ଗଡତିୟାଙ୍କ ଦ୍ବାରା ଭିତ୍ତିପ୍ରସ୍ତର ଉଦ୍‌ଘାଟନ ସହ ଭୁମିପୁଜନ କରାଯାଇଥିଲା। ଶତାଧିକ ବର୍ଷର ମହାନ ଶୀତଳଷଷ୍ଠି ଯାତ୍ରାର ସ୍ମାରକୀକୁ ଉଜ୍ଜିବିତ ରଖିବା ସହ ସର୍ବସାଧାରଣଙ୍କୁ ସ୍ବାଗତ ଜଣାଇବା ଉଦ୍ଦେଶ୍ୟରେ ଏହି ଶୁଭ ଉଦ୍‌ଘାଟନ କାର୍ଯ୍ଯ ସମ୍ପାଦିତ ହେଲା ବୋଲି ବିଧାୟକ ଗଡତିୟା ନିଜ ପ୍ରତିକ୍ରିୟାରେ କହିଥିଲେ। କମିଟି ପକ୍ଷରୁ ବରପାଲି-ବରଗଡ଼ ମୁଖ୍ୟ ରାଜରାସ୍ତା ଉପରେ ଆୟୋଜନ କରାଯାଇଥିଲା। ଶୀତଳଷଷ୍ଠୀ ଯାତ୍ରା କମିଟୀ ସଭାପତି ଆନନ୍ଦ ବାବୁଙ୍କ ତତ୍ତ୍ୱାବଧାନରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଏହି ଅବସରରେରେ କମିଟି ସମ୍ପାଦକ ଜୟନ୍ତ ତ୍ରିପାଠୀଙ୍କ ସମେତ ବରପାଲି ଜମିଦାର ଲାଲବିକ୍ରମ ସିଂଦେଓ, ଯୁବ ନେତା ପ୍ରତାପ ସିଂ, ବରିଷ୍ଠ ଉପଦେଷ୍ଟା ପିନାକୀ ଦାଶ, ପଣ୍ତିତ ହେମନ୍ତ ମିଶ୍ର, ପଣ୍ତିତ ସଦାନନ୍ଦ ଦାଶ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ଅରୁଣ ପାଣ୍ଡେ, ଏନଏସି ଅଧ୍ୟକ୍ଷ ଦିନେଶ ଗହୀର, ତହସିଲଦାର ରୁକ୍ମଣ ମେହେର, ବିଡିଓ ସୁମନ୍ତ କୁମ୍ଭାର, ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ଭୁବନ ଶତପଥୀ, ସହକାରୀ ଯନ୍ତ୍ରୀ ସଞ୍ଜୟ ପାତ୍ର, କନିଷ୍ଠ ଯନ୍ତ୍ରୀ ଦୁବରାଜ ହେମରମ ପ୍ରମୁଖଙ୍କ ସହ କମିଟିର ବରିଷ୍ଠ ସଦସ୍ଯ ଏବଂ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!