ଚକ୍ଷୁ ଚିକିତ୍ସା ଶିବିର ଓ ରକ୍ତବର୍ଗ ଚିହ୍ନଟ ଶିବିର ରକ୍ତ ଦାନ ଶିବିର,ରକ୍ତ ଶର୍କରା ପରୀକ୍ଷା ଶିବିର

0

ବରପାଲି , ୯/୧୧(ସଂସ୍କୃତି ମିଡ଼ିଆ )-:-ବରଗଡ ଜିଲ୍ଲା ବରପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି କମିଟୀ ତରଫରୁ କାଳଜୟୀ ପ୍ରତିଭା ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ୮୪ତମ ଜନ୍ମ ଜୟନ୍ତୀ ସଭାପତି ରସାନନ୍ଦ ଥପାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି।

ଚିତ୍ତରଞ୍ଜନ ସାହୁଙ୍କ ସଂଯୋଜନା ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରିନା ଥଇତ, ସମ୍ମାନିତ ଅତିଥି ଭାବେ ଜଗବନ୍ଧୁ ଦାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ ମେହେର, ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶ,ମୁଖ୍ୟ ବକ୍ତାଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବଦ୍ରୀ ନାରାୟଣ ପୁଝାରୀ

ଯୋଗ ଦେଇଥିଲେ। ସଭାରେ ସ୍ମୃତି କମିଟିର ସମ୍ପାଦକ ଯତୀନ୍ଦ୍ର କୁମାର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ସହ ବିବରଣୀ ପଠନ କରିଥିଲେ ।ସଭା ପ୍ରାରମ୍ଭରୁ ସୁଧାଂଶୁ କୁମାର ଦାଶଙ୍କ ଗୀତ ରଚନା ନିର୍ଦ୍ଦେଶନାରେ ସ୍ବାଗତ ଓ ସମାପ୍ତି ସଙ୍ଗୀତ ଗାନ କରାଯାଇଥିଲା

ଏ ଅବସରରେ ଭାଷା ସାହିତ୍ୟ ଜଗତର ଜଣେ ଅମଳିନ ପ୍ରତିଭା ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର ଓ ଏ ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପଣ୍ଡାଙ୍କୁ “ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି ସମ୍ମାନ ୨୦୨୫” ପ୍ରଦାନ କରାଯାଇଥିଲା ।ବରପାଲି ବ୍ଲକ ସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରାଜଶ୍ରୀ ସାହୁ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଆଦ୍ୟାସା ଅଲିଭା ରାୟ,ସ୍ନାତକ ଶ୍ରେଣୀର ଛାତ୍ରୀ ଅର୍ଚ୍ଚନା ସାହୁଙ୍କୁ “ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ମେଧା ସମ୍ମାନ -୨୦୨୫ “ପ୍ରଦାନ କରାଯାଇଥିଲା।ପରେ ପରେ ଶ୍ରୀଯୁକ୍ତ ରମାକାନ୍ତ ତ୍ରୀପାଠୀ ଧନ୍ୟବାଦ ଦେଇଥିଲେ। ଜନ୍ମ ଜୟନ୍ତୀ ପାଳନର ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୀନା ଥଇତ ଚକ୍ଷୁ ଚିକିତ୍ସା ଶିବିର, ରକ୍ତବର୍ଗ ଚିହ୍ନଟ ଶିବିର,ରକ୍ତ ଦାନ ଶିବିର ଓ ରକ୍ତ ଶର୍କରା ପରୀକ୍ଷା ଶିବିରକୁ ଉଦଘାଟନ କରିଥିଲେ। ସ୍ମୃତି କମିଟିର ସମସ୍ତ ସଦସ୍ୟ ସଦସ୍ୟା ଏଥିରେ ସାମିଲ ହୋଇଥିଲେ। ୨୮ ଜଣ ସ୍ୱେଚ୍ଛା ସେବୀ ରକ୍ତ ଦାନ କରିଥିବା ବେଳେ ୨୦୩ରୁ ଉର୍ଦ୍ଧ ଆଖି ପରୀକ୍ଷା କରିଥିଲେ।ଆନୁଷ୍ଠ।ନିକ କାର୍ଯକ୍ରମର ପରିସମାପ୍ତି ପରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।


Leave a Reply

Your email address will not be published. Required fields are marked *

error: Content is protected !!