ବିଜୟ ଉତ୍ସବ ମନାଉଛି ବରଗଡ଼ ବିଜେପି
ନୂଆପଡ଼ା ବିଜୟ ଉତ୍ସବ ମନାଉଛି ବରଗଡ଼ ବିଜେପି
ବରଗଡ଼, ୧୪/୧୧(ସଂସ୍କୃତି ମିଡ଼ିଆ )-ପ୍ରକାଶ ପାଇଲା ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନ ଫଳାଫଳ। ବାଜି ମାରିଲେ ଜୟ ଢୋଲକିଆ। ତାଙ୍କ ପିତା ତଥା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଗଡ଼ ବଜାୟ ରଖିଲେ ଜୟ। ଏଥିସହ ବିଜେଡି ହାତରୁ ଗଲା ନୂଆପଡ଼ା ଆସନ। ଏହାକୁ ନେଇ ବରଗଡ଼ ବିଜେପି ଦଳରେ ଦେଖାଦେଇଛି ଉତ୍ସାହ l ନୂଆପଡା ବିଜୟ ଉତ୍ସବ ମନାଉଛି ବରଗଡ଼ ବିଜେପି l ବରଗଡ଼ ଗାନ୍ଧୀ ଛକରେ ଆଜି ବିଜେପି ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ସାମିଲ ହୋଇଛନ୍ତି l କର୍ମୀ ମାନଙ୍କ ମଧ୍ୟରେ ଦେଖା ଦେଇଛି ବେଶ ଉତ୍ସାହ l ବାଣ ଫଟାଇ ବିଜୟ ଉତ୍ସବ ମାନଯାଉଛି l
