ଯକ୍ଷ୍ମାରୋଗୀଙ୍କୁ ପୋଷ୍ୟ ରୂପେ ଗ୍ରହଣ କଲେ ଲାୟନ୍ସ କ୍ଳବ
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 48;
ଅତାବିରା, ୧୧/୧(ସଂସ୍କୃତି ମିଡ଼ିଆ )- ଯକ୍ଷ୍ମାରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ବଣ୍ଟନ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ନୂତନ ଭାବେ ବ୍ଲକର ବିଭିନ୍ନ ଗ୍ରାମର ୨୦ଜଣ ଯକ୍ଷ୍ମାରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କୁ ଗୋଡ଼ଭଗା, ଅତାବିରା ଏବଂ ସମ୍ବଲପୁର ଲାୟନ୍ସ କ୍ଲବ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି । ସମସ୍ତଙ୍କୁ ନିକ୍ଷୟ ମିତ୍ର ରୂପେ ୬ମାସର ପୁଷ୍ଟିକର ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି । ଯକ୍ଷ୍ମାରୋଗୀଙ୍କୁ ପୋଷ୍ୟ ରୂପେ ଗ୍ରହଣ କରି ତାଙ୍କର ଚିକିତ୍ସାଧୀନ ସମୟରେ ପୃଷ୍ଟିକର ଖାଦ୍ୟର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି କୁହାଯାଇଛି । ଏହି ସମୟରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ା.ଚିତ୍ତରଞ୍ଜନ ଜେନା,ସାଇ ଆନନ୍ଦ ବିଶ୍ଵାଳ,ସତୀଶ କୁମାର ଦାଶ,ବୀରେନ୍ଦ୍ର ଅଦାବର,ବେଦବ୍ୟାସ ସେଠ,ଦେବବ୍ରତ ରଥ ଏବଂ ସମ୍ବଲପୁର ଲାୟନ୍ସ କ୍ଲବର ଲାୟନ ରୀନା ପୁରୀ, ସରିତା ଶତପଥି, ସିଂଡର ସାଲୁଜା, ସରିକା ଅଗ୍ରୱାଲ, ଚରଂଜିତ କୌର ହୁରା(ପ୍ରଥମ ଭିଡିଜି) ଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଡ଼କ୍ଟର ଜେନା ଯକ୍ଷ୍ମ। ରୋଗୀମାନଙ୍କୁ ନିକ୍ଷୟ ମିତ୍ରା ହୋଇ ନିଜ ଶକ୍ତିମୁତାବକ ସାହାଯ୍ୟ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ନଭେମ୍ବର ମାସ ୬ ତାରିଖ ସ୍ଥାନୀୟ ଡାକ୍ତର ଚିତ୍ତରଞ୍ଜନ ଜେନା ଲହଣ୍ଡାଠାରେ ନିଜ ଉଦ୍ୟମରେ ଅତାବିରା ବ୍ଲକ ରେ ପ୍ରଥମକରି ୧୦ ଜଣ ଯକ୍ଷ୍ମାରୋଗୀଙ୍କୁ ପୌଷ୍ୟ ଭାବେ ଗ୍ରହଣ କରି ପୃଷ୍ଟିକର ଖାଦ୍ୟ ଦେଇ ଆସୁଛନ୍ତି l ତାଙ୍କ ଏହି ଉଦ୍ୟମରେ ଅନୁପ୍ରାଣିତ ହୋଇ ଯକ୍ଷ୍ମାରୋଗୀଙ୍କୁ ସମାଜର ବିଭିନ୍ନ ବର୍ଗ ସହଯୋଗ କରି ଆସୁଛନ୍ତି l
