କ୍ରୀଷ୍ଣା ବିକାଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚୁ୍ୟସନ୍ସ, ବରଗଡ଼ରେ ବାର୍ଷିକ କ୍ରୀଡ଼ା “ଖେଳୋ କ୍ରୀଷ୍ଣା ବିକାଶ” ଉଦ୍ଘାଟିତ

0

ବରଗଡ଼,୯/୧୧(ସଂସ୍କୃତି ମିଡ଼ିଆ)-ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚୁ୍ୟସନ୍ସରେ ବାର୍ଷିକ କ୍ରୀଡ଼ା “ଖେଳୋ କ୍ରୀଷ୍ଣା ବିକାଶ” ଉଦ୍ଘାଟିତ ହୋଇଯାଇଛି । ବରଗଡ଼ ସହରସ୍ଥିତ ମାଁ ଶ୍ୟାମକାଳି ମନ୍ଦିରରୁ ଏକ ସ୍ପୋର୍ଟସ ର୍ୟାଲି ସହ କ୍ରୀଷ୍ଣା ବିକାଶ ସମୁହ ବରଗଡ଼ର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ କ୍ରୀଡା ମଶାଳ ଧରି କ୍ରିଷ୍ଣା ବିକାଶ ବରାହଗୁଡାକୁ ଏକ ଶୋଭା ଯାତ୍ରାରେ ପହଂଚି ଥିଲେ ।

ଉଦ୍ଘାଟନୀ ଉସôବରେ କ୍ରୀଷ୍ଣା ବିକାଶ ସମୂହର ଡ଼ାଇରେକ୍ଟର ଡ଼. ସମରେନ୍ଦ୍ର ନାଥ ପଣ୍ଡା ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ରୀଷ୍ଣା ବିକାଶ ସମୂହର ଚେୟାରମେନ ଶ୍ରୀ ଦାଶରୀ ମୂରଲୀ କ୍ରୀଷ୍ଣା ନିଜ ବକ୍ତବ୍ୟରେ କ୍ରୀଷ୍ଣା ବିକାଶ ସମୂହ ବିଦ୍ୟାଳୟରେ କ୍ରୀଡ଼ାର ପ୍ରାଧାନ୍ୟ ଦିଆଯିବା ସହିତ ଭବିଷ୍ୟତରେ ମଧ୍ୟ ଏହାର ଅଦ୍ଭୂତପୂର୍ବ ଉନ୍ନତି ସାଧିତ ହେବ ବୋଲି ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । କ୍ରୀଷ୍ଣା ବିକାଶ ସମୂହର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ବିବେକ ଦାଶରୀ ସମସ୍ତ କ୍ରୀଡ଼ା ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଜୟ-ପରାଜୟକୁ ଉର୍ଦ୍ଧରେ ରଖି ନିଜର ସମସ୍ତ ସାମର୍ଥ୍ୟ ବିନିଯୋଗରେ ବିଭିନ୍ନ ପ୍ରକାର କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଉସôାହିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଲଲାଟ କୁମାର ଲୁହା (ସି.ଇ.ଓ, ଡି.ଆର୍.ଡି.ଓ, ବରଗଡ଼) ନିଜ ଅଭିଭାଷଣରେ ଶିକ୍ଷା ମାନବ ଜୀବନରେ ସ୍ୱାସ୍ଥ୍ୟ, ଶାନ୍ତି ଓ ଶୃଙ୍ଖଳା ଆଣିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଶ୍ରୀ ଜ୍ୟୋତିକାନ୍ତ ସାହୁ (ଜିଲ୍ଲା ଶିକ୍ଷା ଅଧିକାରୀ, ବରଗଡ଼) ନୂତନ ଶିକ୍ଷାନୀତିରେ କ୍ରୀଡ଼ାର ପ୍ରାଧାନ୍ୟ ବିଷୟରେ ଅବଗତ କରାଇବା ସହିତ ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭକାମନା ଜଣାଇଥିଲେ । ସମ୍ମାନୀତ ଅତିଥି ଶ୍ରୀ ସୁରେନ୍ଦ୍ର ସାହୁ (ବ୍ଲକ ଶିକ୍ଷା ଅଧିକାରୀ, ବରଗଡ଼) ନିଜ ବକ୍ତବ୍ୟରେ ବିଶ୍ୱସ୍ତରୀୟ ଶିକ୍ଷା ତଥା ସ୍ୱସ୍ଥ୍ୟ କ୍ଷେତ୍ରରେ କ୍ରୀଷ୍ଣା ବିକାଶ ସର୍ବଦା ନିଜର ଯୋଗଦାନ ପ୍ରଦାନ କରିଆସିଛି ବୋଲି ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ବରାହଗୁଡ଼ା ସ୍ଥିତ କ୍ରୀଷ୍ଣା ବିକାଶ କ୍ୟାମ୍ପସରେ (ସୋଲ ସ୍ପେସ୍) ନାମକ ଏକ ଯୋଗ ଶିକ୍ଷା ଶିବିର ମୁଖ୍ୟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ପ୍ରକାଶ ଥାଉକି, ଏହି ପ୍ରତିଯୋଗିତାଟି ଦୀର୍ଘ ଛଅଦିନ ଧରି କ୍ରୀଷ୍ଣା ବିକାଶ ଖେଳ ପଡିଆରେ ଚାଲିବା ସହ ଏଥିରେ ୨୫୦୦ ଛାତ୍ରଛାତ୍ରୀରୁ ଉର୍ଦ୍ଧ ଏବଂ ୬୨ଟି ଇଭେନ୍ଟ୍ ପରିଚାଳିତ ହେବା ସହ ବିକାଶ ଆବାସିକ ବିଦ୍ୟାଳୟ, କ୍ରୀଷ୍ଣା ବିକାଶ ଫାଷ୍ଟ ଷ୍ଟେପ୍, କ୍ରୀଷ୍ଣା ବିକାଶ ଇନଷ୍ଟିଚୁଟ୍ ଅଫ୍ ସୋସିଆଲ୍ ୱେଲ୍ଫେୟାର ତଥା ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେବେ । ପରିଶେଷରେ ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉଦ୍ଘାଟନୀ ସମାରୋହରେ ବିକାଶ ଆବାଶିକ ବିଦ୍ୟାଳୟ ସିନିୟର ସେକେଣ୍ଡାରୀ ଅଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ, କ୍ରୀଷ୍ଣା ବିକାଶ ଫାଷ୍ଟ ଷ୍ଟେପର ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପଳତା ମହାପାତ୍ର, କ୍ରୀଷ୍ଣା ବିକାଶ ଇନଷ୍ଟିଚୁଟ୍ ଅଫ୍ ସୋସିଆଲ୍ ୱେଲ୍ଫେୟାର ଅଧ୍ୟକ୍ଷ ଶ୍ରୀ ମାନଗୋବିନ୍ଦ ବ୍ରହ୍ମଚାରୀ, ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ର ଉପାଧ୍ୟକ୍ଷ (ସିବିଏସସି ଏଫେୟାର) ଶ୍ରୀ ପ୍ରଦୀପ କୁମାର ସାହୁ, ଉପାଧ୍ୟକ୍ଷ (ଏକାଡେମିକ୍ସ) ଡ଼.ମନୋଜ କୁମାର ତ୍ରୀପାଠୀ, କ୍ରୀଷ୍ଣା ବିକାଶ ଗ୍ରୁପ ବରଗଡ଼ର ଏଡମିନ ମ୍ୟାନେଜର ଶ୍ରୀମତୀ ଲଗ୍ନିକା ଦାସ ଓ ମୁଖ୍ୟ କ୍ରୀଡ଼ା ପ୍ରଶିକ୍ଷକ ଶ୍ରୀ ପିତାମ୍ବର ପ୍ରଧାନ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନେକ ଅଭିଭାବକ ଅଭିଭାବିକା ଉପସ୍ଥିତ ଥିଲେ । ଉଦ୍ଘାଟନୀ ଉସôବରେ କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗୀତ, ନୃତ୍ୟ ଏବଂ ସମ୍ବଲପୁରୀ ଲୋକବାଦ୍ୟ ପରିବେଷଣ କରିଥିଲେ ।

 


Leave a Reply

Your email address will not be published. Required fields are marked *

error: Content is protected !!