କ୍ରୀଷ୍ଣା ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ ବରଗଡ଼ ପକ୍ଷରୁ ବାର୍ଷିକ କ୍ରୀଡ଼ା ଉତ୍ସବ “ଖେଳୋ କ୍ରିଷ୍ଣା ବିକାଶ” ଉଦଯାପିତ
ବରଗଡ଼, ୧୫/୧୧(ସଂସ୍କୃତି ମିଡ଼ିଆ )- କ୍ରିଷ୍ଣା ବିକାଶ ଗ୍ରୁପ୍ ଅଫ୍ କ୍ରୀଷ୍ଣା ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ ବରଗଡ଼ ପକ୍ଷରୁ ବାର୍ଷିକ କ୍ରୀଡ଼ା ଉତ୍ସବ “ଖେଳୋ କ୍ରିଷ୍ଣା ବିକାଶ” ଉଦଯାପିତ l ବରଗଡ଼ର ବିରାଟ କୋହଲି କ୍ରିକେଟ ଷ୍ଟାଡିୟମ୍ ଠାରେ ଛଅ ଦିନଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ଉତ୍ସବ “ଖେଳୋ କ୍ରିଷ୍ଣା ବିକାଶ” ମହାସମାରୋହ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ କ୍ରିଷ୍ଣା ବିକାଶ ଗ୍ରୁପ୍ ଅନ୍ତର୍ଗତ ବରଗଡ଼ ସ୍ଥିତ ପାଂଚଟି ବିଦ୍ୟାଳୟର ୨୫୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଭିନ୍ନ ପ୍ରିତିଯୋଗିତାରେ ଯୋଗଦେଇଥିଲେ । ଉଦଯାପନୀ ଉତ୍ସବରେ ସର୍ବ ପ୍ରଥମେ ଅତିଥି ଗଣ ପଣ୍ଡିତ ଜବାହରଲାଳ ନେହେରୁଙ୍କ ପ୍ରତିଛବିରେ ଦୀପ ପ୍ରଜ୍ୱଳନ ଓ ପୁଷ୍ପ ମାଲ୍ୟ ଅର୍ପଣକରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ପବିତ୍ର ଶିଶୁ ଦିବସ ଅବସରରେ ଛାତ୍ରଛାତ୍ରୀମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନମୁଗ୍ଧ କରିଦେଇଥିଲେ । ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ରୀଷ୍ଣା ବିକାଶ ଗ୍ରୁପ ଅଫ ଇନ୍ଷ୍ଟିଚୁ୍ୟସନ ସମୂହର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ବିବେକ ଦଶାରୀ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନେ ସମସ୍ତେ ପ୍ରତିଦିନ କିଛି ସମୟ ଖେଳ ପାଇଁ ବିନିଯୋଗ କଲେ ନିରୋଗ ଜୀବନ-ଯାପନ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଅତାବିରା ତହସିଲଦାର ଶ୍ରୀ କେ.ରିଚି. କୁମାର (ଓଏଏସ) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତାଙ୍କ ଅଭିଭାଷଣରେ କହିଥିଲେ ଯେ କ୍ରୀଡ଼ା ମଣିଷ ଜୀବନକୁ ଦଳଗତ ସଫଳତା, ଶୃଙ୍ଖଳିତ ଓ ଦକ୍ଷତା ବୃଦ୍ଧିରେ ସହାୟତା କରିଥାଏ । କ୍ରୀଷ୍ଣା ବିକାଶ ଗ୍ରୁପ ଅଫ୍ ମଲ୍ଟି ସ୍ପେଶାଳିଟି ହସ୍ପିଟାଲ୍ସର ସିଇଓ ଡ.ସି.ଏଚ୍. ରବି କୁମାର ନିଜ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷା ସହିତ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ ଖେଳୋ କ୍ରୀଷ୍ଣା ବିକାଶ କାର୍ଯ୍ୟକ୍ରମର ବିଶଦ୍ ବିବରଣୀ ପ୍ରଦାନ କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ଅତିଥଗଣ ମେଡାଲ୍ ପ୍ରଦାନ କରି ସମ୍ମାନିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ କେ.ରିଚି.କୁମାର ଓ ଡ.ସି.ଏଚ୍ ରବି କୁମାର କ୍ରୀଡ଼ା ମଶାଳକୁ ନିର୍ବାପିତ କରି ଖେଳୋ କ୍ରୀଷ୍ଣା ବିକାଶ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଡ.ମନୋଜ କୁମାର ତ୍ରିପାଠୀ, ଉପାଧ୍ୟକ୍ଷ ପ୍ରଦୀପ କୁମାର ସାହୁ, ଏଡ୍ମିଷ୍ଟେଟର କାନ୍ତା ରାଓ ମୁଖ୍ୟ କ୍ରୀଡ଼ା ପ୍ରଶିକ୍ଷକ ପିତାମ୍ବର ପ୍ରଧାନ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ବିକାଶ ଆବାସିକ ବିଦ୍ୟାଳୟର ସିନିଅର ସେକେଣ୍ଡାରୀ ଅଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି ଧନ୍ୟବାଦ ଅର୍ପଣ କରିଥିଲେ ।
