ଭୋଇପାଲିରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭସ୍ତମ୍ଭ ସ୍ଥାପିତ
ଅତାବିରା, ୨୨/୧୨(ସଂସ୍କୃତି ମିଡ଼ିଆ ) ବରଗଡ଼ ଜିଲା ଅତାବିରା ବ୍ଲକ ଭୋଇପାଲି ଗ୍ରାମରେ ନବ ନିର୍ମିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ସୋମବାର ସନ୍ଧ୍ୟାରେ ଶୁଭସ୍ତମ୍ଭ ସ୍ଥାପିତ ହୋଇଯାଇଛି l ଭୋଇପାଲି ଗ୍ରାମରେ ବହୁ ପ୍ରତୀକ୍ଷିତ ନବ ନିର୍ମିତ ଜଗନ୍ନାଥ ମନ୍ଦିର ଆସନ୍ତା ୨୦୨୬ ମସିହା ଜାନୁୟାରୀ ୧୨ ରୁ ୧୬ ତାରିଖ ଯାଏଁ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହେବ l ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି l ପ୍ରତିଦିନ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସନ୍ଧ୍ୟା, ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ପୂର୍ବତନ ମହାରାଜ କଂସ ଭୁବନେଶ୍ୱର ପ୍ରଧାନ ଙ୍କ ନେତୃତ୍ୱରେ ରାମଲୀଳା ଆଦି ବହୁ ମନୋରଞ୍ଜନ କଳା ସଂସ୍କୃତି ପରମ୍ପରା କୁ ନେଇ କଳାକାରମାନେ ନିଜ ନିଜ କଳା ପରିବେଷଣ କରିବେ l ଏହି ପରିପ୍ରେକ୍ଷୀରେ ସୋମବାର ଯଂଜ୍ଞମଣ୍ଡପ ସ୍ଥଳରେ ଶୁଭ ସ୍ତମ୍ଭ ସ୍ଥାପିତ ହୋଇଯାଇଛି l ମୁଖ୍ୟ ପଣ୍ଡିତ ଆଚାର୍ଯ୍ୟ ବାବୁଲାଲ ପାଣ୍ଡିଆ, ଉପାଚାର୍ଯ୍ୟ ଆଲୋକ ଷଡ଼ଙ୍ଗୀ, ପଣ୍ଡିତ ଗୋପାଲକୃଷ୍ଣ ଶତପଥି, ଗ୍ରାମ୍ୟ ପଣ୍ଡିତ ଜୟନାରାୟଣ ଦାଶ ଶୁଭସ୍ତମ୍ଭ ପୂଜାପାଠରେ ପୌରିହିତ୍ୟ କରିଥିବା ବେଲେ ମୁଖ୍ୟ କର୍ତ୍ତୀ ସସ୍ମିତା ଭୋଇ ଓ ନନ୍ଦ କିଶୋର ଭୋଇ ଙ୍କ ସମେତ ୨୨ ଯୋଡ଼ି କାର୍ତ୍ତିକର୍ତ୍ତା ନିଜ ନିଜ ଦାୟିତ୍ୱ ବହନ କରିଥିଲେ l ଏଥିରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ କମିଟି ସଭାପତି ଜଟାଧାରୀ ଭୋଇ, ଚନ୍ଦ୍ରଶେଖର ଭୋଇ, ସୁଦାମ ଭୋଇ, ଗଙ୍ଗାଧର ଠେଲା, ହେମନ୍ତ ଭୋଇ, ମଣୀଶଙ୍କର ଠେଲା, ବିବେକାନନ୍ଦ ଭୋଇ, କୁମରମଣି ଭୋଇ, କିଶୋର ଚନ୍ଦ୍ର ଭୋଇ ପ୍ରମୁଖ ସହଯୋଗ କରିଥିଲେ l
